Kangana Ranaut on Film Pathaan: ପଠାନକୁ ନେଇ କିଛି ଏମିତି କହିଲେ କଣ୍ଟ୍ରୋଭର୍ସି କୁଇନ
Advertisement

Kangana Ranaut on Film Pathaan: ପଠାନକୁ ନେଇ କିଛି ଏମିତି କହିଲେ କଣ୍ଟ୍ରୋଭର୍ସି କୁଇନ

Kangana Ranaut on Film Pathaan: ସବୁବେଳେ ନିଜର ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ଥିବା କଣ୍ଟ୍ରୋଭର୍ସି କୁଇନ କଙ୍ଗନା ନିକଟରେ ଶାହରୁଖ ଖାନଙ୍କ ଫିଲ୍ମ ପଠାନକୁ ନେଇ ଏକ ମନ୍ତବ୍ୟ ଦେଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସେ ପୁଣି ଚର୍ଚ୍ଚାରେ ରହିଛନ୍ତି । ତେବେ ସେ ଫିଲ୍ମ ପଠାନକୁ ନେଇ କଣ କହିଛନ୍ତି ଆସନ୍ତୁ ଜାଣିବା ।

ସୌ(ସୋସିଆଲ ମିଡିଆ)

Kangana Ranaut on Film Pathaan: କିଛିଦିନ ତଳେ ବ୍ୟାନ ହଟିବା ପରେ ଟ୍ୱିଟରରେ ପଙ୍ଗା କୁଇନଙ୍କ କମ ବ୍ୟାକ୍ (Kangana Ranaut Come Back On Twitter) ହୋଇଥିଲା । ଟ୍ୱିଟରରେ ଆକ୍ଟିଭ ହେବାପରେ ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣାୱତ (kangana Ranaut) ବିଭିନ୍ନ ପ୍ରସଙ୍ଗ ଉପରେ ନିଜର ମତ ଦେଉଥିବା ଦେଖିବାକୁ ମିଳିଛି । ନିକଟରେ ଶାହରୁଖ ଖାନଙ୍କ(Shahrukh khan) ଫିଲ୍ମ ପଠାନକୁ ନେଇ କରିଥିବା ଟ୍ୱିଟ ଯୋଗୁଁ ସେ ବେଶ ଚର୍ଚ୍ଚାରେ ରହିଛନ୍ତି । ଟ୍ୱିଟରରେ କଙ୍ଗନା କେତେବେଳେ ଶାହରୁଖ ଖାନଙ୍କ ଫିଲ୍ମ ପଠାନର(Pathaan) ପ୍ରସଂଶା କରୁଥିବା ଦେଖିବାକୁ ମିଳିଥିବା ବେଳେ ତ ଆଉ କେତେବେଳେ ଉଭୟ ଶାହରୁଖ ଖାନ ଓ ପଠାନକୁ ନେଇ ଟାର୍ଗେଟ୍ କରିଥାଆନ୍ତି । ନିକଟରେ ସେ ଫିଲ୍ମ ପଠାନକୁ ନେଇ କରିଥିବା ଟ୍ୱିଟ ଏବେ ଭାଇରାଲ ହେବାରେ ଲାଗିଛି ।

ପ୍ରକୃତରେ ଘଟଣାଟି ହେଉଛି ନିକଟରେ ଜଣେ ପ୍ରଡ଼୍ୟୁସର ଟ୍ୱିଟ କରି ଫିଲ୍ମ ପଠାନର ପ୍ରସଂଶା କରି ଲେଖିଥିଲେ ଯେ- “ଭଉୟ ହିନ୍ଦୁୀ ଓ ମୁସଲମାନ ଶାହରୁଖ ଖାନଙ୍କୁ ଭଲ ପାଆନ୍ତି । ବୟକଟ୍ ବିବାଦ(Pathan Controversy) ଦ୍ୱାରା ଫିଲ୍ମକୁ କୌଣସି କ୍ଷତି ହୋଇନାହିଁ ବରଂ ଏହି ବୟକଟ୍ ବିବାଦ ଫିଲ୍ମ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଛି । ସେ ଆଉ ମଧ୍ୟ କହିଛନ୍ତି  ଇରୋଟିକ୍ ଓ ଭଲ ସଂଙ୍ଗୀତ କାମ କରିଥାଏ ଓ ଭାରତ ସୁପର ସେକ୍ୟୁଲାର ଅଟେ ।

ତେବେ ପ୍ରଡ୍ୟୁସରଙ୍କ ଏହି ଟ୍ୱିଟରେ(kangana Ranaut Tweet) ରିଟ୍ୱିଟ କରି କଙ୍ଗନା କହିଛନ୍ତି କି – “ଖୁବ ଭଲ ବିଶ୍ଲେଷଣ, କିନ୍ତୁ ଏହି ଦେଶ କେବଳ ଖାନଙ୍କୁ ଭଲ ପାଏ ଓ ବେଳେବେଳେ କେବଳ ଖାନ ମାନଙ୍କୁ ଭଲ ପାଏ କିନ୍ତୁ ମୁସଲିମ୍ ଅଭିନେତ୍ରୀଙ୍କ ପାଇଁ ସେପରି କୌଣସି ଭଲ ପାଇବା ଦେଖିବାକୁ ମିଳିନଥାଏ । ତେଣୁ ଭାରତକୁ ଘୃଣା ଓ ଫାସୀବାଦରେ ଅଭିହିତ କରିବା ଅତ୍ୟନ୍ତ ଅନ୍ୟାୟ ଅଟେ । ସମଗ୍ର ବିଶ୍ୱରେ ଭାରତ ପରି ଦେଶ ନାହିଁ” ।

ତେବେ ପଠାନକୁ ନେଇ କଙ୍ଗନା ପୂର୍ବରୁ ମଧ୍ୟ ଟ୍ୱିଟ କରି କହିଥିଲେ, “ଯେ ପଠାନକୁ ନେଇ ଲୋକମାନେ ଘୃଣା ଉପରେ ଭଲ ପାଇବାର ବିଜୟ ବୋଲି ଦାବି କରିଥିଲେ ଏହା ମୁଁ ମାନିଛି । କିନ୍ତୁ କାହାର ଭଲ ପାଇବା ଓ ଘୃଣା ଉପରେ ?

ଏହା ସ୍ପଷ୍ଟ କରନ୍ତୁ, ଯେ କିଏ ଫିଲ୍ମର ଟିକେଟ କିଣୁଛି ଓ କିଏ ଏହାକୁ ସଫଳ କରୁଛି । ହିଁ ଏହା ଭାରତର ଭଲ ପାଇବା ଯେ ଏଠାରେ ୮୦ ପ୍ରତିଶତ ହିନ୍ଦୁ ରହି ମଧ୍ୟ ପଠାନ ଭଳି ଫିଲ୍ମ ରିଲିଜ ହେଉଛି” । ତେବେ ନିଜ ଏହି ବିବାଦୀୟ ବୟାନକୁ ସେ ଟ୍ରୋଲର ମଧ୍ୟ ଶିକାର ହୋଇଛନ୍ତି ।

ତେବେ କଙ୍ଗନା ଏବେ ନିକଟରେ ନିଜ ଫିଲ୍ମ ଏମରଜେନ୍ସିର (Flim Emergency) ସୁଟିଂଶେଷ କରିଛନ୍ତି । ଏହି ଫିଲ୍ମ ଚଳିତ ବର୍ଷ ରିଲିଜ ହୋଇପାରେ । କଙ୍ଗନା ଏଥିରେ ଅଭିନେତ୍ରୀ ଭୂମିକାରେ ନଜର ଆସିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ।