Samantha Ruth Prabhu: ରାଜନୀତିରେ ପାଦ ଦେବେ ସାମନ୍ଥା, ଜାଣନ୍ତୁ କେଉଁ ଦଳରେ ଦେବେ ଯୋଗ
Advertisement

Samantha Ruth Prabhu: ରାଜନୀତିରେ ପାଦ ଦେବେ ସାମନ୍ଥା, ଜାଣନ୍ତୁ କେଉଁ ଦଳରେ ଦେବେ ଯୋଗ

Samantha Ruth Prabhu: ସାଉଥ ଅଭିନେତ୍ରୀ ସାମନ୍ଥା ବର୍ତ୍ତମାନ ରାଜନୀତିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଛି । ଗଣମାଧ୍ଯମ ରିପୋର୍ଟ ଅନୁଯାୟୀ, ଅଭିନୟ ପରେ ଏବେ ଅଭିନେତ୍ରୀ ରାଜନୀତିରେ ଡ଼େବ୍ୟୁ କରିବାକୁ ଯାଉଛନ୍ତି ।

ସୌ(ସୋସିଆଲ ମିଡିଆ)

Samantha Ruth Prabhu: ସାଉଥ ଅଭିନେତ୍ରୀ ସାମନ୍ଥା ବର୍ତ୍ତମାନ ରାଜନୀତିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଛି । ଗଣମାଧ୍ଯମ ରିପୋର୍ଟ ଅନୁଯାୟୀ, ଅଭିନୟ ପରେ ଏବେ ଅଭିନେତ୍ରୀ ରାଜନୀତିରେ ଡ଼େବ୍ୟୁ କରିବାକୁ ଯାଉଛନ୍ତି ।

ସୂଚନାଯୋଗ୍ୟ, ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ 'ଖୁସି' (kushi) ପାଇଁ ଚର୍ଚ୍ଚାରେ ରହିଛନ୍ତି ସାଉଥ ସୁନ୍ଦରୀ ସାମନ୍ଥା ରୁଥ ପ୍ରଭୁ (samantha ruth prabhu)। ଏହି ଫିଲ୍ମରେ ସାମନ୍ଥା ଓ ବିଜୟ ଦେବରାକୋଣ୍ଡାଙ୍କ (Samantha Vijay Devarakonda ) କେମିଷ୍ଟ୍ରିକୁ ଦର୍ଶକ ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ଫିଲ୍ମଟି ବକ୍ସ ଅଫିସରେ ମଧ୍ଯ ଭଲ ରୋଜଗାର କରୁଥିବା ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ସାମନ୍ଥାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଅଭିନେତ୍ରୀ କୁଆଡ଼େ ରାଜନୀତିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି।

ରାଜନୀତିରେ ଯୋଗଦେବେ କି ସାମନ୍ଥା?

ଅଭିନେତ୍ରୀ କେତେବେଳେ ଅଭିନେତ୍ରୀ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ତ ଆଉ କେତେବେଳେ ଅସୁସ୍ଥତାକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି । ତେବେ ବର୍ତ୍ତମାନ ସେ ରାଜନୀତିରେ ଯୋଗଦେବା ନେଇ ଖବର ସାମ୍ନାକୁ ଆସିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଅଭିନେତ୍ରୀ ଏବେ ରାଜନୀତିରେ ପ୍ରବେଶ କରିବା ନେଇ ଚର୍ଚ୍ଚା ହେଉଛି । ବାସ୍ତବରେ, ଅଭିନେତ୍ରୀ ତେଲେଙ୍ଗାନାର ଚାଷୀଙ୍କ ଦୃଢ ସମର୍ଥକ ଅଟନ୍ତି । ହ୍ୟାଣ୍ଡଲୁମ୍ ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ପୋଷାକର ମୁଖପାତ୍ର ଭାବରେ କାର୍ଯ୍ୟ କରିବା ପରେ ତାଙ୍କର ଅନେକ କାର୍ଯ୍ୟକଳାପ ତେଲେଙ୍ଗାନା ସରକାର ସହିତ ଜଡିତ ।

ଏହି ପାର୍ଟିରେ ଦେଇପାରନ୍ତି ଯୋଗ

ରିପୋର୍ଟ ଅନୁଯାୟୀ, ସାମନ୍ଥା ଭାରତ ରାଷ୍ଟ୍ର ସମିତି (BRS) ନାମକ ଏକ ରାଜନୈତିକ ଦଳର ଅଭିଯାନରେ ଯୋଗ ଦେବା ନେଇ ଚିନ୍ତା କରୁଥିବା ଜଣାପଡ଼ିଛି । ଏଥିରେ କେତେ ସତ୍ୟତା ଅଛି ତାହା ସ୍ପଷ୍ଟ ଜଣାପଡିନାହିଁ । ରାଜନୀତିରେ ଯୋଗଦେବା ନେଇ ଅଭିନେତ୍ରୀଙ୍କ ନିକଟରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଏନେଇ ଅଭିନେତ୍ରୀ କେବେ ମୁହଁ ଖୋଲୁଛନ୍ତି ତାହା ଦେଖିବା ବାକି ରହିଲା ।

 

ଅଭିନୟରୁ ନେଇଥିଲେ ବ୍ରେକ୍

ମାୟୋସିଟିସର ଚିକିତ୍ସା ପାଇଁ ଅଭିନେତ୍ରୀ ଦୀର୍ଘ ସମୟ ହେବ ଅଭିନୟରୁ ବ୍ରେକ୍ ନେଇଛନ୍ତି । ବର୍ତ୍ତମାନ ସେ ତାଙ୍କ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି ।

ପ୍ରକାଶ ଥାଉ କି, ଅଭିନେତ୍ରୀ ଖୁବ୍ ଶୀଘ୍ର ବରୁଣ ଧାୱନଙ୍କ ସହ 'ସିଟାଡେଲ ଇଣ୍ଡିଆ'ରେ (citadel india) ନଜର ଆସିବେ । ‘ଦି ଫ୍ୟାମିଲି ମ୍ୟାନ୍’ (The Family Man )ରେ ନିଜର ଦମଦାର ଅଭିନୟ ଫଳରେ ସାଉଥ ପରେ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ।