Mithun Chakraborty: ମିଥୁନଙ୍କ ସହ କଥା ହେଲେ ମୋଦି, କହିଲେ...
Advertisement
Article Detail0/zeeodisha/odisha2106429

Mithun Chakraborty: ମିଥୁନଙ୍କ ସହ କଥା ହେଲେ ମୋଦି, କହିଲେ...

Mithun Chakraborty: ମେଡିକାଲରେ ଚିକିତ୍ସିତ ହେଉଛନ୍ତି ଭେଟେରାନ୍ ଅଭିନେତା ତଥା ବିଜେପି ନେତା ମିଥୁନ୍ ଚକ୍ରବର୍ତ୍ତୀ (Mithun Chakraborty)। ମିଥୁନଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ବର୍ତ୍ତମାନ ବଡ଼ ଅପଡେଟ୍ ବର୍ତ୍ତମାନ ସାମ୍ନାକୁ ଆସିଛି।  ହସ୍ପିଟାଲ ପକ୍ଷରୁ ଜାରି କରାଯାଇଥିବା ବୁଲେଟିନରେ ଏହା କୁହାଯାଇଛି ଯେ...

Mithun Chakraborty: ମିଥୁନଙ୍କ ସହ କଥା ହେଲେ ମୋଦି, କହିଲେ...

Mithun Chakraborty: ମେଡିକାଲରେ ଚିକିତ୍ସିତ ହେଉଛନ୍ତି ଭେଟେରାନ୍ ଅଭିନେତା ତଥା ବିଜେପି ନେତା ମିଥୁନ୍ ଚକ୍ରବର୍ତ୍ତୀ (Mithun Chakraborty)। ମିଥୁନଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ବର୍ତ୍ତମାନ ବଡ଼ ଅପଡେଟ୍ ବର୍ତ୍ତମାନ ସାମ୍ନାକୁ ଆସିଛି।  ହସ୍ପିଟାଲ ପକ୍ଷରୁ ଜାରି କରାଯାଇଥିବା ବୁଲେଟିନରେ ଏହା କୁହାଯାଇଛି ଯେ, ମିଥୁନଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଛି। ଗତକାଲି ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଆଉ ମିଥୁନ୍ ଖୁବଶିଘ୍ର ମେଡିକାଲରୁ ଡିସଚାର୍ଜ ହେବେ। ଏହା ସହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି( PM Modi) ମଧ୍ୟ ମିଥୁନଙ୍କ ସହ ଫୋନ୍ କଲ ଯୋଗେ କଥା ହୋଇଛନ୍ତି। ଏବଂ ତାଙ୍କ ସ୍ବାସ୍ଥ୍ୟବସ୍ଥା କଥା ପଚାରି ବୁଝିଛନ୍ତି। ସେପଟେ ହସ୍ପିଟାଲରେ ସେଲିବିଟ୍ରିଙ୍କ ସମେତ ପଶ୍ଚିମବଙ୍ଗର ବିଜେପି ନେତା ଅଭିନେତାଙ୍କୁ ଭେଟିଛନ୍ତି।

ALSO READ: Petrol Diesel Price Today: ଖସିଲା ତୈଳ ଦର, ଓଡ଼ିଶାରେ ଲିଟର ପିଛା ଏତିକି ରହିଛି ରେଟ୍?

ଅନ୍ୟପଟେ, ପଶ୍ଚିମବଙ୍ଗର ବିଜେପି ସଭାପତି ସୁକାନ୍ତ ମଜୁମଦାର ମଧ୍ୟ ଡାକ୍ତରଖାନାରେ ମିଥୁନଙ୍କୁ ଭେଟିଛନ୍ତି । ଏବଂ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସେ ଜଣେ ଯୋଦ୍ଧା । ସେ ତୁରନ୍ତ ସୁସ୍ଥ ହୋଇ ସୁଟିଂ ଆରମ୍ଭ କରିବାକୁ ଚାହୁଁଛନ୍ତି । କିନ୍ତୁ ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ କହିଛନ୍ତି। ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଫେବୃଆରୀ ୧୦ ତାଙ୍କ ଛାତିରେ ଯନ୍ତ୍ରଣା ହେବା ପରେ  ମିଥୁନଙ୍କୁ (ଶନିବାର) ସକାଳ ୯.୪୦ ମିନିଟ ସମୟରେ କୋଲକାତାର ଆପୋଲୋ ହସ୍ପିଟାଲର ଜରୁରୀକାଳୀନ ୟୁନିଟରେ ଭର୍ତ୍ତି କରାଯାଇଥିଲା । ଏହାପରେ ସନ୍ଧ୍ୟାରେ ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ଅପଡେଟ୍ ଦେଇଥିଲେ ଏବଂ କହିଥିଲେ ଯେ ସେ ଏକ ଇସକେମିକ୍ ସେରେବ୍ରୋଭାସ୍କୁଲାର ନାମକ (Ischemic Cerebrovascular Stroke) ବ୍ରେନ ଷ୍ଟ୍ରୋକ ପୀଡିତ । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି । ସେପଟେ ଅଭିନେତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଶହ ଶହ ଫ୍ୟାନ୍ସ । ନିକଟରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ସିନେମା ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର ସମ୍ମାନ ଜନକ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।