Hema Malini: ବଲିଉଡରେ ନୁହେଁ, ଭୋଜପୁରୀ ଇଣ୍ତଷ୍ଟ୍ରିରେ ବି ଜଲଓ୍ବା ଦେଖାଇଛନ୍ତି ଡ୍ରିମଗାର୍ଲ
Advertisement

Hema Malini: ବଲିଉଡରେ ନୁହେଁ, ଭୋଜପୁରୀ ଇଣ୍ତଷ୍ଟ୍ରିରେ ବି ଜଲଓ୍ବା ଦେଖାଇଛନ୍ତି ଡ୍ରିମଗାର୍ଲ

Bollywood Actress Hema Malini Bhojpuri Film Ganga : ବଲିଉଡ ଅଭିନେତ୍ରୀ ହେମାମାଳିନୀ । ବଲିଉଡ ଇଣ୍ତଷ୍ଟ୍ରିର ଜଣାଶୁଣା ନାଁ । ଡ୍ରିମ୍ ଗାର୍ଲ ନାମରେ ସେ ଘରେ ଘରେ ପରିଚିତ । ଆଜିବି ତାଙ୍କ ଅଭିନୟର ଯାଦୁ ଦର୍ଶକ ମନ୍ତ୍ରମୁଗ୍ଧ ।

Hema Malini: ବଲିଉଡରେ ନୁହେଁ, ଭୋଜପୁରୀ ଇଣ୍ତଷ୍ଟ୍ରିରେ ବି ଜଲଓ୍ବା ଦେଖାଇଛନ୍ତି ଡ୍ରିମଗାର୍ଲ

Bollywood Actress Hema Malini Bhojpuri Film Ganga : ବଲିଉଡ ଅଭିନେତ୍ରୀ ହେମାମାଳିନୀ ।  ବଲିଉଡ ଇଣ୍ତଷ୍ଟ୍ରିର ଜଣାଶୁଣା ନାଁ । ଡ୍ରିମ୍ ଗାର୍ଲ ନାମରେ ସେ ଘରେ ଘରେ ପରିଚିତ ।  ଆଜିବି ତାଙ୍କ ଅଭିନୟର ଯାଦୁ ଦର୍ଶକ ମନ୍ତ୍ରମୁଗ୍ଧ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ହେମା ମାଳିନୀ ଭୋଜପୁରୀ ସିନେମାରେ ମଧ୍ୟ କାମ କରିଛନ୍ତି। ଆଜି,ଏହି ଖବର ମାଧ୍ୟମରେ ଆମେ କେବଳ ହେମା ମାଲିନିଙ୍କ ସୁପରହିଟ୍ ଫିଲ୍ମ ବିଷୟରେ କହିବୁ ନାହିଁ ,ବରଂ ସେହି ଫିଲ୍ମକୁ ଆପଣ କେଉଁଠାରେ ଦେଖିପାରିବେ ତାହା ମଧ୍ୟ କହିବୁ।

ହେମା ମାଲିନିଙ୍କ ସୁପରହିଟ୍ ଫିଲ୍ମର ନାମ ଥିଲା 'ଗଙ୍ଗା' । ଗଙ୍ଗା ଏକ ମଲ୍ଟିଷ୍ଟାର୍ ଚଳଚ୍ଚିତ୍ର । ଏଥିରେ ଅମିତାଭ ବଚ୍ଚନଙ୍କ ପରି ପ୍ରସିଦ୍ଧ ତାରକା ମଧ୍ୟ ନଜର ଆସିଥିଲେ। ଏହି ଚଳଚ୍ଚିତ୍ରର ବକ୍ସ ଅଫିସରେ ହିଟ୍ ମଧ୍ୟ ହୋଇଛି । କେବଳ  ସେତିକି ନୁହେଁ,ଏପର୍ଯ୍ୟନ୍ତ ଶ୍ରେଷ୍ଠ ଦଶଟି ଚଳଚ୍ଚିତ୍ରରେ ଅନ୍ତର୍ଭୁକ୍ତ । ଏଥିରେ ଭୋଜପୁରୀ ସିନେମାର ଦୁଇଜଣ ମୁଖ୍ୟ ଭିଲେନଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ମନୋଜ ତିୱାରୀ ଏବଂ ରବି କିଶାନଙ୍କୁ ଏହି ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିଛି । ତେବେ, ଏହି ମଲ୍ଟି ଷ୍ଟାରର ଫିଲ୍ମଟି ବକ୍ସ ଅଫିସରେ ଜବରଦସ୍ତ ସଫଳତା ପାଇଛି । 

ତେବେ, ଏହି ଫିଲ୍ମର ଠାକୁରାଇନ୍ ଭୂମିକାରେ ହେମା ମାଳିନୀ ନଜର ଆସିଥିଲେ। ଏହି ଫିଲ୍ମଟି ଏତେ ସୁପରହିଟ୍ ଥିଲା ଯେ,ଟିକେଟ୍ ଗୁଡିକ ବ୍ଲାକରେ ବିକ୍ରି ହେବା ଆରମ୍ଭ ହୋଇଥିଲା । ଭୋଜପୁରୀ ଚଳଚ୍ଚିତ୍ରରେ ହେମା ମାଳିନୀଙ୍କୁ ଦେଖିବା ପାଇଁ ଦର୍ଶକ ଏକ ପ୍ରକାର ପାଗଳ ହେଉଯାଉଥିଲେ। ତେବେ ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ହେମାଙ୍କ ଏହି ସୁପରହିଟ୍ ଫିଲ୍ମଟି ୨୦୦୬ ମସିହାରେ ରିଲିଜ୍ ହୋଇଥିଲା। ​​ଏବଂ ଆଜି ମଧ୍ୟ ଲୋକମାନେ ତାଙ୍କ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି। ତେବେ, ଆପଣ ଏହି ଫିଲ୍ମଟିକୁ  ୟୁଟ୍ୟୁବରେ ମଧ୍ୟ ଦେଖିପାରିବେ। 

୧୯୪୮ ମସିହା ଅକ୍ଟୋବର ୧୬ରେ ତାମିଲନାଡୁରେ ଜନ୍ମ ଗ୍ରହଣ କରିଥିଲେ ହେମାମାଳିନୀ। ହେମାଙ୍କ ସୁନ୍ଦରତା ଯୋଗୁଁ ବଲିଉଡ୍‌ରେ ସେ ଡ୍ରିମ ଗାର୍ଲ ଭାବେ ପରିଚିତ। ନିଜ ସୁନ୍ଦରତା ଯୋଗୁଁ ତାଙ୍କୁ ନିଜ ପାଠ ପଢ଼ା ଛାଡ଼ିବାକୁ ପଡ଼ିଥିଲା। କଥାଟା ଆଶ୍ଚର୍ଯ୍ୟ ଲଗୁଥିଲେ ବି ସତ। ଦଶମ ଶ୍ରେଣୀରେ ପାଠ ପଢୁଥିବା ବେଳେ ତାଙ୍କୁ ଲଗାତାର ଫିଲ୍ମରୁ ଅଫର ଆସିଥିଲା। ଏଥିପାଇଁ ସେ ପାଠ ଛାଡ଼ି ଫିଲ୍ମ ଦୁନିଆରେ ପାଦ ଥାପିଥିଲେ।  ଅଭିନୟ ସହ ପରେ ରାଜନୀତିକୁ ମଧ୍ୟ ଆସିଥିଲେ। ୨୦୦୩ରୁ ୨୦୦୯ ପର୍ଯ୍ୟନ୍ତ ସେ ବିଜେପିରୁ ରାଜ୍ୟସଭା ପ୍ରାର୍ଥୀ ହୋଇଥିଲେ। ପରେ ୨୦୧୪ରେ ଲୋକସଭା ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ। ଏବେ ସେ ଉତ୍ତରପ୍ରଦେଶର ମଥୁରାରୁ ସାଂସଦ ଅଛନ୍ତି।

 ଏହାବି ପଢନ୍ତୁ : Urvashi Rautela: ଋଷଭଙ୍କ ଆରୋଗ୍ୟ ପାଇଁ ଉର୍ବଶୀଙ୍କ ମାଆ କଲେ ଏମିତି କାମ, ଟ୍ରୋଲର୍ସ କହିଲେ ...

ହେମାଙ୍କ ସୁନ୍ଦରତା ଯୋଗୁଁ ସେହି ସମୟରେ ତାଙ୍କୁ ବିବାହ କରିବାକୁ ଅନେକ ବଡ଼ ବଡ଼ କଳାକାରଙ୍କ ପ୍ରସ୍ତାବ ଆସିଥିଲା।
ଧର୍ମେନ୍ଦ୍ରଙ୍କ ବ୍ୟତୀତ ଜିତେନ୍ଦ୍ର ଓ ସଞ୍ଜୀବ କୁମାର ମଧ୍ୟ ହେମାଙ୍କ ପ୍ରେମରେ ପାଗଳ ଥିଲେ। ହେଲେ ହେମା ଓ ଧର୍ମେନ୍ଦ୍ରଙ୍କ ନାଁକୁ ନେଇ ସେ ସମୟରେ ଚର୍ଚ୍ଚା ଚାଲିଥିଲା।  ଧର୍ମେନ୍ଦ ବିବାହିତ ଥିବାରୁ ଏଥିରେ ହେମାଙ୍କ ଘର ଲୋକ ରାଜି ହୋଇନଥିଲେ। ଫଳରେ ଦୁହେଁ ଧର୍ମ ପରିବର୍ତ୍ତନ କରି ଇସଲାମିକ ଧର୍ମ ଗ୍ରହଣ କରି ବିବାହ କରିଥିଲେ।  ଶନି ଦେଓଲ ଓ ବବି ଦେଓଲ ହେଉଛନ୍ତି ଧର୍ମେନ୍ଦ୍ରଙ୍କ ପୂର୍ବ ପତ୍ନୀଙ୍କ ପୁଅ। ଧର୍ମେନ୍ଦ୍ର ଓ ହେମାଙ୍କ ଦୁଇଟି ଝିଅ।