Bollywood: ତେଜସ୍ ଫ୍ଲପ୍ ହେବା ପରେ କଙ୍ଗନା ରଣାୱତଙ୍କୁ ଟ୍ରୋଲ କଲେ ଫ୍ୟାନ୍ସ୍
Advertisement
Article Detail0/zeeodisha/odisha1943025

Bollywood: ତେଜସ୍ ଫ୍ଲପ୍ ହେବା ପରେ କଙ୍ଗନା ରଣାୱତଙ୍କୁ ଟ୍ରୋଲ କଲେ ଫ୍ୟାନ୍ସ୍

Kangana ranaut Trolled: କଙ୍ଗନା ରଣାୱତଙ୍କ ତେଜସ୍ ଫିଲ୍ମ ନିକଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ଆଲୋଚନା ହେଉଛି ।

Bollywood: ତେଜସ୍ ଫ୍ଲପ୍ ହେବା ପରେ କଙ୍ଗନା ରଣାୱତଙ୍କୁ ଟ୍ରୋଲ କଲେ ଫ୍ୟାନ୍ସ୍

Kangana ranaut Trolled: ବଲିଉଡ୍ କୁଇନ୍ କଙ୍ଗନା ରଣାୱତ ବର୍ତ୍ତମାନ ପ୍ରାୟ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହୁଛନ୍ତି । ନିକଟରେ ତାଙ୍କ ଅଭିନିତ ଚଳଚ୍ଚିତ୍ର ତେଜସ୍ (tejas) ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଏକ ଫ୍ଲପ୍ ସିନେମା ବୋଲି ପ୍ରମାଣିତ ହୋଇଛି । ତେଜସ୍ ସିନେମାରେ ଖର୍ଚ୍ଚ ହୋଇଥିବା ବଜେଟ୍ ଓ ଲାଭକୁ ନେଇ ସିନେମାର ନିର୍ମାତା ଚିନ୍ତାରେ ଅଛନ୍ତି । ଅନେକ ପ୍ରେକ୍ଷାଳୟରୁ ତେଜସକୁ ହଟାଇଦିଆଯାଇଛି । ଫିଲ୍ମଟି ଫ୍ଲପ୍ ହେବା ପରେ ଅଭିନେତ୍ରୀ କଙ୍ଗନା ଦ୍ୱାରକାଧିଶ ମନ୍ଦିରରେ ପହଞ୍ଚି ପ୍ରଭୁ ଶ୍ରୀକୃଷ୍ଣଙ୍କ ଦର୍ଶନ କରିଥିଲେ । ସେହି ସମୟର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହାକୁ ଦେଖିବା ପରେ ଅନେକ ଫ୍ୟାନ୍ସ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରିଥିବା ଦେଖିବାକୁ ମିଳିଛି ।

ଏଥିସହିତ କଙ୍ଗନା ନିଜର ଏକ ରିଲ୍ସ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଏକ ଡଙ୍ଗାରେ ବସିଥିବାର ନଜର ଆସିଛନ୍ତି । ଏହା ବ୍ୟତୀତ କଙ୍ଗନା କିଛି ଫଟୋ ସେୟାର କରିଥିଲେ । ଫଟୋ ସେୟାର୍ କରିବା ସମୟରେ କଙ୍ଗନା ଲେଖିଥିଲେ ଯେ, ମୋର ହୃଦୟ କିଛି ଦିନ ହେବ ପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାକୁଳ ହେଉଥିଲା । ମୁଁ ଦ୍ୱାରକାଧିଶ ପରିଦର୍ଶନ କରିବା ପାଇଁ ଆଗ୍ରହ ପ୍ରକାଶ କଲି । ଯେତେବେଳେ ମୁଁ ପ୍ରଭୁ ଶ୍ରୀକୃଷ୍ଣଙ୍କ ଦର୍ଶନ ପାଇଁ ଏହି ଐଶ୍ୱରୀୟ ସ୍ଥାନକୁ ଆସିଲି ସେତେବେଳେ ମୋର ମନର ସମସ୍ତ ଚିନ୍ତା ଦୂର ହୋଇଗଲା।  ମୋ ମନ ସ୍ଥିର ହୋଇଗଲା ଏବଂ ମୁଁ ଅସୀମ ଆନନ୍ଦ ଅନୁଭବ କଲି । ହେ ଦ୍ୱାରକାଧିଶ ପ୍ରଭୁ ଶ୍ରୀକୃଷ୍ଣ ଆପଣଙ୍କର ଆଶୀର୍ବାଦ ସବୁବେଳେ ଏମିତି ରହିଥାଉ ।

କଙ୍ଗନାଙ୍କୁ ଟ୍ରୋଲ
କଙ୍ଗନାଙ୍କ ଲେଖା ଏବଂ ରିସ୍ସ ପାଇଁ ବର୍ତ୍ତମାନ ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଛି । ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି ଯେ, ବର୍ତ୍ତମାନ କେବଳ ରିଲ୍ ତିଆରି କରନ୍ତୁ । ଅନ୍ୟ ଜଣେ ୟୁଜର ଲେଖିଛନ୍ତି, କଙ୍ଗନାଙ୍କୁ ଏହିପରି ଭାବରେ ଦେଖି ମୋତେ ଖରାପ ଲାଗୁଛି । ସେ ଖୁବ ଉଦାସୀନତା ଆଡକୁ ଯାଉଛନ୍ତି, ଏହା ସ୍ପଷ୍ଟ ଦେଖାଯାଉଛି । ସେହିପରି ଆଉ ଜଣେ ଲେଖିଛନ୍ତି, ଯଦି ଚଳଚ୍ଚିତ୍ର ଫ୍ଲପ୍ ହୁଏ ତେବେ ମନ ନିଶ୍ଚିତ ଭାବରେ ଅସ୍ଥିର ହୋଇଯିବ ।

Post- 

ତେବେ ଆପଣଙ୍କୁ କହିରଖୁଛୁ ଯେ, କଙ୍ଗନା ଖୁବ ସୁନ୍ଦର ଲୁକ୍ ରେ ଫଟୋ ପୋଷ୍ଟ କରିଥିଲେ । ସେ ଏକ ହଳଦିଆ ରଙ୍ଗର ସାଢୀ ପିନ୍ଧିଥିଲେ । ଏହା ସହିତ ସେ ତାଙ୍କ କପାଳରେ ଏକ ବଡ଼ ବିନ୍ଦି ମଧ୍ୟ ଲଗାଇଥିଲେ । ସରଳ ଲୁକରେ କଙ୍ଗନା ବହୁତ ସୁନ୍ଦର ଦେଖାଯାଉଥିଲେ । କଙ୍ଗନା ନିଜେ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କୁ ଏହି ଫିଲ୍ମରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରର କାହାଣୀ 1975 ରେ ଜରୁରୀକାଳୀନ ପରିସ୍ଥିତି ଉପରେ ଆଧାରିତ ହୋଇଥିବା ଜଣାପଡିଛି । କଙ୍ଗନାଙ୍କ ସହ ଅନୁପମ ଖେର, ଶ୍ରେୟାସ ତାଲପଡେ, ମହିମା ଚୌଧୁରୀ, ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

Also Read- ଶାଗ ଭିତରେ ରାଜା ଏହି ଶାଗ, ପାଳଙ୍ଗ ଓ ସୋରିଷ ଠାରୁ ବି ହଜାରେ ଗୁଣ ଅଧିକ ଶକ୍ତିଶାଳୀ

Also Read- ଭାରତରେ ପ୍ରଥମେ କେବେ ତିଆରି କରାଯାଇଥିଲା ଧନିଆ ଚଟଣି ? ଜାଣନ୍ତୁ ପୂରା କାହାଣୀ