Sunny Deol Fees: 'ବର୍ଡର-୨' ଫିଲ୍ମ ପାଇଁ କେତେ କୋଟି ନେଉଛନ୍ତି ସନି ଦେଓଲ?
Advertisement
Article Detail0/zeeodisha/odisha1916722

Sunny Deol Fees: 'ବର୍ଡର-୨' ଫିଲ୍ମ ପାଇଁ କେତେ କୋଟି ନେଉଛନ୍ତି ସନି ଦେଓଲ?

Border 2 Sunny Deol Fees: ବଲିଉଡ଼ ଅଭିନେତା  ସନି ଦେଓଲ (Sunny Deol) । ନିକଟରେ ଅଭିନେତାଙ୍କ ଅଭିନୀତ ଫିଲ୍ମ 'ଗଦ୍ଦର -୨'  ରିଲିଜ୍ ହୋଇଥିଲା। ଏହି ଫିଲ୍ମଟି ବକ୍ସ ଅଫିସରେ ଏକ ନୂଆ ରେକର୍ଡ ସୃଷ୍ଟି କରିଥିଲା। ତାରା ସିଂ ଓ ସକିନାଙ୍କ ଯୋଡିକୁ ଦିର୍ଘ ବର୍ଷ ପରେ ବଡ଼ ପରଦାରେ ଦେଖିବାକୁ ପାଇଥିଲେ ଦର୍ଶକ । ବିଶ୍ବ ବ୍ୟାପି ଏହି ଫିଲ୍ମଟି , ୬୯୧.୦୮ (691.08 crore)କୋଟି ଆୟ କରିଥିଲା । 

ସୌଜନ୍ୟ- ସୋସିଆଲ ମିଡି଼ଆ

Border 2 Sunny Deol Fees: ବଲିଉଡ଼ ଅଭିନେତା  ସନି ଦେଓଲ (Sunny Deol) । ନିକଟରେ ଅଭିନେତାଙ୍କ ଅଭିନୀତ ଫିଲ୍ମ 'ଗଦ୍ଦର -୨'  ରିଲିଜ୍ ହୋଇଥିଲା। ଏହି ଫିଲ୍ମଟି ବକ୍ସ ଅଫିସରେ ଏକ ନୂଆ ରେକର୍ଡ ସୃଷ୍ଟି କରିଥିଲା। ତାରା ସିଂ ଓ ସକିନାଙ୍କ ଯୋଡିକୁ ଦିର୍ଘ ବର୍ଷ ପରେ ବଡ଼ ପରଦାରେ ଦେଖିବାକୁ ପାଇଥିଲେ ଦର୍ଶକ । ବିଶ୍ବ ବ୍ୟାପି ଏହି ଫିଲ୍ମଟି , ୬୯୧.୦୮ (691.08 crore)କୋଟି ଆୟ କରିଥିଲା । ଏହି ଫିଲ୍ମରେ ସନିଙ୍କ  ଜବରଦସ୍ତ ଆକ୍ସନ୍ ଫ୍ୟାନ୍ସଙ୍କ ମନ କିଣିଥିଲା। ତେବେ, ସନିଙ୍କ ଏହି ଫିଲ୍ମ ହିଟ୍ ହେବା ପରେ ସେ ନିଜ ପାରିଶ୍ରମିକ ବଢାଇ ଦେଇଛନ୍ତି। କିନ୍ତୁ ଏହାରି ଭିତରେ ଆଉ ଏକ ଗୁଡ଼ ନ୍ୟୁଜ୍ ନିଜ ଫ୍ୟାନ୍ସଙ୍କୁ ଦେଉଛନ୍ତି ସନି। ଖୁବଶିଘ୍ର ସନିଙ୍କ ଅଭିନୀତ ଫିଲ୍ମ (Border-2)'ବର୍ଡର-୨' ମୁକ୍ତିଲାଭ କରିବାକୁ ଯାଉଛି । ଏହି ଫିଲ୍ମରେ ସନିଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିବ। 

ଏହାବି ପଢନ୍ତୁ: Odisha News: ଖୋଲୁଛି ଡାକ୍ତର ରାଜେନ୍ଦ୍ରଙ୍କ ଗୁମର, ଲାଞ୍ଚରେ ମାଗୁଥିଲେ ଦାମୀ ବିଦେଶୀ ମଦ ସହ...

(Border-2) 'ବର୍ଡର-୨' ରେ ଅଭିନୟ କରିବା ପାଇଁ ସନି କୋଟି କୋଟି ଟଙ୍କା  ନିର୍ମାତାଙ୍କୁ ଦାବି କରିଛନ୍ତି। ବଲିଉଡ଼ ହଙ୍ଗାମାର ସଦ୍ୟତମ ରିପୋର୍ଟ ଅନୁଯାୟୀ, ସନ୍ନି ଦେଓଲଙ୍କ ଅଭିନୀତି  ଫିଲ୍ମ 'ବର୍ଡର' ୧୯୯୭ ମସିହାରେ ରିଲିଜ୍ ହୋଇଥିଲା। ତେବେ, ଫିଲ୍ମ 'ବର୍ଡର-୨'ର  ଖୁବଶିଘ୍ର ନିର୍ମାଣ ହେବାକୁ ଯାଉଛି । ଏଥିପାଇଁ ସନି ଦେଓଲ ନିର୍ମାତାଙ୍କ ସହ 'ବର୍ଡର-୨' ପାଇଁ ଏଗ୍ରିମେଣ୍ଟ କରିଛନ୍ତି।  ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, 'ବର୍ଡର-୨' ପାଇଁ ସନି ୫୦ କୋଟି ଦାବି  କରିଛନ୍ତି। ଫି ସହ ଫିଲ୍ମରୁ ହେବାକୁ ଥିବା ଲାଭରୁ ମଧ୍ୟ ଟଙ୍କା ଦାବି କରିଛନ୍ତି। କିନ୍ତୁ ସନିଙ୍କ ଫି ନେଇ କୌଣସି ସରକାରୀ ଘୋଷଣା ଏପର୍ଯ୍ୟନ୍ତ ହୋଇ ନାହିଁ। 

ଗଣମାଧ୍ୟମ ସୂଚନା ଅନୁଯାୟୀ, ଖୁବଶିଘ୍ର 'ବର୍ଡର-୨'ର ସୁଟିଂ ଆରମ୍ଭ ହେବାକୁ ଯାଉଛି। ଯାହାର ସୁଟିଂ ଆସନ୍ତା ବର୍ଷରୁ ହେବ। ତେବେ, ଏହି ଫିଲ୍ମରେ ସନି ଦେଓଲଙ୍କ ବ୍ୟତିତ ଆଉ କେଉଁମାନେ ନଜର ଆସିବେ ସେନେଇ କୌଣସି ସୂଚନା ମିଳି ନାହିଁ। ୧୯୯୭ ମସିହାରେ ମୁକ୍ତିଲାଭ କରିଥିବା  'ବର୍ଡର' ଏକ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଥିଲା। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଜେପି ଦତ୍ତା। ସନି ଦେଓଲଙ୍କ ବ୍ୟତୀତ ସୁନୀଲ ଶେଟ୍ଟୀ, ଜ୍ୟାକି ଶ୍ରଫ, ଅକ୍ଷୟ ଖାନ୍ନା, ପୂଜା ଭଟ୍ଟ, ତବୁଙ୍କ ସମେତ ଅନେକ କଳାକାର ମୁଖ୍ୟ ଭୂମିକାରେ ଥିଲେ।