Entertainment News: ପୁଣି କଳା ଜଗତରୁ ଆସିଲା ଦୁଃଖଦ ଖବର, ଆଖିବୁଜିଲେ ଆଉ ଜଣେ ଲୋକପ୍ରିୟ ଅଭିନେତା
Advertisement

Entertainment News: ପୁଣି କଳା ଜଗତରୁ ଆସିଲା ଦୁଃଖଦ ଖବର, ଆଖିବୁଜିଲେ ଆଉ ଜଣେ ଲୋକପ୍ରିୟ ଅଭିନେତା

Entertainment News: ପୁଣି କଳା ଜଗତରୁ ଆସିଲା ଦୁଃଖଦ ଖବର। କ୍ୟାନସରରେ ଆଖିବୁଜିଲେ ଆଉ ଜଣେ ଲୋକପ୍ରିୟ ଅଭିନେତା। ପଢନ୍ତୁ ପୂରା ଖବର...

Entertainment News: ପୁଣି କଳା ଜଗତରୁ ଆସିଲା ଦୁଃଖଦ ଖବର, ଆଖିବୁଜିଲେ ଆଉ ଜଣେ ଲୋକପ୍ରିୟ ଅଭିନେତା

Entertainment News: ପୁଣି କଳା ଜଗତରୁ ଆସିଲା ଦୁଃଖଦ ଖବର। କ୍ୟାନସରରେ ଆଖିବୁଜିଲେ ଆଉ ଜଣେ ଲୋକପ୍ରିୟ ଅଭିନେତା।  ତାମିଲ ଫିଲ୍ମର ଲୋକପ୍ରିୟ ଅଭିନେତା ବିଶେଶ୍ବର ରାଓଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା। ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ବିଶେଶ୍ବର ଫିଲ୍ମ ବ୍ୟତିତ ଅନେକ ସିରିଏଲରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି। ତାଙ୍କ ବିୟୋଗରେ ତାମିଲ୍ ଇଣ୍ତଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଏପରିକି ଫ୍ୟାନ୍ସ ମାନେ ମଧ୍ୟ ତାଙ୍କ ମୃତ୍ୟୁ ଖବରକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। 

fallback

ALSO READ : Entertainment News: ଦର୍ଶକଙ୍କ ମନ କିଣୁଛି ମେଗା ଧାରାବାହିକ ‘ସନ୍ଧ୍ୟା ରାଗିଣୀ, ସିରିଏଲରେ ଏବେ...

ALSO READ :  Entertainment News: ପୁଣି କଳା ଜଗତରୁ ଆସିଲା ଦୁଃଖଦ ଖବର, ଆଉ ନାହାଁନ୍ତି ଏହି ଲୋକପ୍ରିୟ ଅଭିନେତା

ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଦିର୍ଘ ବର୍ଷ ଧରି ବିଶେଶ୍ବର ରାଓ କ୍ୟାନସର ରୋଗରେ ପୀଡିତ ଥିଲେ। କିନ୍ତୁ ମଙ୍ଗଳବାର ଦିନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡି଼ ଯାଇଥିଲା। ପରେ ପରିବାର ଲୋକେ ତାଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ ଅନ୍ତିମ ଦର୍ଶନ ପାଇଁ ତାମିଲନାଡୁ ସ୍ଥିତ ସିରୁସେରି ( Sirusheri ) ବାସଭବନକୁ ନିଆଯାଇଥିଲା। ଏବଂ ଗତକାଲି ତାଙ୍କର ଅନ୍ତିମ ସଂସ୍କାର ମଧ୍ୟ କରାଯାଇଛି। 

ବିଶେଶ୍ବର  ରାଓଙ୍କ ଅଭିନୀତ ଫିଲ୍ମ 'ପିତାମଗନ୍ ' ରେ ଅଭିନେତ୍ରୀଙ୍କ ବାପାଙ୍କ ଚରିତ୍ରରେ ନଜର ଆସିଥିଲେ।  ସୂଚନାଯୋଗ୍ୟ, ବିଶେଶ୍ବର ରାଓ ମାତ୍ର ୬ ବର୍ଷ ବୟସରେ କ୍ୟାରିୟର ଆରମ୍ଭ କରିଥିଲେ। ସେ ୩୫୦ରୁ ଅଧିକ ଫିଲ୍ମରେ କାମ କରି ସାରିଛନ୍ତି। ପ୍ରତି ଫିଲ୍ମରେ ଅଲଗା ଅଲଗା  ଭୂମିକାରେ ନଜର ଆସିଥିଲେ। ବିଶେଷ କରି, 'ଇଓ୍ବାନୋ ଉରୁବନ୍' ରେ ତାଙ୍କ ଚରିତ୍ର ଦର୍ଶକଙ୍କ ମନକୁ ଛୁଇଁଥିଲା। ୬ ବର୍ଷ ବୟସରୁ କ୍ୟାରିୟର ଆରମ୍ଭ କରିଥିବା  ବିଶେଶ୍ବର ୩୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିସାରିଥିବା ବେଳେ ୧୫୦ରୁ ଅଧିକ ଫିଲ୍ମରେ ସେ ଶିଶୁ କଳାକାର ଭାବେ କାମ କରିଛନ୍ତି। ଏବଂ ଏକାଧିକ ସିଲିଏଲରେ ବି କାମ କରିଛନ୍ତି। ଏହି ବରିଷ୍ଠ ଅଭିନେତାଙ୍କ ବିୟୋଗରେ ଚିରଞ୍ଜୀବୀ, ପବନ କଲ୍ୟାଣ ଓ ଜୁନିୟର ଏଣ୍ଟିଆର ଭଳି ଜଣାଶୁଣା ଅଭିନେତା ଶୋକ ପ୍ରକାଶ କରିଛନ୍ତି।