Nawazuddin Siddiqui: 'ବଡ଼ ବଡ ଷ୍ଟାରଙ୍କ ଗହଣରେ ବସିଥିଲେ ବୋଲି କଲର୍ ଧରି ବାହାରକୁ ଫିଙ୍ଗି ଦେଇଥିଲେ ସିକ୍ୟୁରିଟି'
Advertisement
Article Detail0/zeeodisha/odisha1724005

Nawazuddin Siddiqui: 'ବଡ଼ ବଡ ଷ୍ଟାରଙ୍କ ଗହଣରେ ବସିଥିଲେ ବୋଲି କଲର୍ ଧରି ବାହାରକୁ ଫିଙ୍ଗି ଦେଇଥିଲେ ସିକ୍ୟୁରିଟି'

Nawazuddin Siddiqui: ବଲିଉଡ଼ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି (Nawazuddin Siddiqui) । ଆଜିକା ଦିନରେ ସେ ଜଣେ କୋଟିପତି ଅଭିନେତାଙ୍କ (Nawazuddin Siddiqui)ତାଲିକାରେ  ଗଣା । କିନ୍ତୁ ତାଙ୍କ ଜୀବନରେ ଏଭଳି ଏକ ସମୟ ଥିଲା ପାଖର ଟଙ୍କା ନ ଥିଲା ଖାଇବା ପାଇଁ କି ପାଖରେ ଭଲ ପୋଷାକ ଖଣ୍ତିଏ ମଧ୍ୟ ନଥିଲା । ଯେଉଁଥି ପାଇଁ ଲୋକମାନେ ତାଙ୍କ ମଜାକ ଉଡାଇଥିଲେ ଲୋକେ। ପଢନ୍ତୁ   ନୱାଜୁଦ୍ଦିନ ସିଦ୍ଦିକି (Nawazuddin Siddiqui) ଙ୍କ ସଂଘର୍ସମୟ କାହାଣୀ।....

ସୌଜନ୍ୟ- ସୋସିଆଲ ମିଡ଼ିଆ

Nawazuddin Siddiqui: ବଲିଉଡ଼ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି (Nawazuddin Siddiqui) । ତାଙ୍କ ଦମଦାର ଅଭିନୟ ପାଇଁ ସେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ସବୁ ଭୂମିକାକୁ ସେ ଅଧିକ ଜୀବନ୍ତ କରି ନିଭାନ୍ତି। ସେଇଥି ପାଇଁ ତ ବଲିଉଡ଼ରେ ସେ  ଆଜିକା ଦିନରେ ଏକ ନାଁକରା ଅଭିନେତା। ଆଜିକା ଦିନରେ ସେ ଜଣେ କୋଟିପତି ଅଭିନେତାଙ୍କ (Nawazuddin Siddiqui)ତାଲିକାରେ ସେ ଗଣା । କିନ୍ତୁ ଏଭଳି ଏକ ସମୟ ଥିଲା ଯେତେବେଳେ ତାଙ୍କ ପାଖରେ ଖାଇବା ପାଇଁ ଟଙ୍କା ନଥିଲା। କ୍ୟାରିୟର ଆରମ୍ଭ କରିବା ସମୟରେ  ଏପରିକି ତାଙ୍କ ପାଖରେ ଭଲ ପୋଷାକ ଖଣ୍ତିଏ ମଧ୍ୟ ନଥିଲା । ଯେଉଁଥି ପାଇଁ ଲୋକମାନେ ତାଙ୍କ ମଜାକ ଉଡାଇଛନ୍ତି ।  

କେବଳ ଖାଇବା ପାଇଁ ରୋଜଗାର କରିବାକୁ ଚାହୁଁଥିଲେ :
ଗତ କିଛି ଦିନ ପୂର୍ବରୁ ଏକ ସାକ୍ଷାତକାରରେ ନୱାଜୁଦ୍ଦିନ ସିଦ୍ଦିକି (Nawazuddin Siddiqui) ତାଙ୍କ ସଂଘର୍ଷର ଦିନ ଗୁଡିକ ବିଷୟରେ ଖୋଲାଖୋଲି ଭାବରେ କହିଥିଲେ।  ନୱାଜୁଦ୍ଦିନ ସିଦ୍ଦିକି କହିଛନ୍ତି ଯେ, ସେ କେବେ ହେଲେ ଷ୍ଟାର ହେବାକୁ ଚାହାଁ ନଥିଲେ । ଏବଂ ତାଙ୍କର ଏପରି ସ୍ୱପ୍ନ ମଧ୍ୟ ନ ଥିଲା। ସେ କେବଳ ଦିନକୁ ଦି ମୁଠା ଖାଦ୍ୟ ଖାଇବା ପାଇଁ ରୋଜଗାର କରିବାକୁ ଚାହୁଁଥିଲେ, ଯାହାଫଳରେ ସେ ସହଜରେ ବଞ୍ଚିପାରିବେ। ଏହାସହ ସେ ଆହୁରୀ କହିଛନ୍ତି ଯେ, ଏପରି ଏକ ସମୟ ଥିଲା ଯେତେବେଳେ ତାଙ୍କ ପାଖରେ ଖାଇବାକୁ ମଧ୍ୟ ଟଙ୍କା ନଥିଲା। ଏପରି ପରିସ୍ଥିତିରେ,ତାଙ୍କର ଭୋକ ମେଣ୍ଟାଇବା ପାଇଁ ସେ ସାଙ୍ଗମାନଙ୍କ ଘରେ ଖାଦ୍ୟ ଖାଇବା ପାଇଁ ଖରାବେଳେ ପହଞ୍ଚି ଯାଉଥିଲେ। ସେ କହିଛନ୍ତି ଏହା ଅତ୍ୟନ୍ତ କଷ୍ଟଦାୟକ ଦିନ ଥିଲା। କିନ୍ତୁ ସେ ଖୁସି ଥିଲେ। ଯେତେବେଳେ ସେ କୌଣସି କାମ ପାଇଲେ ନାହିଁ ସେତେବେଳେ ସେ ଚିନ୍ତାରେ ରହୁଥିଲେ ।

 

 
 
 
 

 
 
 
 
 
 
 
 
 
 
 

A post shared by Nawazuddin Siddiqui (@nawazuddin._siddiqui)

ନୱାଜୁଦ୍ଦିନ ସିଦ୍ଦିକି , କହିଛନ୍ତି ଯେ ଠିକ୍ ଭାବରେ ନ ଖାଇବା କାରଣରୁ ସେହି ସମୟରେ  ସେ ବହୁତ ଦୁର୍ବଳ ହୋଇ ପଡିଥିଲେ। ଯେଉଁ କାରଣରୁ ତାଙ୍କ ଚୁଟି ଗୁଡିକ ମଧ୍ୟ ଝଡିବାକୁ ଲାଗିଥିଲା । ସେ କହିଥିଲେ ଯେ ଖାଦ୍ୟ ନ ଖାଇବା କାରଣରୁ,'ଯେତେବେଳେ ମୁଁ ଚାଲୁଥିଲି, ସେତେବେଳେ ମୁଁ ବହୁତ ଥକି ଯାଇଥିଲି। ସେହି ସମୟରେ ଏଭଳି ଅନୁଭବ ହେଉଥିଲା କୌଣସି ମୂହୁର୍ତ୍ତରେ ମୃତ୍ୟୁ ହୋଇପାରେ। ଏପରିକି ଥରେ, ବଡ଼ ବଡ ଷ୍ଟାରଙ୍କ ଗହଣରେ ବସିଥିବା ସମୟରେ କଲର୍ ଧରି ବାହାରକୁ ଫିଙ୍ଗିଦେଇଥିଲେ ସିକ୍ୟୁରିଟି । 

ନିକଟରେ, ଅଭିନେତାଙ୍କ ପତ୍ନୀ ଆଲିଆ ସିଦ୍ଦିକି ତାଙ୍କ ଉପରେ ଓ ତାଙ୍କ ପରିବାର ଉପରେ ମାରପିଟ୍ ଓ ଘରେ ତାଲା ପକାଇବା ଭଳି ଅନେକ ଗୁରୁତର ଅଭିଯୋଗ ଆଣିଥିଲେ । ଯାହାକୁ ନେଇ ସେ ବିବାଦକୁ ଆସିଥିଲେ। ପୂର୍ବତନ ପତ୍ନୀ ଆଲିଆ ସିଦ୍ଦିକି ନୱାଜୁଦ୍ଦିନ ସିଦ୍ଦିକିଙ୍କ ବିରୋଧରେ ବଳାତ୍କାର ମାମଲା ଦାୟର କରିଥିଲେ। ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ସେ ଏ ବିଷୟରେ କହିଥିଲେ। ସୂଚନାମୁତାବକ ନୱାଜୁଦ୍ଦିନ ସିଦ୍ଦିକିଙ୍କ ପୂର୍ବତନ ପତ୍ନୀ ଆଲିଆ ସିଦ୍ଦିକି ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ସେ ଅଭିନେତାଙ୍କ ବିରୋଧରେ ବହୁତ ଗମ୍ଭୀର ଅଭିଯୋଗ କରୁଥିବା ଦେଖିବାକୁ ମିଳିଥିଲା। ଭିଡିଓରେ ଆଲିଆ ସିଦ୍ଦିକି କାନ୍ଦୁଛନ୍ତି ଏବଂ କହିଛନ୍ତି ଯେ ନୱାଜୁଦ୍ଦିନ ସିଦ୍ଦିକି ତାଙ୍କ ପିଲାମାନଙ୍କୁ ତାଙ୍କଠାରୁ ଛଡ଼େଇ ନେବାକୁ ଚାହୁଁଛନ୍ତି। ସେ ଆଜିକାଲି ଆର୍ଥିକ ସଙ୍କଟ ସହ ମଧ୍ୟ ସଂଘର୍ଷ କରୁଛନ୍ତି ବୋଲି କହିଥିଲେ।