Sooraj Pancholi: ଜିୟାଙ୍କ ମୃତ୍ୟୁ ପରେ, ରିଲେସନସିପକୁ ନେଇ ମୁହଁ ଖୋଲିଲେ ସୂରଜ, କହିଲେ...
Advertisement
Article Detail0/zeeodisha/odisha1865408

Sooraj Pancholi: ଜିୟାଙ୍କ ମୃତ୍ୟୁ ପରେ, ରିଲେସନସିପକୁ ନେଇ ମୁହଁ ଖୋଲିଲେ ସୂରଜ, କହିଲେ...

Sooraj Pancholi: ସୂରଜ ପଞ୍ଚୋଲି ବର୍ତ୍ତମାନ ନିଜ ଡେଟିଂ ଖବରକୁ ନେଇ ଲାଇମଲାଇଟକୁ ଆସିଛନ୍ତି। ଏକ ସାକ୍ଷାତକାରରେ ସୂରଜ ଗତ ୭ ବର୍ଷ ଧରି ଜଣଙ୍କୁ ଡେଟ୍ କରୁଥିବା କହିଛନ୍ତି।

ସୌ(ସୋସିଆଲ ମିଡିଆ)

Sooraj Pancholi: ନିକଟରେ ଅଭିନେତା ସୂରଜ ପଞ୍ଚୋଲି ନିଜ ରିଲେସନସିପକୁ ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ବର୍ତ୍ତମାନ ମୁଁ ଖୁସିରେ ଅଛି । ମୁଁ ଯାହାଙ୍କୁ ଏବେ ଡେଟ କରୁଛି ସେ ଜଣେ ଅଭିନେତ୍ରୀ ନୁହଁନ୍ତି। ସୂଚନା ଥାଉ କି, ବଲିଉଡ଼ ଅଭିନେତା ସୂରଜ ପଞ୍ଚୋଲି (Sooraj Pancholi)  ନିଜ ଫିଲ୍ମ ଓ ଅଭିନୟ ଅପେକ୍ଷା ଜିୟା ଖାନଙ୍କ ଆତ୍ମହତ୍ୟା (jiah khan suicide case )ମାମଲାକୁ ନେଇ ଚର୍ଚ୍ଚାରେ ରହିଥିଲେ । କିନ୍ତୁ ବର୍ତ୍ତମାନ ଅଭିନେତା ନିଜ ଡେଟିଂ ଖବରକୁ ନେଇ ଲାଇମଲାଇଟକୁ ଆସିଛନ୍ତି। ଏକ ସାକ୍ଷାତକାରରେ ସୂରଜ ଗତ ୭ ବର୍ଷ ଧରି ଜଣଙ୍କୁ ଡେଟ୍ କରୁଥିବା କହିଛନ୍ତି।

ଜିୟା ଖାନଙ୍କ ମୃତ୍ୟୁ ପରେ ବର୍ଷ ଧରି ଏହି ଯୁବତୀଙ୍କୁ ଡେଟ କରୁଛନ୍ତି ସୂରଜ

ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନକୁ ନେଇ ବେଶ ଚର୍ଚ୍ଚାରେ ରହିଥାଆନ୍ତି ସୂରଜ (Sooraj Pancholi) । ଅଭିନେତା ୨୦୧୩ ମସିହାରେ ଜିୟା ଖାନ ଆତ୍ମହତ୍ୟା ମାମଲାରେ ଛନ୍ଦି ହୋଇଥିଲେ। ବର୍ତ୍ତମାନ ତାଙ୍କୁ ଏହି ମାମଲାରୁ ମୁକ୍ତ କରାଯାଇଛି। ନିକଟରେ ଅଭିନେତା ଏକ ସାକ୍ଷାତକାରରେ ନିଜ ରିଲେସନସିପକୁ ନେଇ ମୁହଁ ଖୋଲିଛନ୍ତି । ଅଭିନେତା କହିଛନ୍ତି ଯେ, ମୁଁ ବର୍ତ୍ତମାନ ରିଲେସନସିପରେ ଖୁସି ଅଛି । ମୁଁ ଡେଟ୍ କରୁଥିବା ଯୁବତୀ ଅଭିନେତ୍ରୀ ନୁହଁନ୍ତି । ସେ ଆହୁରି ମଧ୍ଯ କହିଛନ୍ତି, ଉଭୟ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ।

 

 
 
 
 

 
 
 
 
 
 
 
 
 
 
 

A post shared by Sooraj P (@soorajpancholi)

ସେ ଆଉ ମଧ୍ଯ କହିଛନ୍ତି, ଜିୟାଙ୍କ (jiah khan) ସହ ସମ୍ପର୍କ ଖୁବ୍ କମ୍ ସମୟ ପାଇଁ ଥିଲା । ସେହି ସମ୍ପର୍କ ଭାଙ୍ଗିବା ପରଠାରୁ ଆମେ ଦୁହେଁ ଦୀର୍ଘ ୭ ବର୍ଷ ଧରି ଏକାଠି ଅଛୁ । ଏହା ଏକ ସୁନ୍ଦର ଅନୁଭବ ଅଟେ, ଯାହାକୁ ବର୍ଣ୍ଣନା କରିବା କଷ୍ଟକର । ନିଜ ସମ୍ପର୍କକୁ ନେଇ ସୂରଜ କହିଛନ୍ତି, ମୁଁ ଏହାକୁ ବ୍ୟକ୍ତିଗତ ରଖିବାକୁ ପସନ୍ଦ କରେ, କାରଣ ମୋ ଗର୍ଲଫ୍ରେଣ୍ଡ ବଲିଉଡ ଇଣ୍ଡଷ୍ଟ୍ରିର ନୁହଁନ୍ତି ।

 

 
 
 
 

 
 
 
 
 
 
 
 
 
 
 

A post shared by Sooraj P (@soorajpancholi)

ପ୍ରକାଶ ଥାଉ କି,  ୨୦୧୩ ମସିହାରେ ଅଭିନେତ୍ରୀ ଜିୟା ଖାନ ଆତ୍ମହତ୍ୟା କରିଥିଲେ। ଅଭିନେତ୍ରୀଙ୍କୁ ଆତ୍ମହତ୍ୟା ଲାଗି ପ୍ରବର୍ତ୍ତାଇବା ନେଇ ସୂରଜଙ୍କୁ ଗିରଫ କରାଯାଇଥିଲା। ବିଗତ ୧୦ ବର୍ଷ ସୂରଜଙ୍କ ପାଇଁ ବେଶ କଷ୍ଟସାଧ୍ୟ ଥିଲା  । ତେବେ ବର୍ତ୍ତମାନ ସେ ଖୁସି ଥିବା କହିଛନ୍ତି ।

ଏହା ବି ପଢନ୍ତୁ-Jawan: 'ଗଦ୍ଦର ୨'କୁ ପଛରେ ପକାଇଲା 'ଜୱାନ୍’, ରିଲିଜର ୪ର୍ଥ ଦିନ ରୋଜଗାର କଲା ଏତିକି କୋଟି