ହାପି ବର୍ଥ ଡେ ଅଦା ଶର୍ମା
Advertisement
Article Detail0/zeeodisha/odisha1181010

ହାପି ବର୍ଥ ଡେ ଅଦା ଶର୍ମା

ବଲିଉଡରୁ ନେଇ ସାଉଥ ଫିଲ୍ମରେ କାମ କରିସାରିଥିବା ଅଭିନେତ୍ରୀ ଅଦା ଶର୍ମା (Adah Sharma) ଆଜି ନିଜ  ୩୦ ତମ ଜନ୍ମ ଦିନ ପାଳନ କରିଛନ୍ତି । ସେ ୧୧ ମେ ୧୯୯୨ ମସିହାରେ ଜନ୍ମ ହୋଇଥିଲେ  । ତାମିଲ ବ୍ରାହ୍ମଣ ପରିବାରର ଜନ୍ମିତ ଅଦା ଫିଲ୍ମରେ  ନିଜ ଅଭିନୟର ଯାଦୁ ଦେଖାନ୍ତି । ଫିଲ୍ମ ଅପେକ୍ଷା ତାଙ୍କ କ୍ୟୁଟନେସ ଆଉ ବୋଲ୍ଡ ଅନ୍ଦାଜକୁ ଦର୍ଶକ ବେଶ ପସନ୍ଦ କରନ୍ତି । ପ୍ରାୟ ସମୟରେ ସେ ନିଜ ବୋଲ୍ଟ ଫଟୋ ସୁଟ୍ ପାଇଁ ଚର୍ଚ୍ଚାରେ ରୁହନ୍ତି । 

ହାପି ବର୍ଥ ଡେ ଅଦା ଶର୍ମା

ନୂଆଦିଲ୍ଲୀ: ବଲିଉଡରୁ ନେଇ ସାଉଥ ଫିଲ୍ମରେ କାମ କରିସାରିଥିବା ଅଭିନେତ୍ରୀ ଅଦା ଶର୍ମା (Adah Sharma) ଆଜି ନିଜ  ୩୦ ତମ ଜନ୍ମ ଦିନ ପାଳନ କରିଛନ୍ତି । ସେ ୧୧ ମେ ୧୯୯୨ ମସିହାରେ ଜନ୍ମ ହୋଇଥିଲେ  । ତାମିଲ ବ୍ରାହ୍ମଣ ପରିବାରର ଜନ୍ମିତ ଅଦା ଫିଲ୍ମରେ  ନିଜ ଅଭିନୟର ଯାଦୁ ଦେଖାନ୍ତି । ଫିଲ୍ମ ଅପେକ୍ଷା ତାଙ୍କ କ୍ୟୁଟନେସ ଆଉ ବୋଲ୍ଡ ଅନ୍ଦାଜକୁ ଦର୍ଶକ ବେଶ ପସନ୍ଦ କରନ୍ତି । ପ୍ରାୟ ସମୟରେ ସେ ନିଜ ବୋଲ୍ଟ ଫଟୋ ସୁଟ୍ ପାଇଁ ଚର୍ଚ୍ଚାରେ ରୁହନ୍ତି ।ସୋସିଆଲ ମିଡିଆରେ ମଧ୍ୟ ଅଦା ଶର୍ମା(Adah Sharma)  ବେଶ ଆକ୍ଟିଭ । ନିଜ ଡେଲି ଅପଡେଟ୍ ସେ ସୋସିଆଲ ମିଡିଆ ଜରିଆରେ ଫ୍ୟାନ୍ସଙ୍କ ସହ ସେୟାର କରନ୍ତି । ଅଦା ନିଜ ସୌନ୍ଦର୍ଯ୍ୟ ପାଇଁ ଦର୍ଶକଙ୍କ ହୃଦୟରେ ରାଜ କରନ୍ତି । ସେ ବଲିଉଡରେ କମାଣ୍ଡୋ ୨ (Commando 2)ଏବଂ ହସି ତୋ ଫସି (Hasee Toh Phasee)ଭଳି ଫିଲ୍ମରେ କାମ କରିସାରିଛନ୍ତି । ଏହି ଫିଲ୍ମରେ ଆକ୍ଟିଂ ସହ ନିଜ ନିଆରା ଅନ୍ଦାଜରେ ଲୋକଙ୍କ ହୃଦୟ ଜିତିଛନ୍ତି  ।  

ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେ ନିଜ ଗ୍ଲାମରସ୍ ଫଟୋ ସେୟାର କରନ୍ତି । ଲଗାତାର ସେ ନିଜ ଫଟୋ ସୁଟ୍ ର ଫଟୋ ଆଉ ଭିଡିଓ ସେୟାର କରନ୍ତି । ଯାହାଦ୍ୱାରା ସେ ଲକ୍ଷ ଲକ୍ଷ ଫ୍ୟାନ୍ସକୁ ନିଜର ଦିୱାନା ବନାଇଦିଅନ୍ତି । ଅଦାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ୬.୪ ମିଲିୟନ ଫଲୋର୍ସ ଅଛନ୍ତି । ଅଦା ଶର୍ମା ୧୬ ବର୍ଷ ବୟସରୁ ହିଁ ନିଜ ଅଭିନୟ କ୍ୟାରିୟର ଗଢିଥିଲେ । ବିକ୍ରମ ଭଟ୍ଟ (Vikram Bhatt)ଙ୍କ ଫିଲ୍ମ '1920'ରେ  ୧୬ ବର୍ଷ ବୟସରେ କାମ କରିଥିଲେ  ଅଦା ଶର୍ମା । ଏହି ଫିଲ୍ମରେ ତାଙ୍କ ଅଭିନୟକୁ ବେଶ ପସନ୍ଦ କରାଯାଇଥିଲା ।

Also Read: ପ୍ରସିଦ୍ଧ ସନ୍ତୁର ବାଦକ ପଣ୍ଡିତ ଶିବକୁମାର ଶର୍ମାଙ୍କ ପରଲୋକ

ଏହି ଫିଲ୍ମରେ  ଅଭିନେତା ରଜନୀଶ ଦୁଗଲ (Rajnish Duggal)ମଧ୍ୟ  ଅପୋଜିଟ୍ ଲିଡ୍ ରୋଲରେ ଅଭିନୟ କରିଥିଲେ । ତାମିଲ ରେ ଏହି ଅଭିନେତ୍ରୀ 'ଚାର୍ଲି ଚାପଲିନ୍ ୨' (Charlie Chaplin 2) ଜରିଆରେ ଡେବ୍ୟୁ କରିଥିଲେ ।  ଏହି ଫିଲ୍ମ 2017ରେ ରିଲିଜ ହୋଇଥିଲା । ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରହୁଥିବା ଏହି ଅଭିନେତ୍ରୀ ଜଣକ ହିନ୍ଦୀ , ତାମିଲ , ତେଲୁଗୁ ଏବଂ କନ୍ନଡ ଫିଲ୍ମରେ ଅଭିନୟ କରିଛନ୍ତି । ସେ ହିନ୍ଦୀ ଫିଲ୍ମରେ ଅଧିକ ଆକ୍ଟିଭ ରୁହନ୍ତି । ତାଙ୍କୁ ଶେଷଥର ବଲିଉଡ ଅଭିନେତା ବିଦ୍ୟୁତ ଜାମୱାଲଙ୍କ ସହ ଫିଲ୍ମ କମାଣ୍ଡୋ ୩ ( Commando 3) ରେ ଦେଖିବାକୁ ମିଳିଥିଲା ।  

Also Read: ସୋନାକ୍ଷୀଙ୍କ ସିକ୍ରେଟ ଏନଗେଜମେଣ୍ଟ

ନିଜ ବିନ୍ଦାସ ନେଚର ପାଇଁ ବେଶ ଜଣାଶୁଣା ଅଦା ଶର୍ମା । କାଷ୍ଟିଂ କାଉଚ ପ୍ରସଙ୍ଗରେ ନିଜ ବୟାନ ଦେଇ ଲାଇମଲାଇଟରେ ରହିଥିଲେ ଅଦା ଶର୍ମା । ଅଦା  କେବଳ କ୍ୟୁଟ୍ ଆକ୍ଟ୍ରେସ ନୁହଁନ୍ତି ସେ ଜଣେ  ଫିଟନେସ ଫ୍ରିକ୍ ହିରୋଇନ ମଧ୍ୟ । ସେ ପ୍ରାୟ ସମୟରେ ନିଜ ଫିଟନେସ୍ ଭିଡିଓ ସୋସିଆଲ ମିଡିଆରେ ସେୟାର କରନ୍ତି ।  ଯାହା ତାଙ୍କ ଫ୍ୟାନ୍ସଙ୍କୁ ଫିଟ୍ ରହିବା ପାଇଁ ଇନସ୍ପାୟାର କରେ ।  ତାଙ୍କର ଡ୍ୟାନ୍ସ ପ୍ରତି ବି ରୁଚି ରହିଛି । ୩ ବର୍ଷ ବୟସରୁ ହିଁ ଅଦା ଡ୍ୟାନ୍ସ ଶିଖିଥିଲେ ।  ସେ ଜାଜ୍ , ସାଲସା , ବେଲି ଡ୍ୟାନ୍ସ ଏବଂ କଥକ ଡ୍ୟାନ୍ସରେ ପାରଙ୍ଗମ ।