Fighter: ବକ୍ସ ଅଫିସରେ ଧମାଲ୍ କରୁଛି 'ଫାଇଟର୍', ତୃତୀୟ ଦିନରେ ଆୟ କଲା ଏତେ କୋଟି
Advertisement

Fighter: ବକ୍ସ ଅଫିସରେ ଧମାଲ୍ କରୁଛି 'ଫାଇଟର୍', ତୃତୀୟ ଦିନରେ ଆୟ କଲା ଏତେ କୋଟି

Fighter: ବକ୍ସ ଅଫିସରେ ଧମାଲ୍ ମଚାଉଛି ହ୍ରିତିକ୍ ରୋଶନ୍ (hrithik roshan) ଓ ଦୀପିକା ପାଦୁକୋନଙ୍କ (Deepika Padukone) ଅଭିନୀତ ଫିଲ୍ମ 'ଫାଇଟର' (Fighter)। ଜାନୁଆରୀ ୨୫ରେ ଏହି ଫିଲ୍ମଟି ପରଦାକୁ ଆସିଛି। ମାତ୍ର ତିନି ଦିନର ଫ୍ୟାନ୍ସଙ୍କ ମନ କିଣିସାରିଛି ଏହି ଫିଲ୍ମଟି।  ତେବେ ଆସନ୍ତୁ ଜାଣିବା ଶନିବାର ଦିନ 'ଫାଇଟର' କେତେ ଇନକମ୍ କରିଛି।...

Fighter: ବକ୍ସ ଅଫିସରେ ଧମାଲ୍ କରୁଛି 'ଫାଇଟର୍', ତୃତୀୟ ଦିନରେ ଆୟ କଲା ଏତେ କୋଟି

Fighter: ବକ୍ସ ଅଫିସରେ ଧମାଲ୍ ମଚାଉଛି ହ୍ରିତିକ୍ ରୋଶନ୍ (hrithik roshan) ଓ ଦୀପିକା ପାଦୁକୋନଙ୍କ (Deepika Padukone) ଅଭିନୀତ ଫିଲ୍ମ 'ଫାଇଟର' (Fighter)। ଜାନୁଆରୀ ୨୫ରେ ଏହି ଫିଲ୍ମଟି ପରଦାକୁ ଆସିଛି। ମାତ୍ର ତିନି ଦିନର ଫ୍ୟାନ୍ସଙ୍କ ମନ କିଣିସାରିଛି ଏହି ଫିଲ୍ମଟି।  ପରଦାରେ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ସିଜଲିଂ କେମେଷ୍ଟ୍ରିକୁ ଦର୍ଶକମାନେ ପ୍ରକୃତରେ ଖୁବ୍ ପସନ୍ଦ କରୁଛନ୍ତି । ରିଲିଜ୍ ହେବା ଦିନ ଠାରୁ ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରି ଆସୁଛି। ତେବେ, ଏଭଳି ସ୍ଥିତିରେ ଫିଲ୍ମର ତୃତୀୟ ଦିନର (Fighter Box Office Day 3) କଲେକସନ୍ ବର୍ତ୍ତମାନ ସାମ୍ନାକୁ ଆସିଛି। ତେବେ ଆସନ୍ତୁ ଜାଣିବା ଶନିବାର ଦିନ 'ଫାଇଟର' କେତେ ଇନକମ୍ କରିଛି।...

ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ,  ଏହି ଫିଲ୍ମଟି ପ୍ରଥମ ଦିନ ପ୍ରାୟ ୨୨.୦୫ କୋଟି ଟଙ୍କା କଲେକସନ୍ କରିଥିଲା। ଦ୍ୱିତୀୟ ଦିନରେ ଫିଲ୍ମର ରୋଜଗାର ବଢିଥିଲା। ଦୀପିକା ପାଦୁକୋନ ଏବଂ ହ୍ରିତିକ ରୋଶନଙ୍କ ଅଭିନୀତ ଏହି ଫିଲ୍ମଟି ଶୁକ୍ରବାର ଦିନ ମୋଟ ୩୯.୫ କୋଟି ଟଙ୍କା ଆୟ କରିଛି। ସେହିପରି ତୃତୀୟ ଦିନରେ ଏହି ଫିଲ୍ମଟି ଭାରତରେ ପାଖାପାଖି ୨୮ କୋଟି ଟଙ୍କା ଇନକମ୍ କରିଛି। ଏବଂ ବିଶ୍ବବ୍ୟାପି ଏହି ଫିଲ୍ମଟି ୧୦୦ କୋଟିରୁ ଅଧିକ ରୋଜଗାର କରିଥିବା ଜଣାପଡି଼ଛି ( Fighter crossed the Rs 100 crore within two days of its release)।

ମିଡି଼ଆ ରିପୋର୍ଟ ଅନୁଯାୟୀ, ଏହି ଫିଲ୍ମରେ ଲିଡ୍ ରୋଲରେ ବଲିଉଡ୍‌ର ଗ୍ରିକ୍‌ ଗଡ୍ ଭାବେ ପରିଚିତ ହ୍ରିତିକ୍‌ ରୋଶନ୍ ନଜର ଆସିଛନ୍ତି। ଏହି ଫିଲ୍ମରେ ଅଭିନୟ କରିବା ପାଇଁ ସେ ୫୦ କୋଟି ନେଇଛନ୍ତି। ସେହିପରି ଦୀପିକା ପାଦୁକୋନ୍ ଏହି ଫିଲ୍ମ ପାଇଁ ୧୫ କୋଟି ଟଙ୍କା ନେଇଛନ୍ତି।  ଅନୀଲ କପୁର ଏଥିରେ ଅଭିନୟ କରିବା ପାଇଁ ୭ କୋଟି ଚାର୍ଜ କରିଛନ୍ତି। ତେବେ, ଅନୀକ କପୁରଙ୍କ ବ୍ୟତିତ ଏହି ଫିଲ୍ମରେ କରଣ ସିଂ ଗ୍ରୋଭର ଓ ଅକ୍ଷୟ ଓବରାଏ ମଧ୍ୟ ନଜର ଆସିଛନ୍ତି। କରଣ ସିଂ ଗ୍ରୋଭର ୨ କୋଟି ନେଇଥିବା ବେଳେ ଅକ୍ଷୟ ଓବରୟେ ୧ କୋଟି ନେଇଛନ୍ତି। ତେବେ, ଏଠି ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୫୦ କୋଟି ବଜେଟର ଏହି ଫିଲ୍ମଟି ତିଆରି ହୋଇଛି। ଏହି ଫିଲ୍ମଟିର ନିର୍ଦ୍ଦେଶକ ଅଛନ୍ତି ସିର୍ଦ୍ଧାର୍ଥ ଆନନ୍ଦ।