Christmas Celebration 2022: ସେଲିବ୍ରେଟିଙ୍କ ଖ୍ରୀଷ୍ଟମାସ ସେଲିବ୍ରେସନ୍, ଦେଖନ୍ତୁ ଭିଡିଓ
Advertisement

Christmas Celebration 2022: ସେଲିବ୍ରେଟିଙ୍କ ଖ୍ରୀଷ୍ଟମାସ ସେଲିବ୍ରେସନ୍, ଦେଖନ୍ତୁ ଭିଡିଓ

Christmas Celebration 2022: ଆଜି ବଡ଼ଦିନ ବା ଖ୍ରୀଷ୍ଟମାସ । ପ୍ରଭୁ ଯୀଶୁଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠିଛି ପଲ୍ଲୀଠୁ ସହର । ଆଜିର ଦିନଟିକୁ ଖୁବ୍ ଉଲ୍ଲାସର ସହ ପାଳନ କରୁଛନ୍ତି ସଭିଏଁ । ଘରେ ଖ୍ରୀଷ୍ଟମାସ ଟ୍ରି ସଜାଇବା ସହିତ ପରସ୍ପର ମଧ୍ୟରେ ଉପହାର ବଣ୍ଟନ କରିଛନ୍ତି।

Christmas Celebration 2022: ସେଲିବ୍ରେଟିଙ୍କ ଖ୍ରୀଷ୍ଟମାସ ସେଲିବ୍ରେସନ୍, ଦେଖନ୍ତୁ ଭିଡିଓ

Christmas Celebration 2022: ଆଜି ବଡ଼ଦିନ ବା ଖ୍ରୀଷ୍ଟମାସ । ପ୍ରଭୁ ଯୀଶୁଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠିଛି ପଲ୍ଲୀଠୁ ସହର । ଆଜିର ଦିନଟିକୁ ଖୁବ୍ ଉଲ୍ଲାସର ସହ ପାଳନ କରୁଛନ୍ତି ସଭିଏଁ । ଘରେ  ଖ୍ରୀଷ୍ଟମାସ ଟ୍ରି ସଜାଇବା ସହିତ ପରସ୍ପର ମଧ୍ୟରେ ଉପହାର ବଣ୍ଟନ କରିଛନ୍ତି। କେବଳ ସାଧାରଣ ଲୋକ ନୁହଁନ୍ତି ସେଲିବ୍ରେଟିମାନେ ମଧ୍ୟ ଏହି ଦିନଟିକୁ ଖୁବ୍ ଧୁମଧାମରେ ପାଳନ କରୁଛନ୍ତି । ତେବେ, ଆସନ୍ତୁ ଦେଖିବା କେଉଁ ତାରିକା କିଭଳି ଏହି ଖ୍ରୀଷ୍ଟମାସକୁ କିପରି ପାଳନ କରୁଛନ୍ତି । 

ଦିବ୍ୟଙ୍କା ନିଜ ଶାଶୁଙ୍କ ସହ ଖ୍ରୀଷ୍ଟମାସ ପାଳନ କରିଛନ୍ତି :
ଦିବ୍ୟଙ୍କା ତ୍ରିପାଠୀ ତାଙ୍କ ପରିବାର ସହିତ ଏହି ବିଶେଷ ଦିନ ପାଳନ କରିଛନ୍ତିୁ। ଅଭିନେତ୍ରୀ ଜଣକ ଏନେଇ ନିଜ ଇନଷ୍ଟାରେ ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଦିବ୍ୟଙ୍କା ନିଜ ଶାଶୁଙ୍କ ସହ ମୁଣ୍ତରେ ଏକ  ଲାଇଟିଂ କରୁଥିବା ଏକ ସିଙ୍ଗ ଲଗାଇ ନାଚୁ ଥିବାର ନଜର ଆସିଛନ୍ତି । ତିନିଜଣ ମନଭରି ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି ।  ସେମାନଙ୍କର ଏହି ଡ୍ୟାନ୍ସ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଏବଂ ଫ୍ୟାନ୍ସଙ୍କ କାଫି କମେଣ୍ଟ ମଧ୍ୟ ଆସିଛି । 

ଅର୍ଜୁନ ବିଜଲାନୀଙ୍କ ଖ୍ରୀଷ୍ଟମାସ ସେଲିବ୍ରସନ୍ :
ଟିଭି ଅଭିନେତା ଅର୍ଜୁନ ଏକ ଅତି ସୁନ୍ଦର ଖ୍ରୀଷ୍ଟମାସ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ପୁଅ ତାଙ୍କୁ ଟୋପି ପିନ୍ଧିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓରେ ସେ ନିଜ ପୁଅ ସହିତ ବେଶ ମଜା କରୁଥିବା ନଜର ଆସିଛନ୍ତି । ଏଭଳି ପରିସ୍ଥିତିରେ ସେ କ୍ୟାପସନରେ ଲେଖିଛନ୍ତି ଯେ, ସେ ଏହି ମୁହୂର୍ତ୍ତକୁ ଉତ୍ସାହର ସହିତ ଅପେକ୍ଷା କରିଥିଲି।

ସୁରବି ଜ୍ୟୋତିଙ୍କ ଖ୍ରୀଷ୍ଟମାସ ସେଲିବ୍ରସନ୍  :
ଖ୍ରୀଷ୍ଟମାସ ପାଳନ କରିବାକୁ ସୁରବି ଜ୍ୟୋତି ନ୍ୟୁୟର୍କରେ ପହଞ୍ଚିଛନ୍ତି । ଏଭଳି ପରିସ୍ଥିତିରେ ସେ ଖ୍ରୀଷ୍ଟମାସ ଟ୍ରି ସହିତ ନିଜର ସୁନ୍ଦର ଚିତ୍ର ସେୟାର କରିଛନ୍ତି। ସେ ମୁଣ୍ଡରେ ଏକ କ୍ୟାପ ଲଗାଇଥିବା ବେଳେ ଶୀତ ପୋଷାକ ପରିଧାନ କରିଥିବା ଦେଖିବାକୁ ମିଳିଛି । ସୁରବିଙ୍କ ବ୍ୟତୀତ ଅଲି ଗୋନି, ଜସ୍ମିନ୍ ଭାସିନ୍ ଏବଂ ଅନ୍ୟାନ୍ୟ ତାରକା ଖ୍ରୀଷ୍ଟମାସକୁ ବହୁ ଧୁମଧାମରେ ପାଳନ କରୁଥିବା ଦେଖିବାକୁ ମିଳିଛି ।

ଖ୍ରୀଷ୍ଟିଆନ ସମ୍ପ୍ରଦାୟଙ୍କ ବଡ଼ ପର୍ବ ଖ୍ରୀଷ୍ଟମାସ । ଲୋକେ ସାନ୍ତା କ୍ଲଜ ବେଶରେ ସଜ୍ଜିତ ହୋଇ ଉପହାର ବଣ୍ଟନ କରନ୍ତି । ଜିଙ୍ଗଲ ବେଲ୍ ଜିଙ୍ଗଲ୍ ବେଲ୍ ଜିଙ୍ଗଲ୍ ଅନ୍ ଦ ଓ୍ୱେ । ଏହି ଗୀତରେ ଝୁମିଉଠନ୍ତି ଲୋକେ । ଖ୍ରୀଷ୍ଟମାସ ପୂର୍ବ ରାତିରେ ପ୍ରଭୁ ଯୀଶୁଙ୍କ ଉଦ୍ଦେଶ୍ୟରେ କରୋଲ୍ ଗାଆନ୍ତି ଓ ବଡଦିନରେ ପ୍ରେମ ଓ ଭାଇଚାରାର ବାର୍ତ୍ତା ଭାବେ ଉପହାର ବାଣ୍ଟନ୍ତି ଓ ପରସ୍ପର ଘରକୁ ଯାଆନ୍ତି । କେବଳ ଖ୍ରୀଷ୍ଟିଆନ ନୁହେଁ ଅନେକ ସ୍ଥାନରେ ଏହି ପର୍ବ ପାଳନରେ ଅନ୍ୟମାନେ ବି ସାମିଲ ହେଉଛନ୍ତି । ଗୀର୍ଜାଘର ଗୁଡିକୁ ସୁସଜ୍ଜିତ କରାଯାଇଥାଏ । ଏହି ଦିନରେ ସ୍କୁଲ କଲେଜ୍ ଛୁଟି ରହୁଥିବାରୁ ସାର୍ବଜନୀନ ଭାବେ ଦିନଟିକୁ ହର୍ଷୋଲ୍ଲାସରେ ପାଳନ କରାଯାଉଛି ।

 

 
 
 
 

 
 
 
 
 
 
 
 
 
 
 

A post shared by Divyanka Tripathi Dahiya (@divyankatripathidahiya)