Nayanthara: ଅଲଗା ହେବେ କି ନୟନତାରା-ବିଗ୍ନେଶ ? ରାତି ଅଧରେ ଇନଷ୍ଟାଗ୍ରାମରେ ଅଭିନେତ୍ରୀ କାହିଁକି କଲେ ...
Advertisement

Nayanthara: ଅଲଗା ହେବେ କି ନୟନତାରା-ବିଗ୍ନେଶ ? ରାତି ଅଧରେ ଇନଷ୍ଟାଗ୍ରାମରେ ଅଭିନେତ୍ରୀ କାହିଁକି କଲେ ...

Nayanthara: ସାଉଥର ଦମଦାର ଷ୍ଟାର ହଉଛନ୍ତି ନୟନତାରା(Nayanthara)। ନିକଟରେ ନୟନତାରାଙ୍କ ବିଲିଉଡ଼ ଫିଲ୍ମ  'ଜଓ୍ବାନ୍'(jawan) ରିଲିଜ୍ ହୋଇଥିଲା। ଯାହାକି ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିଥିଲା। ତେବେ, ନୟନତାରାଙ୍କୁ ନେଇ ଆଉ ଏକ ବଡ଼ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ଚର୍ଚ୍ଚା ହେଇଛି କି, ସେ ନିଜ ସ୍ବାମୀ ବିଗ୍ନେଶଙ୍କୁ ଛାଡପତ୍ର ଦେବାକୁ ଚାହୁଁଛନ୍ତି । 

Nayanthara: ଅଲଗା ହେବେ କି ନୟନତାରା-ବିଗ୍ନେଶ ? ରାତି ଅଧରେ ଇନଷ୍ଟାଗ୍ରାମରେ ଅଭିନେତ୍ରୀ କାହିଁକି କଲେ ...

Nayanthara: ସାଉଥର ଦମଦାର ଷ୍ଟାର ହଉଛନ୍ତି ନୟନତାରା(Nayanthara)। ନିକଟରେ ନୟନତାରାଙ୍କ ବିଲିଉଡ଼ ଫିଲ୍ମ  'ଜଓ୍ବାନ୍'(jawan) ରିଲିଜ୍ ହୋଇଥିଲା। ଯାହାକି ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିଥିଲା। ତେବେ, ନୟନତାରାଙ୍କୁ ନେଇ ଆଉ ଏକ ବଡ଼ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ଚର୍ଚ୍ଚା ହେଇଛି କି, ସେ ନିଜ ସ୍ବାମୀ ବିଗ୍ନେଶଙ୍କୁ ଛାଡପତ୍ର ଦେବାକୁ ଚାହୁଁଛନ୍ତି । ତାଙ୍କ ବୈବାହିକ ଜୀବନ ଆଦୌ ଠିକ୍ ନାହିଁ। ଏହା ନିଜେ ନୟନତାରାଙ୍କ ପୋଷ୍ଟ ଅନ୍ଦାଜରୁ ଜଣାପଡିଛି।  ଅଭିନେତ୍ରୀ ଜଣକ ନିଜ ଇନଷ୍ଟାଗ୍ରାମ୍ ରେ ଏକ ଷ୍ଟୋରୀ ସେୟାର କରିଛନ୍ତି । ଯେଉଁଥିରେ ଲେଖା ହୋଇଛି କି 'ତାଙ୍କ ଆଖିରେ ଲୁହ ଥାଇ ମଧ୍ୟ ସେ ସବୁବେଳେ କହିବେ ମୁଁ ଏହା ପାଇ ସାରିଛି। ' ଏହା ସହ ନୟନତାରା ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରୁ ସ୍ବାମୀ ବିଗ୍ନେଶ ଶିବନଙ୍କୁ ଅନଫଲୋ କରିଛନ୍ତି। ନୟନତାରାଙ୍କ ଏଭଳି ପୋଷ୍ଟ ଫ୍ୟାନ୍ସଙ୍କ ମନ ଭାଙ୍ଗି ଦେଇଛି। ଏହି ପୋଷ୍ଟରୁ ଜଣାପଡୁଛି ଯେ, ନୟନତାରାଙ୍କ ବୌବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇଛି।

 

 

fallback

ସାଉଥ୍ ଇଣ୍ତଷ୍ଟ୍ରିର ଜଣେ ନାଁ କରା ଅଭିନେତ୍ରୀ ହେଉଛନ୍ତି ନୟନତାରା।  ସୂଚନା ଯୋଗ୍ୟ ଯେ, ୨୦୧୫ ମସିହାରେ 'ନାନୁମ୍ ରାଉଡି'ସେଟ୍ ରେ ଉଭୟଙ୍କ ପ୍ରଥମ ଦେଖା ହୋଇଥିଲା।  ସେହି ଫିଲ୍ମ ସମୟରେ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଥିଲେ। ପରେ ୨୦୨୨ ମସିହାରେ ଉଭୟଙ୍କ ବିବାହ ହୋଇଥିଲା। ବିବାହର ୪ ମାସ ପରେ ସରୋଗେସି ମାଧ୍ୟମରେ ଜାଆଁଳା ସନ୍ତାନର ପିତାମାତା ହୋଇଥିଲେ ନୟନତାରା-ବିଗ୍ନେଶ। ଯେଉଁଥିପାଇଁ ଏହି କପଲ୍ ଚର୍ଚ୍ଚାକୁ ଆସିଥିଲେ।  ଗଣମାଧ୍ୟମ ରିପୋର୍ଟ ଅନୁସାରେ, ନୟନତାରା ଗୋଟିଏ ଫିଲ୍ମ କରିବା ପାଇଁ ପାଖାପାଖି ୫ରୁ ୧୦ କୋଟି ନେଇ ଥାଆନ୍ତି। ଏହା ସହ ତାଙ୍କ ପାଖରେ ଏକ ପ୍ରାଇଭେଟ୍ ଜେଟ୍ ରହିଛି । ଏହି ପ୍ରାଇଭେଟ୍ ଜେଟ୍ ଦାମ୍ ୫୦ କୋଟି।  ଏହା ସହ ସେ ଚେନ୍ନାଇରେ ଏକ ଲକଜୁରିୟସ୍ ଆପାର୍ଟମେଣ୍ଟ ( Properties) ମଧ୍ୟ କିଣିଛନ୍ତି । ତାଙ୍କର କେରଳ , ହାଇଦ୍ରାବାଦ୍ ଓ ମୁମ୍ବାଇରେ ମଧ୍ୟ ଭିଲ୍ଲା ରହିଛି।