Agnipath Controversy: 'ଅଗ୍ନିପଥ' ଯୋଜନାକୁ ସମର୍ଥନ କଲେ କଙ୍ଗନା, ଦେଲେ ଏହି ଦେଶର ଉଦାହରଣ
Advertisement
Article Detail0/zeeodisha/odisha1224400

Agnipath Controversy: 'ଅଗ୍ନିପଥ' ଯୋଜନାକୁ ସମର୍ଥନ କଲେ କଙ୍ଗନା, ଦେଲେ ଏହି ଦେଶର ଉଦାହରଣ

Agnipath Controversy : କଙ୍ଗନା ରାଣାୱତ ସୋସିଆଲ ମିଡିଆରେ ଲେଖିଛନ୍ତି 'ଅନେକ ଯୁବକ ଡ୍ରଗ୍ସ ଓ PUBG ଦ୍ୱାରା ନଷ୍ଟ ହୋଇଯାଉଛନ୍ତି, ସେମାନଙ୍କର ମାର୍ଗ ପରିବର୍ତ୍ତନ ହେବା ଜରୁରୀ । ଏଭଳି ନିଷ୍ପତ୍ତି ନେଇଥିବାରୁ ସରକାରଙ୍କୁ ପ୍ରଶଂସା କରାଯିବା ଉଚିତ୍ ।'

ସୌ: ସୋସିଆଲ ମିଡିଆ

Kangana Ranaut Opinion on Agnipath Scheme: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଦେଶ ତଥା ରାଜନୀତି ସହ ଜଡିତ ପ୍ରସଙ୍ଗରେ ସର୍ବଦା ସ୍ୱର ଉତ୍ତୋଳନ କରିଆସୁଛନ୍ତି । ବର୍ତ୍ତମାନ ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ଚାଲିଥିବା ବିରୋଧ ଉପରେ ବଲିଉଡ଼ ଅଭିନେତ୍ରୀ ନିଜର ମତ ରଖିଛନ୍ତି । କଙ୍ଗନା ରାଣାୱତ ନିଜ ଇନ୍ଷ୍ଟା ପୋଷ୍ଟରେ ଅଗ୍ନିପଥ ଯୋଜନା ବିଷୟରେ ଲେଖିଛନ୍ତି ଓ ସେ କହିଛନ୍ତି ଯେ କିପରି ବିଶ୍ୱର ସମସ୍ତ ଦେଶ ସେନା ପ୍ରଶିକ୍ଷଣକୁ ବାଧ୍ୟତାମୂଳକ କରିଛନ୍ତି ।

କଙ୍ଗନା ରାଣାୱତ ଦେଲେ ଇସ୍ରାଏଲର ଉଦାହରଣ
କଙ୍ଗନା ରାଣାୱତ ନିଜ ପୋଷ୍ଟରେ ଲେଖିଛନ୍ତି, 'ଇସ୍ରାଏଲ ପରି ସମସ୍ତ ଦେଶ ସେମାନଙ୍କ ଯୁବକ ମାନଙ୍କ ପାଇଁ ସେନା ପ୍ରଶିକ୍ଷଣକୁ ବାଧ୍ୟତାମୂଳକ କରିଛନ୍ତି, ସମସ୍ତେ ନିଜ ଜୀବନର କିଛି ବର୍ଷ ସେନାକୁ ଦେଇ, ସେହି ଅନୁଶାସନ ଓ ଦେଶପ୍ରେମ ଭଳି ଜୀବନର ମନ୍ତ୍ର ଶିଖନ୍ତି ଏବଂ ଏହା ସହିତ ବୁଝିପାରନ୍ତି ସୀମାରେ ରହି ନିଜ ଦେଶକୁ ସୁରକ୍ଷା କରିବାର ଅର୍ଥ କ’ଣ ।"

fallback

'ଅଗ୍ନିପଥ ଟଙ୍କା ରୋଜଗାର ଅପେକ୍ଷା ଅଧିକ'
କଙ୍ଗନା ରାଣାୱତ ଲେଖିଛନ୍ତି, 'ଅଗ୍ନିପଥରେ କ୍ୟାରିୟର କରିବା, ରୋଜଗାର କରିବା କିମ୍ବା ଟଙ୍କା ରୋଜଗାର କରିବାଠାରୁ ଅଧିକ ।' କଙ୍ଗନା ରାନାୱତ ତାଙ୍କ ଇନ୍ଷ୍ଟା ଷ୍ଟୋରିରେ କେନ୍ଦ୍ର ସରକାରଙ୍କ ଯୋଜନାକୁ ଖୋଲାଖୋଲି ସମର୍ଥନ କରିଛନ୍ତି ଓ ଲେଖିଛନ୍ତି, 'ପୁରାତନ ସମୟରେ ସମସ୍ତେ ଗୁରୁକୁଳକୁ ଯାଉଥିଲେ ଓ ଏହା ସମାନ କଥା । କିନ୍ତୁ ଏଥର ଆପଣଙ୍କୁ ତାହା କରିବା ପାଇଁ ଦରମା ମିଳୁଛି ।"

ଡ୍ରଗ୍ସ ଓ PUBG ଦ୍ୱାରା ଦେଶର ଯୁବକମାନେ ନଷ୍ଟ ହେଉଛନ୍ତି
କଙ୍ଗନା ରାଣାୱତ ଲେଖିଛନ୍ତି,  'ଅନେକ ଯୁବକ ଡ୍ରଗ୍ସ ଓ PUBG ଦ୍ୱାରା ନଷ୍ଟ ହୋଇଯାଉଛନ୍ତି, ସେମାନଙ୍କର ମାର୍ଗ ପରିବର୍ତ୍ତନ ହେବା ଜରୁରୀ । ଏଭଳି ନିଷ୍ପତ୍ତି ନେଇଥିବାରୁ ସରକାରଙ୍କୁ ପ୍ରଶଂସା କରାଯିବା ଉଚିତ୍ ।' କହିରଖୁଛୁ  ଯେ ଅଗ୍ନିପଥ ଯୋଜନା ଅଧୀନରେ ଯୁବକମାନେ ମାତ୍ର ୪ ବର୍ଷ ପର୍ଯ୍ୟନ୍ତ ସେନାରେ ସେବା କରିବାର ସୁଯୋଗ ପାଇବେ । ଏହା ପରେ ୭୫ ପ୍ରତିଶତ ସୈନିକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ ।