Hrithik Roshan: ଜାଣନ୍ତୁ ଫିଟନେସ୍ ଟ୍ରେନିଂ ପାଇଁ କ୍ରିସ୍ ଗେଥିନଙ୍କୁ କେତେ ଟଙ୍କା ଦିଅନ୍ତି ହ୍ରିତିକ୍?
Advertisement

Hrithik Roshan: ଜାଣନ୍ତୁ ଫିଟନେସ୍ ଟ୍ରେନିଂ ପାଇଁ କ୍ରିସ୍ ଗେଥିନଙ୍କୁ କେତେ ଟଙ୍କା ଦିଅନ୍ତି ହ୍ରିତିକ୍?

Kris Gethinଗୋଟେ ସମୟ ଥିଲା ଯେତେବେଳେ ଅଭନେତା ଡିପପ୍ରେସନ୍ କୁ ଚାଲିଯାଇଥିଲେ । ସେତେବେଳେ କ୍ରିସ୍ ଗେଥିନ ତାଙ୍କ ଆତ୍ମବିଶ୍ବାସ ବଢାଇବା ସହ ତାଙ୍କ ଡିପପ୍ରେସନ୍ କମ୍ କରିବାରେ ସାହାଯ୍ୟ କରିଥିଲେ । ତେବେ ଆସନ୍ତୁ ଜାଣିବା କିଏ ଏହି କ୍ରିସ୍ ଗେଥିନ ଯାହାଙ୍କ ସହଯୋଗ ହ୍ରିତିକଙ୍କ ଜୀବନରେ ଟର୍ଣ୍ଣିଂ ପଏଣ୍ଟ ଆଣିଥିଲା ।

ସୌଜନ୍ୟ-ସୋସିଆଲ ମିଡିଆ

India Highest Paid Gym Trainer: “ଗ୍ରୀକ୍ ଗଡ଼” ଭାବେ ପରିଚିତ୍ ହ୍ରିତିକ୍ ରୋଶନଙ୍କ ଦମଦାର ଅଭିନୟ, ଜବରଦସ୍ତ ଡ଼୍ୟାନ୍ସ ଓ ଜବରଦସ୍ତ ଫିଜିକରେ ସମସ୍ତେ ଦିୱାନା । ନିକଟରେ ରିଲିଜ ହୋଇଥିବା ହ୍ରିତିକଙ୍କ ଅଭିନୀତ ଫିଲ୍ମ ‘ଫାଇଟର’ ରେ ତାଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି । କୁହାଯାଏ, ଗୋଟେ ସମୟ ଥିଲା ଯେତେବେଳେ ଅଭନେତା ଡିପପ୍ରେସନ୍ କୁ ଚାଲିଯାଇଥିଲେ । ସେତେବେଳେ କ୍ରିସ୍ ଗେଥିନ ତାଙ୍କ ଆତ୍ମବିଶ୍ବାସ ବଢାଇବା ସହ ତାଙ୍କ ଡିପପ୍ରେସନ୍ କମ୍ କରିବାରେ ସାହାଯ୍ୟ କରିଥିଲେ । ତେବେ ଆସନ୍ତୁ ଜାଣିବା କିଏ ଏହି କ୍ରିସ୍ ଗେଥିନ ଯାହାଙ୍କ ସହଯୋଗ ହ୍ରିତିକଙ୍କ ଜୀବନରେ ଟର୍ଣ୍ଣିଂ ପଏଣ୍ଟ ଆଣିଥିଲା ।

କ୍ରିସ୍ ଗେଥିନ ହ୍ରିତିକ୍ ଙ୍କ ଜିମ୍ ଟ୍ରେନର ଅଟନ୍ତି । ୱେଲ୍ସର ଏକ କୃଷକ ପରିବାରରେ ତାଙ୍କର ଜନ୍ମ । ଏକ ସମୟ ଥିଲା ଯେତେବେଳେ କ୍ରିସ୍ ବଡ଼ି ବଲିଡ଼ଂକୁ ଆଦୌ ପସନ୍ଦ କରୁନଥିଲେ । ଗ୍ରେଟେଷ୍ଟ ଫିଜିକ୍ ରିପୋର୍ଟ ଅନୁଯାୟୀ, କ୍ରିସ୍ ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲେ । ଏହାପରେ ଡ଼ାକ୍ତର ତାଙ୍କୁ ବାଇକ ନ ଚଲାଇବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ଡ଼ାକ୍ତରଙ୍କ କଥାକୁ ଚ୍ୟାଲେଞ୍ଜ କରି କ୍ରିସ୍ ୱାର୍କଆଉଟ ଆରମ୍ଭ କରିଥିଲେ । ବାସ୍ ଏହା ତାଙ୍କ ଜୀବନର ଟର୍ଣ୍ଣିଂ ପଏଣ୍ଟ ସାଜିଥିଲା ।  ଏହାପରେ ସେ ଜିମ୍ କୁ ନିଜ ପ୍ରଫେସନ୍ ବାଛି ନେଇଥିଲେ । ସଞ୍ଜୟଲୀଲା ଭନସାଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଗୁଜାରିସ୍’ ରେ ଅଭିନୟ ପାଇଁ ହ୍ରିତିକ୍ ୱାର୍କଆଉଟ ବନ୍ଦ କରିଦେଇଥିଲେ । ତେବେ ଏହାପରେ କ୍ରିସ୍-୩ରେ ଅଭିନୟ ପାଇଁ ସେ ପୁଣି ଥରେ ୱାର୍କଆଉଟ ଆରମ୍ଭ କରିଥିଲେ । ଏହି ସମୟରେ ତାଙ୍କର କ୍ରିସ୍ ଙ୍କ ସହ ଭେଟ ହୋଇଥିଲା । । ତେବେ ୨୦୧୧ରୁ ବର୍ତ୍ତମାନ ସୁଦ୍ଧା ଅର୍ଥାତ୍ ଦୀର୍ଘ ୧୨ ବର୍ଷରୁ ଅଧିକ ସମୟ ଧରି କ୍ରିସ୍ ହ୍ରିତିକ୍ ଙ୍କ ଟ୍ରେନର ଅଟନ୍ତି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ହ୍ରିତିକ୍ ଙ୍କୁ ଟ୍ରେନିଂ ଦେବା ପାଇଁ କ୍ରିସ୍ ମାସିକ ୨୦ ଲକ୍ଷ ଟଙ୍କା ନେଇଥାଆନ୍ତି ।

ପ୍ରକାଶ ଥାଉ କି, କ୍ରିସ୍ ଗେଥିନ ହ୍ରିତିକ୍ ଙ୍କ ବ୍ୟତୀତ ରଣଭୀର ସିଂ, ଜନ୍ ଆବ୍ରାହମ୍ ପରି ବହୁ ସେଲିବ୍ରେଟିଙ୍କୁ ମଧ୍ଯ ଟ୍ରେନିଂ ଦେଇଥାଆନ୍ତି । ଏକ ମିଡ଼ିଆ ରିପୋର୍ଟ ଅନୁଯାୟୀ, ତାଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୧୭୦ କୋଟି ଅଟେ । ଫିଟନେସ୍ ଟ୍ରେନିଂ ପାଇଁ ସେ ମାସିକ ୭ ଲକ୍ଷରୁ ୩୦ ଲକ୍ଷ ଟଙ୍କା ଚାର୍ଜ କରିଥାଆନ୍ତି ।