Heart Attack: ଟିଭି ଅଭିନେତା ସିଦ୍ଧାନ୍ତଙ୍କ ହୃଦଘାତରେ ମୃତ୍ୟୁ
Advertisement

Heart Attack: ଟିଭି ଅଭିନେତା ସିଦ୍ଧାନ୍ତଙ୍କ ହୃଦଘାତରେ ମୃତ୍ୟୁ

Siddhant Suryavanshi Heart Attack: ସିଦ୍ଧାନ୍ତ ସୂର୍ଯ୍ୟବନ୍ସି ଟିଭିର ଅନେକ ହିଟ୍ ଶୋ’ରେ କାମ କରିଛନ୍ତି, ସେ 'ମମତା' ସିରିୟଲରୁ ଘରେ ଘରେ ପରିଚିତ ହୋଇଥିଲେ । ଜିମରେ ବ୍ୟାୟାମ କରିବା ସମୟରେ ଅଭିନେତାଙ୍କର ହୃଦଘାତ ହୋଇଥିଲା । 

ସୌ: ସୋସିଆଲ ମିଡିଆ

Siddhant Suryavanshi Heart Attack: ଟିଭି ଇଣ୍ଡଷ୍ଟ୍ରିରେ ଅନ୍ୟ ଜଣେ ଅଭିନେତାଙ୍କର ହୃଦଘାତ ହେବାର ଖବର ସାମ୍ନାକୁ ଆସିଛି । ଅଭିନେତା ସିଦ୍ଧାନ୍ତ ସୂର୍ଯ୍ୟବନ୍ସିଙ୍କର (Siddhant Suryavanshi) ହୃଦଘାତରେ (Heart Attack) ମୃତ୍ୟୁ ଘଟିଛି, ମୃତ୍ୟୁ ବେଳକୁ ତାଙ୍କର ୪୬ ବର୍ଷ ହୋଇଥିଲା । ଜିମରେ ବ୍ୟାୟାମ କରିବା ସମୟରେ ଅଭିନେତାଙ୍କର ହୃଦଘାତ ହୋଇଥିଲା । ସିଦ୍ଧାର୍ଥ ଜିମରେ ବ୍ୟାୟାମ କରୁଥିବାବେଳେ ହଠାତ୍ ତଳେ ପଡିଯାଇଥିଲେ । ଏହାପରେ ଅଭିନେତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଖବର ମଧ୍ୟ ଆସିଥିଲା ।

ସିଦ୍ଧନ୍ତଙ୍କ ମୃତ୍ୟୁର ଖବର ସମଗ୍ର ଟିଭି ଜଗତକୁ ହଲାଇ ଦେଇଛି । ମାତ୍ର ୪୬ ବର୍ଷ ବୟସରେ ତାଙ୍କର ପରଲୋକ ସମସ୍ତଙ୍କୁ କଷ୍ଟ ଦେଉଛି । ସୂତ୍ରରୁ ମିଳିଥିବା ସୂଚନାରେ କୁହାଯାଇଛି ଯେ ହୃଦଘାତ ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ଯେଉଁଠାରେ, ଡାକ୍ତର ଦଳ ପ୍ରାୟ ୪୫ ମିନିଟ୍ ଚିକିତ୍ସା କରି ତାଙ୍କୁ ଆରୋଗ୍ୟ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ, ଶେଷରେ ଡାକ୍ତରମାନେ ତାଙ୍କୁ ବଞ୍ଚାଇବାରେ ବିଫଳ ହୋଇ ଅଭିନେତାଙ୍କୁ ମୃତ ଘୋଷଣା କରିଥିଲେ ।

ଅଭିନେତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ସିଦ୍ଧାନ୍ତଙ୍କ ପରିବାରରେ ତାଙ୍କର ଦୁଇଟି ସନ୍ତାନ ଓ ପତ୍ନୀ ଆଲିଶା ରାଉତ ଅଛନ୍ତି । ତାଙ୍କର ପ୍ରଥମ ପତ୍ନୀ ଛାଡପତ୍ର ପରେ ସିଦ୍ଧାନ୍ତ ସୁପରମୋଡେଲ ଆଲିଶାଙ୍କୁ ବିବାହ କରିଥିଲେ । ନିକଟରେ ଅଭିନେତା ନିଜ ନାମକୁ ଆନନ୍ଦ ଭାଇ ସୁର୍ଯ୍ୟବନ୍ସିଙ୍କରୁ ସିଦ୍ଧାନ୍ତ ସୂର୍ଯ୍ୟବନ୍ସିଙ୍କ ନାମକୁ ପରିବର୍ତ୍ତନ କରିଥିଲେ । ଅଭିନେତାଙ୍କ ମୃତ୍ୟୁ ଯୋଗୁଁ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି ।

ସିଦ୍ଧାନ୍ତ ମଡେଲିଂ ସହିତ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ । ସେ ଆନନ୍ଦ ସୂର୍ଯ୍ୟବନ୍ସି ନାମରେ ମଧ୍ୟ ଜଣାଶୁଣା । ସିଦ୍ଧାନ୍ତ 'କୁସୁମ୍' ସିରିୟଲ ସହିତ ଟିଭିରେ ଡେବ୍ୟୁ କରିଥିଲେ । ଏହା ବ୍ୟତୀତ ସେ ଅନେକ ଟିଭି ଶୋ’ରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ସିଦ୍ଧନ୍ତଙ୍କ ମୁଖ୍ୟ ସିରିଏଲଗୁଡ଼ିକ ହେଉଛି କସୋଟି ଜିନ୍ଦଗି କି, କ୍ରିଷ୍ଣା ଅର୍ଜୁନ, କିୟା ଦିଲ ମେ ହେi । ଅନେକ ଟିଭି ସିରିଏଲରେ କାମ କରି ସମସ୍ତଙ୍କ ପାଖରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ । ସେ 'ସୁଫିଆନା ଇଶ୍କ ମେରା' ଭଳି ଶୋ’ର ଏକ ଅଂଶ ହୋଇସାରିଛନ୍ତି । ତାଙ୍କୁ ଶେଷ ଥର ପାଇଁ ଜି ଟିଭି ଶୋ 'Q Rishton Mein Katti Batti' ରେ ଦେଖିବାକୁ ମିଳିଥିଲା ​​। ତାଙ୍କ ପୂର୍ବରୁ ଟିଭି ତାରକା ତଥା 'ଭାବୀ ଜୀ ଘର ପର ହେi'ରେ ପ୍ରସିଦ୍ଧ ଟିଭି ତାରକା ଦୀପେଶ ଭାନଙ୍କ ଦେହାନ୍ତ ମଧ୍ୟ ଟିଭି ଜଗତକୁ ଚକିତ କରି ଦେଇଥିଲା । ଜିମରେ ବ୍ୟାୟାମ ସମୟରେ ହୃଦଘାତ ଯୋଗୁଁ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ମଧ୍ୟ ଦୁନିଆରୁ ବିଦାୟ ନେଇଥିଲେ ।

ଏହା ବି ପଢ଼ନ୍ତୁ: Health Tips: ଭୁଲରେ ମଧ୍ୟ କ୍ଷୀର ପିଇବା ପରେ ଏହି ୫ଟି ଜିନିଷ ଖାଆନ୍ତୁ ନାହିଁ, ଶରୀର ପାଇଁ ହୋଇଥାଏ ଘାତକ

ଏହା ବି ପଢ଼ନ୍ତୁ: ICC Prize Money: ବିଶ୍ୱକପରୁ ବାଦ ପଡିବା ପରେ ମଧ୍ୟ ଭାରତ ପାଇବ ଏତିକି କୋଟି ଟଙ୍କାର ପୁରସ୍କାର

ଏହା ବି ପଢ଼ନ୍ତୁ: Virat Kohli: ଟି-୨୦ ବିଶ୍ୱକପରୁ ବାଦ୍ ପଡ଼ିବା ପରେ ଇମୋସନାଲ ହେଲେ ବିରାଟ, ସେୟାର କଲେ ଏହି ଭାବପ୍ରବଣ ପୋଷ୍ଟ