Bollywoodରେ ଦୁର୍ଗା ପୂଜା ସେଲିବ୍ରେସନ୍ : ମଣ୍ତପରେ ନଜର ଆସିଲେ ଏହି ଅଭିନେତା ଓ ଅଭିନେତ୍ରୀ
Advertisement

Bollywoodରେ ଦୁର୍ଗା ପୂଜା ସେଲିବ୍ରେସନ୍ : ମଣ୍ତପରେ ନଜର ଆସିଲେ ଏହି ଅଭିନେତା ଓ ଅଭିନେତ୍ରୀ

B'Town Celebrities Celebrate Ashtami : ପାର୍ବଣରେ କମ୍ପୁଛି ଧରା । କାହିଁକିନା ଧରାପୃଷ୍ଠରେ ଅବତରଣ କରିଛନ୍ତି ମାଆ ଦୁର୍ଗା । ଆଜି ମହାମାୟୀଙ୍କ ମହାଷ୍ଟମୀ । ଦୁର୍ଗାଙ୍କ ଆଶିଷ ଲାଭ କରିବାକୁ ଭୁଲି ନାହାଁନ୍ତି ବିଟାଉନର ସେଲିବ୍ରେଟି ।

ସୌଜନ୍ୟ : ସୋସିଆଲ ମିଡିଆ

B'Town Celebrities Celebrate Ashtami : ପାର୍ବଣରେ କମ୍ପୁଛି ଧରା । କାହିଁକିନା ଧରାପୃଷ୍ଠରେ ଅବତରଣ କରିଛନ୍ତି ମାଆ ଦୁର୍ଗା । ଆଜି ମହାମାୟୀଙ୍କ ମହାଷ୍ଟମୀ । ଦୁର୍ଗାଙ୍କ ଆଶିଷ ଲାଭ କରିବାକୁ ଭୁଲି ନାହାଁନ୍ତି ବିଟାଉନର ସେଲିବ୍ରେଟି । ମୁମ୍ବାଇର ଜୁହୁରେ ଦୁର୍ଗା ମଣ୍ତପରେ ରାନୀ ମୁଖାର୍ଜୀ,କାଜୋଲ,ରଣୀବୀର କପୁରଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଦୁର୍ଗାପୂଜା ମଣ୍ତପରେ ଜୟା ବଚ୍ଚନଙ୍କ ସହ ମୌନି ରୟ ଓ ଆୟନ ମୁଖାର୍ଜୀ ମଧ୍ୟ ନଜର ଆସିଥିଲେ । ଜୟା ବଚ୍ଚନ ମୁମ୍ବାଇର ଜୁହୁରେ ଥିବା ଦୁର୍ଗା ପୂଜା ପାଣ୍ଡାଲ ପରିଦର୍ଶନ କରିଥିଲେ ।  ଯେଉଁଠାରେ ସେ ରାନୀ ମୁଖାର୍ଜୀ ଏବଂ କାଜୋଲଙ୍କ ସମେତ ବଙ୍ଗୀୟ ବଲିଉଡର ଅନେକ ସେଲିବ୍ରିଟିଙ୍କୁ ଭେଟିଥିଲେ। ସେ ରାନୀଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଥିଲା। ପରେ ସେ ମୁଖାର୍ଜୀ ବଂଶର ରାନୀ, କାଜୋଲ ଏବଂ ଅନ୍ୟମାନଙ୍କ ସହ ଏକ ଫଟୋ ମଧ୍ୟ ଉଠାଇଥିଲେ। 

ରାନୀ ମୁଖାର୍ଜୀ ଓ ଜୟା ବଚ୍ଚନଙ୍କ ବ୍ୟତୀତ ବଲିଉଡର ବହୁ ଲୋକପ୍ରିୟ ଚେହେରା ଜୁହୁର ଦୁର୍ଗା ପୂଜା ପେଣ୍ତାଲେ ନଜର ଆସିଥିଲେ। ରାନୀ ଓ କାଜୋଲ ଦୁହେଁ ଏକାଠି ହୋଇ ପୂଜା କରିବା ପରେ ପଟୋ ଉଠାଉଥିବା ଦେଖିବାକୁ ମିଳିଥିଲା । ଜୟା ଦେବୀ ଦୁର୍ଗାଙ୍କ ପ୍ରତିମା ସହିତ ସମସ୍ତ ସେଲିବ୍ରେଟଙ୍କ ସହ ପୋଜ୍ ଦେଇ ଫଟୋ ଉଠାଇଥିଲେ। ଏହି ସମୟରେ ରଣବୀର କପୁର ତାଙ୍କ ବନ୍ଧୁ ଆୟାନ ମୁଖାର୍ଜୀଙ୍କ ସହ ପୂଜା ମଣ୍ତପରେ ଉପସ୍ଥିତ ଥିଲେ। ପରେ ଉଭୟ ମୌନିଙ୍କ ସହ ଏକାଠି ପୂଜାରେ ସାମିଲ ହୋଇଥିଲେ। 

ଏହାବି ପଢନ୍ତୁ :  Adipurush Teaser Released : VFX ପାଇଁ ଟ୍ରୋଲ କଲେ ଫ୍ୟାନ୍ସ ,କହିଲେ କିଛି ଏମିତି

ରାନୀ ମୁଖାର୍ଜୀ ଦୁର୍ଗା ପୂଜାରେ ଏକ ସୁନେଲୀ ରଙ୍ଗର ଶାଢୀ ପିନ୍ଧି ଥିବା ବେଳେ କାଜୋଲ ମଧ୍ୟ ଏକ ହାଲକା ଗୋଲାପୀ ରଙ୍ଗର ଶାଢୀ ପିନ୍ଧି ଥିଲେ। ଯେଉଁଥିରେ ଉଭୟ ଖୁବ୍ ସୁନ୍ଦର ଦେଖାଯାଉଥିଲେ।  ସେହିପରି ମୌନି ରୟ ଏକଧଳା ରଙ୍ଗର ଶାଢି ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଯେଉଁଥିରେ ସେ ସୁନ୍ଦର ଦେଖାଯାଉଥିଲେ। ରଣବୀର କପୁରଙ୍କୁ ମଧ୍ୟ ପୂଜା ଗେଟଅପରେ ଦେଖିବାକୁ ମିଳିଥିଲା ।  ଏକ ଧଳା ରଙ୍ଗର ଡ୍ରେସ ପିନ୍ଧିଥିଲେ। ।ସେହିପରି ଆର୍ଯ୍ୟନ ମୁଖାର୍ଯ୍ୟଙ୍କୁ ଏକ ମେରୁନ୍ କର୍ଲର ସେରଓ୍ବାନୀ ପିନ୍ଧିଥିଲେ। ଯାହା ତାଙ୍କୁ ଖୁବ୍ ମାନୁଥିଲା। 

ଯଦି ଏହି ସେଲିବ୍ରେଟିଙ୍କ ୱାର୍କଫ୍ରଣ୍ଟ କଥା କହିବା ।  ତେବେ, ଜୟା ବଚ୍ଚନଙ୍କୁ ରଣଭୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ରକି ଔର ରାନୀ କି ପ୍ରେମ କାହାନୀ (Rocky Aur Rani Ki Prem Kahani) ରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରରେ ଧର୍ମେନ୍ଦ୍ର, ଶବାନା ଆଜମି ମଧ୍ୟ ଅଭିନୟ କରିଛନ୍ତି ।  ଆସନ୍ତାବର୍ଷ ଫେବୃଆରୀରେ ଫିଲ୍ମଟି ମୁକ୍ତିଲାଭ କରିବାର ଯୋଜନା ରହିଛି। ସେହିପରି ଫିଲ୍ମ ସଲାମ ଭେଙ୍କି( Salaam Venky)ରେ କାଜଲଙ୍କୁ ମଧ୍ୟ ଦେଖିବାକୁ ମିଳିବ।
କାଜୋଲ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟର ସେୟାର କରିଛନ୍ତି। ଏହି ଚଳଚ୍ଚିତ୍ରଟି ରେଭାଟୀଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିବା ବେଳେ ଚଳିତ ବର୍ଷ ଡିସେମ୍ବର ୯ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ଯୋଜନା ରହିଛି।