Kalki 2898 AD: ବକ୍ସ ଅଫିସରେ ଧମାଲ୍ ମଚାଉଛି 'କଳକି ୨୮୯୮ ଏଡି', ତୃତୀୟ ଦିନରେ ରୋଜଗାର କଲା ଏତେ କୋଟି
Advertisement
Article Detail0/zeeodisha/odisha2314556

Kalki 2898 AD: ବକ୍ସ ଅଫିସରେ ଧମାଲ୍ ମଚାଉଛି 'କଳକି ୨୮୯୮ ଏଡି', ତୃତୀୟ ଦିନରେ ରୋଜଗାର କଲା ଏତେ କୋଟି

Kalki 2898 AD Box Office Collection Day 3: ବକ୍ସ ଅଫିସରେ ଧମାଲ୍ ମଚାଉଛି ସାଉଥ ସୁପରଷ୍ଟାର୍ ପ୍ରଭାସଙ୍କ ଅଭିନୀତ ଫିଲ୍ମ 'କଳକି ୨୮୯୮ ଏଡି' ।  ରିଲିଜ୍ ହେବାର ୩ ଦିନରେ ଫିଲ୍ମଟି ଆଶ୍ଚର୍ଯ୍ୟଜନକ ରୋଜଗାର କରିଥିବା ଦେଖିବାକୁ ମିଳିଛି। 

Kalki 2898 AD: ବକ୍ସ ଅଫିସରେ ଧମାଲ୍ ମଚାଉଛି 'କଳକି ୨୮୯୮ ଏଡି', ତୃତୀୟ ଦିନରେ ରୋଜଗାର କଲା ଏତେ କୋଟି

Kalki 2898 AD Box Office Collection Day 3: ବକ୍ସ ଅଫିସରେ ଧମାଲ୍ ମଚାଉଛି ସାଉଥ ସୁପରଷ୍ଟାର୍ ପ୍ରଭାସଙ୍କ ଅଭିନୀତ ଫିଲ୍ମ 'କଳକି ୨୮୯୮ ଏଡି' । ଏହି ଫିଲ୍ମରେ ପ୍ରଭାସଙ୍କ ବ୍ୟତିତ ଦୀପିକା ପାଦୁକୋନ୍ ଓ ବିଗ୍ ବିଙ୍କ ଚମକ୍କାରି ଅଭିନୟ ମଧ୍ୟ ଦେଖିବାକୁ ମିଳିଛି। ରିଲିଜ୍ ହେବାର ୩ ଦିନରେ ଫିଲ୍ମଟି ଆଶ୍ଚର୍ଯ୍ୟଜନକ ରୋଜଗାର କରିଥିବା ଦେଖିବାକୁ ମିଳିଥିଲା। ଗତକାଲି (ତୃତୀୟ ଦିନ)ରେ ମଧ୍ୟ ଫିଲ୍ମଟି ଜବରଦସ୍ତ କଲେକସନ୍ କରିଛି। ତେବେ,ଆସନ୍ତୁ ନଜର ପକାଇବା ତିନି ଦିନ ମଧ୍ୟରେ ଫିଲ୍ମଟି କେତେ କୋଟି ରୋଜଗାର କରିବାରେ ସକ୍ଷମ ହୋଇଛି। 

 

 

 
 
 
 

 
 
 
 
 
 
 
 
 
 
 

A post shared by Prabhas (@actorprabhas)

ସାକନିକ୍ଲ(Sacnilk) ରିପୋର୍ଟ ଅନୁଯାୟୀ, 'କଳକି ୨୮୯୮ ଏଡି' ଫିଲ୍ମଟି ତୃତୀୟ ଦିନରେ ପ୍ରାୟ ୬୭.୧ କୋଟି ସଂଗ୍ରହ କରିଛି। ଏକାଧିକ ଭାଷାରେ ରିଲିଜ୍ ହୋଇଥିବା ଏହି ଫିଲ୍ମଟି ତେଲୁଗୁରୁ ୩୨.୨୫ କୋଟି, ତାମିଲ୍ (୫ କୋଟି), ହିନ୍ଦୀ(୨୭ କୋଟି), କନ୍ନଡରେ (୦.୪୫), ମାଲାୟଲମ୍(୨.୪)କୋଟି ରୋଜଗାର କରିବାରେ ସକ୍ଷମ ହୋଇଛି। ତେବେ, ଏଠାରେ ଆମେ ଆପଣଙ୍କୁ ସାରା ବିଶ୍ବରେ ତୃତୀୟ ଦିନରେ ମୋଟ୍ ୧୦୦ କୋଟିର ବ୍ୟବସାୟ କରିଛି। ରିଲିଜ୍ ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଫିଲ୍ମଟି ମୋଟ୍ ୩୦୦ କୋଟି ରୋଜଗାର୍ କରି ସାରିଲାଣୀ। 

ଯଦି ଆମେ ଫିଲ୍ମର ଷ୍ଟାରକାଷ୍ଟଙ୍କ ବିଷୟରେ ଚର୍ଚ୍ଚା କରିବା । ତେବେ, ଏହି ଫିଲ୍ମର ଲିଡ୍ ରୋଲରେ ଅମିତାଭ ବଚ୍ଚନ, ପ୍ରଭାସ ଓ ଦୀପିକା ପାଦୁକୋନଙ୍କ ବ୍ୟତୀତ ଦିଶା ପାଟାନି, ପଶୁପତି, ଶୋବାନା, ଆନ୍ନା ବେନ ଅଭିନୟ କରିଛନ୍ତି। ସେହିପରି ଫିଲ୍ମ ଏସ୍ ରାଜାମୌଲି, ବିଜୟ ଦେବରକୋଣ୍ଡା, ରାମ ଗୋପାଳ ବର୍ମା, ଦୁଲକର ସଲମାନ ଏବଂ ମୃଣାଳ ଠାକୁର ଅତିଥି କଳାକାର ଭୂମିକାରେ ନଜର ଆସିଛନ୍ତି। ଏହି ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଛନ୍ତି ନାଗ ଅଶ୍ୱିନ। ୬୦୦ କୋଟି ବ୍ୟୟରେ ସିନେମାଟି ନିର୍ମାଣ ହୋଇଛି।