Alia Bhatt: ବିଦେଶ ରାମ୍ପରେ ଚମକିଲେ ଗଙ୍ଗୁବାଇ !
Advertisement
Article Detail0/zeeodisha/odisha1432991

Alia Bhatt: ବିଦେଶ ରାମ୍ପରେ ଚମକିଲେ ଗଙ୍ଗୁବାଇ !

Alia Bhatt: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ । ଆଲିଆ ଭଟ୍ଟଙ୍କ ପ୍ରଶଂସକ କେବଳ ଦେଶ ନୁହେଁ ବିଦେଶରେ ବି ଅଛନ୍ତି । ଆଲିଆଙ୍କ ଅଭିନୀତ ଫିଲ୍ମ 'ଗାଙ୍ଗୁବାଇ କାଠିଆୱାଡି' (Gangubai Kathiawadi) ବକ୍ସ ଅଫିସରେ ଧମାଲ ମଚାଇଥିଲା । ଏହି ଫିଲ୍ମକୁ ଦର୍ଶକ ବେଶ୍ ଭଲ ପାଇବା ମଧ୍ୟ ଦେଇଛନ୍ତି । 

ସୌଜନ୍ୟ : ସୋସିଆଲ ମିଡିଆ

Alia Bhatt: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ । ଆଲିଆ ଭଟ୍ଟ(Alia Bhatt)ଙ୍କ ପ୍ରଶଂସକ କେବଳ ଦେଶ ନୁହେଁ ବିଦେଶରେ ବି ଅଛନ୍ତି । ଆଲିଆଙ୍କ ଅଭିନୀତ ଫିଲ୍ମ 'ଗାଙ୍ଗୁବାଇ କାଠିଆୱାଡି' (Gangubai Kathiawadi) ବକ୍ସ ଅଫିସରେ ଧମାଲ ମଚାଇଥିଲା । ଏହି ଫିଲ୍ମକୁ ଦର୍ଶକ ବେଶ୍ ଭଲ ପାଇବା ମଧ୍ୟ ଦେଇଛନ୍ତି । ଫିଲ୍ମରେ ଆଲିଆଙ୍କ ଚରିତ୍ରକୁ ଏବେବି ମନେ ରଖିଛନ୍ତି ପ୍ରଶଂସକ । ଏହି ଚଳଚ୍ଚିତ୍ରରେ ଦର୍ଶକଙ୍କ ଠାରୁ ଆଲିଆଙ୍କୁ ବହୁତ ଭଲ ପାଇବା ମିଳିଥିଲା ​​। ଫିଲ୍ମ ରିଲିଜ୍ ହେବାର ବହୁ ଦିନ ହେଲାଣି, କିନ୍ତୁ ନିକଟରେ ମାଲେସିଆରେ ଆୟୋଜିତ ଏକ ଫ୍ୟାଶନ ଶୋ’ରେ କିଛି ଘଟଣା ଘଟିଥିଲା, ମଡେଲ ଗଙ୍ଗୁବାଇ ଲୁକରେ ନଜର ଆସିଥିଲେ। ଯାହାର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

'ଗାଙ୍ଗୁବାଇ କାଠିଆୱାଡି':

ଯେତେବେଳେ 'ଗାଙ୍ଗୁବାଇ କାଠିଆୱାଡି' (Gangubai Kathiawadi) ଚଳଚ୍ଚିତ୍ର ମୁକ୍ତିଲାଭ କଲା । ସେତେବେଳେ ଆଲିଆଙ୍କ ଆଇକନିକ୍ ଲୁକ୍ ଏବଂ ଢୋଲିଦା ( Dholida) ଗୀତରେ ନାଚିବାର ହୁକ୍ ଷ୍ଟେପ୍ ବେଶ୍ ଲୋକଙ୍କୁ ପସନ୍ଦ ଆସିଥିଲା। ଆଲିଆଙ୍କ ଆଇକନିକ୍ ଲୁକ୍ ର ଯାଦୁ ସମସ୍ତଙ୍କ ମନକୁ ଛୁଇଁଥିଲା। ଏତେ ଦିନ ପରେ ମଧ୍ୟ ଫିଲ୍ମର କ୍ରେଜ୍ ଶେଷ ହୋଇନାହିଁ । ନିକଟରେ ସାତ୍ ସମନ୍ଦର ପାର ଅଭିନେତ୍ରୀଙ୍କୁ ମଧ୍ୟ ଏହି ଲୁକରେ ଦେଖିବାକୁ ମିଳିଥିଲା। 

ଏହାବି ପଢନ୍ତୁ : Rashmika Mandanna: ମନର କଥା କହିଲେ ରଶ୍ମିକା, କ୍ୟାରିୟର ଆରମ୍ଭ ସମୟରେ ତାଙ୍କ ସହ ଘଟିଥିଲା ଏମିତି ଘଟଣା

ଏହାବି ପଢନ୍ତୁ : Daman Review: ଓଡିଆ ଫିଲ୍ମ ଜଗତ ପାଇଁ ସଞ୍ଜୀବନୀ 'ଦମନ'

ଏହାବି ପଢନ୍ତୁ : Sherlyn Chopra: 'ସମାଜ ପାଇଁ ବିପଦ ସେର୍ଲିନ୍'

 

ମାଲେସିଆରେ ଗାଙ୍ଗୁବାଇ :

ମାଲେସିଆରେ ଫ୍ୟାଶନ ଶୋ’ ୨୦୨୨ରେ ଅଂଶଗ୍ରହଣ କରୁଥିବା ମଡେଲମାନେ ଆଲିଆଙ୍କ ଗଙ୍ଗୁବାଇ ଲୁକ୍ ଉପସ୍ଥାପନ କରିଥିଲେ । ଫ୍ୟାଶନ ଶୋ ସମୟରେ ଅନେକ ମଡେଲ ଏହି ଲୁକ୍‌ ନେଇ ରାମ୍ପ୍‌ରେ ଚାଲିଥିଲେ। କେବଳ ଏତିକି ନୁହେଁ, ମଡେଲଗୁଡିକ ସେମାନଙ୍କର ଚେହେରାକୁ ଆଲିଆଙ୍କ ପରି ଦେଖାଯିବା ପାଇଁ କଳା ଚଷମା ମଧ୍ୟ ବ୍ୟବହାର କରିଥିଲେ। ଫ୍ୟାଶନ ଶୋ’ର ଏହି ଚିତ୍ରଗୁଡ଼ିକ ସାମ୍ନାକୁ ଆସିବା ମାତ୍ରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

ମଡେଲଙ୍କ ଫଟୋ ଗୁଡିକ ସୋସିଆଲ ମିଡିଆରେ ସେୟାର କରାଯାଇଛି : 

ଆଲିଆଙ୍କ ଏହି ଲୁକକୁ ମଡେଲ ଖ୍ରୀଷ୍ଟିନା ଲେଭସ୍କି ଆଣ୍ଡରସନ (model Christina Levisky Anderson)ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଲୋକମାନେ ତାଙ୍କର ଏହି ଲୁକକୁ ଖୁବ୍ ପସନ୍ଦ କରୁଛନ୍ତି । ମିସ୍ ଷ୍ଟାର ମାଲେସିଆ ୨୦୨୨ ମଧ୍ୟ ଏକ ଫଟୋ ସେୟାର କରି ଲେଖିଥିଲେ - ସମ୍ମାନ ସହିତ ବଞ୍ଚିବାକୁ, କାହାକୁ ଭୟ ନ କରିବାକୁ , ମଡେଲ କ୍ୟାପସନରେ ଆଲିଆଙ୍କ ସଂଳାପ ଲେଖିଥିଲେ । ଯାହା ସେ ଗାଙ୍ଗୁବାଇ କାଠିଆୱାଡିରେ ଦେଇଥିଲେ । ସମ୍ପ୍ରତି, ଆଲିଆ ଏକ କନ୍ୟା ସନ୍ତାନର ମାଆ ହୋଇଛନ୍ତି।