Salman Khan: ଭାଇଜାନ୍ ଙ୍କୁ ମାରିବା ପାଇଁ ହୋଇଛି କି ଷଡଯନ୍ତ୍ର ? ସଲମାନଙ୍କ ଫାର୍ମ ହାଉସରେ ପଶିଲେ....
Advertisement
Article Detail0/zeeodisha/odisha2050755

Salman Khan: ଭାଇଜାନ୍ ଙ୍କୁ ମାରିବା ପାଇଁ ହୋଇଛି କି ଷଡଯନ୍ତ୍ର ? ସଲମାନଙ୍କ ଫାର୍ମ ହାଉସରେ ପଶିଲେ....

Salman Khan Panvel Farmhouse: ବଲିଉଡ୍ ଅଭିନେତା ସଲମାନ ଖାନ୍ (Salman Khan)। ତାଙ୍କୁ କିଏ ବା ଯାଣେ । ସଲମାନ୍ ଖାନଙ୍କୁ ନେଇ ଏକ ବଡ଼ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ଯାହା ତାଙ୍କ ଫ୍ୟାନ୍ସଙ୍କୁ ଚକିତ କରିବ । ଆଉ ଟେନସନରେ ପକାଇବ।  ବିଳମ୍ବିତ ରାତିରେ ସଲମାନ ଖାନଙ୍କ ଫାର୍ମ ହାଉସରେ ଦୁଇ ସନ୍ଦିଗ୍ଧ ପଶିବାକୁ ଚେଷ୍ଟା କରୁଥିଲେ। 

Salman Khan: ଭାଇଜାନ୍ ଙ୍କୁ ମାରିବା ପାଇଁ ହୋଇଛି କି ଷଡଯନ୍ତ୍ର ? ସଲମାନଙ୍କ ଫାର୍ମ ହାଉସରେ ପଶିଲେ....

Salman Khan Panvel Farmhouse: ବଲିଉଡ୍ ଅଭିନେତା ସଲମାନ ଖାନ୍ (Salman Khan)। ତାଙ୍କୁ କିଏ ବା ଯାଣେ । ସଲମାନ୍ ଖାନଙ୍କୁ ନେଇ ଏକ ବଡ଼ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ଯାହା ତାଙ୍କ ଫ୍ୟାନ୍ସଙ୍କୁ ଚକିତ କରିବ । ଆଉ ଟେନସନରେ ପକାଇବ।  ବିଳମ୍ବିତ ରାତିରେ ସଲମାନ ଖାନଙ୍କ ଫାର୍ମ ହାଉସରେ ଦୁଇ ସନ୍ଦିଗ୍ଧ ପଶିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ସୁରକ୍ଷା କର୍ମୀ ସେମାନଙ୍କୁ କାବୁ କରିଥିଲେ।। ଆଉ ପୋଲିସର ଜିମା ଦେଇଥିଲେ। ପୋଲିସ୍ ୨ ଜଣଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି।  

 

ସୂଚନା ଅନୁଯାୟୀ,  ଜାନୁଆରୀ ୪ ତାରିଖର ଘଟଣା। ମୁମ୍ବାଇର ପାନଭେଲ୍ ସ୍ଥିତ ସଲମାନଙ୍କର ରହିଛି ଏକ ଫାର୍ମ ହାଉସ୍। ସେହି ଫାର୍ମ ହାଉସରେ ସଲମାନ ଅଧିକାଂଶ ସମୟ ବିତାଇଥାଆନ୍ତି । ହେଲେ ଜାନୁଆରୀ ୪ ତାରିଖ ଦିନ ବିଳମ୍ବିତ ରାତିରେ ସେହି ଫାର୍ମ ହାଉସକୁ ୨ ଜଣ ସଂନ୍ଦିଗ୍ଧ ପଶିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସଲମାନଙ୍କ ସୁରକ୍ଷା ବାହାନୀ ଦୁଇ ଯୁବକଙ୍କୁ କାବୁ କରି ମୁମ୍ବାଇ ପୋଲିସକୁ ଖବର ଦେଇଥିଲେ।  ଏ ସମ୍ପର୍କରେ ପୋଲିସ୍ ସୂଚନା ପାଇଁ ଘଟଣାସ୍ଥଳରେ ପହଂଚି ଉଭୟଙ୍କୁ ଗିରଫ କରିଛି।  ସୂଚନା ଦେଇ ପୋଲିସ କହିଛି, ଗିରଫ ୨ ବ୍ୟକ୍ତି ଅନ୍ୟ ରାଜ୍ୟରୁ ଆସିଛନ୍ତି। ଦୁହେଁ ଫିଲ୍ମ ତାରକାଙ୍କୁ ଦେଖିବାକୁ ମୁମ୍ବାଇ ଆସିଥିଲେ ବୋଲି ପୋଲିସ୍ କହିଛି।

ନିକଟରେ ଭାଇଜାନଙ୍କ ଫିଲ୍ମ 'ଟାଇଗର-୩' (Tiger 3) ରିଲିଜ୍ ହୋଇଥିଲା। ତେବେ, ଏହି ଫିଲ୍ମରେ ସଲମାନ ଖାନ ଓ କ୍ୟାଟ୍ରିନା କୈଫଙ୍କ (Katrina Kaif) ବ୍ୟତୀତ ଶାହରୁଖ ଖାନ ଓ ହ୍ରିତିକ ରୋଶନଙ୍କ କେମିଓ ମଧ୍ୟ ରହିଛି । ଆଦିତ୍ୟ ଚୋପ୍ରା ୟଶରାଜ ବ୍ୟାନର୍‌ ରେ ଏହି ଫିଲ୍ମକୁ ପ୍ରଡ୍ୟୁସ୍‌ କରିଛନ୍ତି । ୟଶରାଜ ଫିଲ୍ମ ସ୍ପାଇ ୟୁନିଭର୍ସର ଏହା ପଞ୍ଚମ ପିଲ୍ମ । ସଲମାନ ଓ କ୍ୟାଟ୍ରିନାଙ୍କ ବ୍ୟତୀତ ଏଥିରେ ଇମ୍ରାନ ହାସମି (Emraan Hashmi) ଭିଲିଆନ ଭୂମିକାରେ ନଜର ଆସିଥିଲେ।