Kangana On Mahesh: ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ଧର୍ମ ପରିବର୍ତ୍ତନକୁ ନେଇ କଙ୍ଗନା କଲେ ବଡ ଖୁଲାସା
Advertisement

Kangana On Mahesh: ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ଧର୍ମ ପରିବର୍ତ୍ତନକୁ ନେଇ କଙ୍ଗନା କଲେ ବଡ ଖୁଲାସା

Kangana Statement: ନିକଟରେ ମହେଶ ଭଟ୍ଟ (Mahesh Bhatt) ଙ୍କ ଏକ ପୁରୁଣା ଭିଡିଓ କଙ୍ଗନା ରାଣାୱତ (Kangana Ranaut) ପାଇଛନ୍ତି। ଏହା ପରେ ମହେଶ ଭଟ୍ଟଙ୍କ ସମସ୍ତ କାରନାମାର ପୋଲ ଖୋଲିଛନ୍ତି କଙ୍ଗନା। 

ସାଂକେତିକ ଫଟୋ

Kangana Statement: ନିକଟରେ ମହେଶ ଭଟ୍ଟ (Mahesh Bhatt) ଙ୍କ ଏକ ପୁରୁଣା ଭିଡିଓ କଙ୍ଗନା ରାଣାୱତ (Kangana Ranaut) ପାଇଛନ୍ତି। ଏହା ପରେ ମହେଶ ଭଟ୍ଟଙ୍କ ସମସ୍ତ କାରନାମାର ପୋଲ ଖୋଲିଛନ୍ତି କଙ୍ଗନା। କଙ୍ଗନା କହିଛନ୍ତି ଯେ, ମହେଶ ଭଟ୍ଟଙ୍କ ପ୍ରକୃତ ନାମ (Actual Name) ମହେଶ ନୁହେଁ ଆସଲମ (Aslam)। ଏହା ବ୍ୟତୀତ ଜାତୀୟ ପୁରସ୍କାର ଏବଂ ପଦ୍ମଶ୍ରୀ ଆଓ୍ବାର୍ଡରେ ପୁରସ୍କୃତ ଅଭିନେତ୍ରୀ ତାଙ୍କୁ ପଚାରିଥିଲେ ଯେ, ସେ କାହିଁକି ତାଙ୍କର ପ୍ରିୟ ନାମକୁ ଲୁଚାଉଛନ୍ତି?

କଙ୍ଗନା ରାଣାୱତ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ସେୟାର କରିଛନ୍ତି ଯେଉଁଥିରେ, ସେ ମହେଶ ଭଟ୍ଟଙ୍କ ଏକ ଭିଡିଓର କିଛି କ୍ଲିପ୍ ସେୟାର କରିଥିଲେ। ଏଠାରେ ଉଲ୍ଲେଖ କରୁଛୁ ଯେ, କଙ୍ଗନା ୨୦୦୬ରେ ମହେଶ ଭଟ୍ଟଙ୍କ 'ଗ୍ୟାଙ୍ଗଷ୍ଟର' ରୁ ହିଁ ବଲିଉଡରେ ଡେବ୍ୟୁ କରିଥିଲେ। କଙ୍ଗନା ମହେଶ ଭଟ୍ଟଙ୍କୁ ଆଦୌ ଛାଡିନଥିଲେ। ପୁରୁଣା ଭିଡିଓ ଗୁଡିକ କ୍ଲିପ୍ ସେୟାର୍ କରି ଲେଖିଥିଲେ, ''ମହେଶ ଜୀ ସାଧାରଣ କବିତା ମାଧ୍ୟମରେ ଲୋକଙ୍କୁ ହିଂସା ପାଇଁ ଉସକାଇଥାନ୍ତି।''

ଅନ୍ୟ ଏକ କ୍ଲିପ୍ ସେୟାର କରି କଙ୍ଗନା କହିଛନ୍ତି ଯେ, ତାଙ୍କୁ କୁହାଯାଇଥିଲା ଯେ ମହେଶ ଭଟ୍ଟଙ୍କ ପ୍ରକୃତ ନାମ ଆସଲମ୍। ସେ ତାଙ୍କର ଦ୍ୱିତୀୟ ପତ୍ନୀ ସୋନି ରାଜଦାନଙ୍କୁ ବିବାହ କରିବା ପାଇଁ ଧର୍ମ ପରିବର୍ତ୍ତନ କରିଥିଲେ। ଏହା ଏତେ ସୁନ୍ଦର ନାମ, ଏହାକୁ କାହିଁକି ଲୁଚାଯିବ? ଏହାପରେ କଙ୍ଗନା ଅନ୍ୟ ଏକ କ୍ଲିପ୍ ସେୟାର କରି କ୍ୟାପ୍ସନ୍ ଲେଖିଥିଲେ ଯେ, ସେ ତାଙ୍କର ପ୍ରକୃତ ନାମ ବ୍ୟବହାର କରିବା ଉଚିତ, କୌଣସି ଖାସ ଧର୍ମର ପ୍ରତିନିଧିତ୍ବ କରିବା ଉଚିତ ନୁହେଁ, ଯେତେବେଳେ ସେ ରୂପାନ୍ତରିତ ହୋଇସାରିଛନ୍ତି।

୨୦୨୦ରେ କଙ୍ଗନା, ମହେଶ ଭଟ୍ଟଙ୍କୁ ତାଙ୍କୁ ପ୍ରତାଡିତ କରୁଥିବା ଅଭିଯୋଗ କରିଥିଲେ। ସେତେବେଳେ ମହେଶ ଭଟ୍ଟଙ୍କ ଝିଅ ପୂଜା ଭଟ୍ଟ କଙ୍ଗନାଙ୍କୁ 'ଧୋକା' ଫିଲ୍ମ ଅଫର କରିଥିଲେ। ଏହାପରେ, 'ଗଙ୍ଗୁବାଇ କାଠିଆୱାଡି' ରିଲିଜ୍ ସମୟରେ କଙ୍ଗନା ଫିଲ୍ମର କାଷ୍ଟିଂକୁ ଭୁଲ ବୋଲି କହିଥିଲେ। ଏହି ସମୟରେ ଆଲିଆଙ୍କୁ 'ଡାଡିଜ୍ ଆଞ୍ଜେଲ' ଓ ମହେଶଙ୍କୁ 'ମୁଭି ମାଫିଆ' ବୋଲି କହିଥିଲେ।

ବଲିଉଡରେ ବିବାଦ କହିଲେ ପ୍ରଥମେ କଙ୍ଗନାଙ୍କ ନାମ ସାମ୍ନାକୁ ଚାଲିଆସେ। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟରେ ବଲିଉଡ ଠାରୁ ଆରମ୍ଭ କରି ରାଜନୈତି ଜଗତ ପର୍ଯ୍ୟନ୍ତ ସବୁଠି ଝଡ ଦେଖିବାକୁ ମିଳିଥିଲା। କଙ୍ଗନା ବନାମ ମହାରାଷ୍ଟ୍ର ସରକାର ମଧ୍ୟରେ ଏକ ବିରାଟ ଯୁଦ୍ଧ ଲାଗିରହିଥିଲା। ଶିବସେନା ମୁଖ୍ୟ ମୁଖପାତ୍ର ସଞ୍ଜୟ ରାଉତଙ୍କ କଙ୍ଗନାଙ୍କୁ ନେଇ ଅନେକ ତିକ୍ଷ୍ଣ ବାଣ ଛାଡିଥିଲେ । ସୋସିଆଲ ମିଡଆରେ ଉଭୟଙ୍କୁ ନେଇ ଖୁବ ଆଲୋଚନା ପର୍ୟ୍ୟାଲୋଚନା ଚାଲିଥିଲା । କଙ୍ଗନା ମୁମ୍ବାଇକୁ ପାକ୍ ଅଧିକୃତ କାଶ୍ମୀର (POK) ସହିତ ତୁଳନା କରିବା ପରେ କଙ୍ଗନାଙ୍କ ନାମରେ ଦେଶଦ୍ରୋହୀ ଅଭିଯୋଗ ହୋଇଥିଲା । କୋର୍ଟରେ ପହଞିବା ପାଇଁ କଙ୍ଗନାଙ୍କୁ ନୋଟିସ୍ ମଧ୍ୟ ଦିଆଯାଇଥିଲା । ଏହାସହିତ ତାଙ୍କ ୪୮ କୋଟି ଟଙ୍କାର କାର୍ଯ୍ୟାଳୟକୁ ଭାଙ୍ଗିବା ପାଇଁ ମହାରାଷ୍ଟ୍ର ସରକାର ବୁଲଡୋଜର ଲଗାଇଥିଲା । ତେଣୁ କଙ୍ଗନା ଜଣେ ଅଭିନେତ୍ରୀ ହୋଇ ସାଧାରଣତଃ ରାଜନୈତିକ ବଳୟରେ ଘେରି ହେଥିବା ଦେଖିବାକୁ ମିଳେ।