Entertainment News: ଦର୍ଶକଙ୍କ ମନ କିଣୁଛି ମେଗା ଧାରାବାହିକ ‘ସନ୍ଧ୍ୟା ରାଗିଣୀ, ସିରିଏଲରେ ଏବେ...
Advertisement

Entertainment News: ଦର୍ଶକଙ୍କ ମନ କିଣୁଛି ମେଗା ଧାରାବାହିକ ‘ସନ୍ଧ୍ୟା ରାଗିଣୀ, ସିରିଏଲରେ ଏବେ...

Entertainment News:  ଓଡିଶାର ଏକ ନମ୍ବର ଓଡିଆ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ନୂଆ କାହାଣୀ ଓ ତଥା ନାରୀତ୍ବର ଦିଗଦର୍ଶନ ଦେଉଥିବା ମେଗା ଧାରାବାହିକ ସହିତ ତା''ର ଦର୍ଶକଙ୍କ ଭଲପାଇବା ସାଉଁଟିବା ପାଇଁ ଅବିରତ ଚେଷ୍ଟା ଜାରି ରଖିଥାଏ । ସେହି ପରି ଦୁଇ ଭଉଣୀଙ୍କୁ ନେଇ ଏକ ରୋଚକ କାହାଣୀ ''ସନ୍ଧ୍ୟା ରାଗିଣୀ''  ସଫଳତାର ସହ ଓଡିଆ ଦର୍ଶକଙ୍କ ମନ କିଣିପାରିଛି। କାହାଣୀରେ ସବୁବେଳେ ନୂଆ ନୂଆ ପରିବର୍ତ୍ତନ ଆସିଥାଏ । ଯେମିତି ଏବେ ଆରମ୍ଭ ହୋଇଛି ପ୍ରେମର ନୂଆ ଅଧ୍ୟାୟ ।

Entertainment News: ଦର୍ଶକଙ୍କ ମନ କିଣୁଛି ମେଗା ଧାରାବାହିକ ‘ସନ୍ଧ୍ୟା ରାଗିଣୀ, ସିରିଏଲରେ ଏବେ...

Entertainment News: (ଭୁବନେଶ୍ୱର) :  ଓଡିଶାର ଏକ ନମ୍ବର ଓଡିଆ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ନୂଆ କାହାଣୀ ଓ ତଥା ନାରୀତ୍ବର ଦିଗଦର୍ଶନ ଦେଉଥିବା ମେଗା ଧାରାବାହିକ ସହିତ ତା''ର ଦର୍ଶକଙ୍କ ଭଲପାଇବା ସାଉଁଟିବା ପାଇଁ ଅବିରତ ଚେଷ୍ଟା ଜାରି ରଖିଥାଏ । ସେହି ପରି ଦୁଇ ଭଉଣୀଙ୍କୁ ନେଇ ଏକ ରୋଚକ କାହାଣୀ ''ସନ୍ଧ୍ୟା ରାଗିଣୀ''  ସଫଳତାର ସହ ଓଡିଆ ଦର୍ଶକଙ୍କ ମନ କିଣିପାରିଛି। କାହାଣୀରେ ସବୁବେଳେ ନୂଆ ନୂଆ ପରିବର୍ତ୍ତନ ଆସିଥାଏ । ଯେମିତି ଏବେ ଆରମ୍ଭ ହୋଇଛି ପ୍ରେମର ନୂଆ ଅଧ୍ୟାୟ ।

ALSO READ: Gold Price Today: ରାଜ୍ୟରେ ପୁଣି ବଢିଲା ସୁନା ଦର, କିଣିବା ପୂର୍ବରୁ ଜାଣି ନିଅନ୍ତୁ ଆଜିର ରେଟ୍

ଏଥର ହୋଲି ପରେ କାହାଣୀରେ ଘଟିଛି ଏକ ଅପ୍ରତ୍ୟାଶିତ ଘଟଣା । ହୋଲି ଦିନ ସଙ୍ଗୀତ୍ ଭାଙ୍ଗ ନିଶାରେ ଚାରୁକୁ ରାଗିଣୀ ଭାବି ନିଜ ମନ କଥା ଖୋଲିକି କହି ଦେଇଛି ଯେ କିପରି ସେ ତାକୁ ଭଲ ପାଏ । ତେବେ ସଙ୍ଗୀତ୍ ଓ ରାଗିଣୀର ଭଲ ପାଇବା କ''ଣ ସମସ୍ତ ଜାଣିଦେବେ ? ସେପଟେ ସନ୍ଧ୍ୟା ମଧ୍ୟ ମନେ ମନେ ପ୍ରତ୍ୟୁଷକୁ ଭଲପାଇବାରେ ଲାଗିଛି । ଦୁଇ ଭଉଣୀ ସନ୍ଧ୍ୟା ଓ ରାଗିଣୀଙ୍କ ଜୀବନରେ ଆରମ୍ଭ ହୋଇଛି ପ୍ରେମର ନୂଆ ଅଧ୍ୟାୟ । 

ତେବେ ଆଗକୁ କ'ଣ ହେବ ଜାଣିବା ପାଇଁ ଦେଖନ୍ତୁ ପ୍ରଯୋଜକ ବିଜୟ କାଣ୍ଡୋଇଙ୍କ ଲୋକପ୍ରିୟ ଧାରାବାହିକ ‘ସନ୍ଧ୍ୟା ରାଗିଣୀ’। ସୋମବାରରୁ ଶନିବାର ସଂନ୍ଧ୍ୟା ୬:୩୦ରେ କେବଳ ଜୀ- ସାର୍ଥକର ଚ୍ୟାନେଲରେ । ‘ସନ୍ଧ୍ୟା ରାଗିଣୀ’ର ମୁଖ୍ୟ ଚରିତ୍ରରେ ଅଛନ୍ତି ନିତୁ ମିଶ୍ର, ହିତେସା, ପ୍ରିୟଙ୍କା, ଦୀପ୍ତି ରେଖା, ଜ୍ୟୋତି, ଆଶୁତୋଷ, ଜୟା ଗୋସ୍ୱାମୀ, ଋଷି ପଟ୍ଟନାୟକ, ପଦାରବିନ୍ଦୁ ଓ କେକେ । ଜୀ-ସାର୍ଥକ ର ସବୁ ମେଗା ଧାରାବାହିକ ପରି ''ସନ୍ଧ୍ୟା ରାଗିଣୀ''କୁ ମିଳିଥିବା ଭଲପାଇବା ପାଇଁ ସମସ୍ତ ଦର୍ଶକଙ୍କୁ ଧନ୍ୟବାଦ ଜଣାଇବା ସହିତ ହୋଲି ପରେ କାହାଣୀରେ ନୂଆ ମୋଡ଼ ଆସିଛି । ଏହି ମେଗା ଧାରାବାହିକ ମାଧ୍ୟମରେ ଆମ ଦର୍ଶକ ଏକ ନୂଆ ଉପଲବ୍ଧି ପାଇବେ ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ପ୍ରତୀକ ସିଲ୍।