Nayanthara:'ଜଓ୍ବାନ'ର ସଫଳତା ପରେ ମୁହଁ ଖୋଲିଲେ ନୟନତାରା, କହିଲେ ନିର୍ଦ୍ଦେଶକ ମୋ ସହ...
Advertisement

Nayanthara:'ଜଓ୍ବାନ'ର ସଫଳତା ପରେ ମୁହଁ ଖୋଲିଲେ ନୟନତାରା, କହିଲେ ନିର୍ଦ୍ଦେଶକ ମୋ ସହ...

Nayanthara: ନିକଟରେ ଅଟଲିଙ୍କ ନିର୍ଦ୍ଦେଶିତ (jawan director atlee)ଫିଲ୍ମ 'ଜଓ୍ବାନ୍' (Jawan) ରିଲିଜ୍ ହୋଇଛି ।  ତେବେ ଏହି ଫିଲ୍ମରେ ଶାହରୁଖ ଖାନଙ୍କ (Shah Rukh Khan) ବ୍ୟତୀତ ସାଉଥ୍ ଅଭିନେତ୍ରୀ ନୟନ୍ତରା (South Indian Actress Nayantara ), ଦୀପିକା ପାଦୁକୋନ, ଏବଂ ବିଜୟ ସେଥୁପତି (Vijay Sethupathi) ବିଶେଷ ଭୂମିକାରେ ନଜର ଆସିଛନ୍ତି ।  ଏହି ଫିଲ୍ମ ମାଧ୍ୟମରେ ନୟନତାରା ବଲିଉଡରେ ଡେବ୍ୟୁ କରିଛନ୍ତି । କିନ୍ତୁ  ନୟନତାର ଏହି ଫିଲ୍ମରେ ଅଭିନୟ କରି ଖୁସି ନାହାଁନ୍ତି । ଏନେଇ ସେ ନିର୍ଦ୍ଦେଶକଙ୍କ ଅଟଲିଙ୍କ ବିରୋଧରେ ମୁହଁ ଖୋଲିଛନ୍ତି।

 Nayanthara:'ଜଓ୍ବାନ'ର ସଫଳତା ପରେ ମୁହଁ ଖୋଲିଲେ ନୟନତାରା, କହିଲେ ନିର୍ଦ୍ଦେଶକ ମୋ ସହ...

Nayanthara: ନିକଟରେ ଅଟଲିଙ୍କ ନିର୍ଦ୍ଦେଶିତ (jawan director atlee)ଫିଲ୍ମ 'ଜଓ୍ବାନ୍' (Jawan) ରିଲିଜ୍ ହୋଇଛି ।  ଏହି ଫିଲ୍ମଟି ରିଲିଜ୍  ହେବା ଦିନ ଠାରୁ ବକ୍ସ ଅଫିସରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ତେବେ ଏହି ଫିଲ୍ମରେ ଶାହରୁଖ ଖାନଙ୍କ (Shah Rukh Khan) ବ୍ୟତୀତ ସାଉଥ୍ ଅଭିନେତ୍ରୀ ନୟନ୍ତରା (South Indian Actress Nayantara ), ଦୀପିକା ପାଦୁକୋନ, ଏବଂ ବିଜୟ ସେଥୁପତି (Vijay Sethupathi) ବିଶେଷ ଭୂମିକାରେ ନଜର ଆସିଛନ୍ତି ।  ଅଭିନେତ୍ରୀ ନୟନତାରାଙ୍କ  ଏହା ବଲିଉଡ୍ ଡେବ୍ୟୁ ଫିଲ୍ମ। ଏହି ଫିଲ୍ମ ମାଧ୍ୟମରେ ନୟନତାରା ବଲିଉଡରେ ଡେବ୍ୟୁ କରିଛନ୍ତି । ଯାହାକୁ ନେଇ ଅଭିନେତ୍ରୀ ଲାଇମଲାଇଟରେ ଅଛନ୍ତି। କିନ୍ତୁ  ନୟନତାର ଏହି ଫିଲ୍ମରେ ଅଭିନୟ କରି ଖୁସି ନାହାଁନ୍ତି । ଏନେଇ ସେ ନିର୍ଦ୍ଦେଶକଙ୍କ ଅଟଲିଙ୍କ ବିରୋଧରେ ମୁହଁ ଖୋଲିଛନ୍ତି।

Also Read: Friday Remedies: ଶୁକ୍ରବାର ଦିନ କରନ୍ତୁ ଏହି ୮ଟି ଉପାୟ, ଧନଧାନ୍ୟରେ ଭରିଯିବ ଆପଣଙ୍କ ଜୀବନ

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଫିଲ୍ମରେ କିଙ୍ଗ ଖାନଙ୍କ(Shah Rukh Khan) ସହ ଲିଡ୍ ରୋଲରେ ନଜର ଆସିଥିଲେ ନୟନତାରା। ଏବଂ ଦୀପିକା ପାଦୁକୋନ୍ କେମିଓ ଭୂମିକାରେ ନଜର ଆସିଥିଲେ।  ଏହି ଫିଲ୍ମରେ ଶାହାରୁଖ୍ ଓ ନୟନୟତାରାଙ୍କୁ ଅଧିକାଂଶ ସିନରେ ଦେଖିବା କଥା। କିନ୍ତୁ ନୟନତାରାଙ୍କ ଅଧିକାଂଶ ସିନ୍ କୁ ନିର୍ଦ୍ଦେଶକ କାଟି ଦେଇଥିବା କହିଛନ୍ତି ନୟନତାରା। ଦୀପିକା ପାଦୁକୋନ୍ କେମିଓ ଭୂମିକାରେ ନଜର ଆସିଥିଲେ ମଧ୍ୟ ଫିଲ୍ମର ଅଧିକାଂଶ ସିନରେ ତାଙ୍କୁ ଦେଖିବାକୁ ମିଳିଛି । ଯାହାକୁ ନେଇ ନୟନତାରା ନିର୍ଦ୍ଦେଶକଙ୍କୁ ଦାୟି କରିଛନ୍ତି। ଏହା ମଧ୍ୟ କୁହାଯାଉଛି ଯେ, ନୟନତାରା ଆଗକୁ ଆଉ ବଲିଉଡ଼ ଫିଲ୍ମରେ କାମ କରିବେ ନାହିଁ। ଏହା ତାଙ୍କର ଶେଷ ଫିଲ୍ମ ହୋଇପାରେ। 

ନୟନତାରାଙ୍କ ଅଧିକାଂଶ ସିନକୁ ଫିଲ୍ମରେ କଟାଯାଇଥିବାରୁ ନିର୍ଦ୍ଦେଶକଙ୍କ ଉପରେ ସେ ରାଗିଛନ୍ତି । ଏଥିପାଇଁ ଫିଲ୍ମରେ କୌଣସି ଇଭେଣ୍ଟ ଓ ପ୍ରମୋସନରେ ସେ ସାମିଲ ହୋଇନଥିଲେ। ଏପରିକି ସେ 'ଜଓ୍ବାନ୍'  ସଫଳତାକୁ ନେଇ ନିକଟରେ ହୋଇଥିବା ଗ୍ରାଣ୍ତ ସେଲିବ୍ରେସନରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳି ନଥିଲା। ତେବେ ଏଠାରେ ଆମେ ଆପଙ୍କୁ କହି ରଖିହୁ ଯେ, ଫିଲ୍ମ ଜଓ୍ବାନ୍ ଚଳିତ ମାସ ୭ ତାରିଖରେ ରିଲିଜ୍ ହୋଇଥିଲା। ଏହି  ଫିଲ୍ମଟି ରିଲିଜ୍ ହେବାର ୧୫ ଦିନ ମଧ୍ୟରେ ବିଶ୍ବବ୍ୟାପି ପାଖାପାଖି  (Rs 1,000 crore worldwide ) ଆୟ କରି ସାରିଲାଣୀ । ସେହିପରି ଭାରତରେ ଫିଲ୍ମଟି, ୫୨୬ କୋଟି (Rs 526 crore) ରୋଜଗାର କରିଛି।