Bollywood: ବିବାହର ୬ ବର୍ଷ ପରେ ଗୁଡ଼ ନ୍ୟୁଜ ଦେଲେ ଦୀପିକା ଓ ରଣଭୀର, ଜାଣନ୍ତୁ କେବେ ଆସିବ କୁନି ଅତିଥି
Advertisement

Bollywood: ବିବାହର ୬ ବର୍ଷ ପରେ ଗୁଡ଼ ନ୍ୟୁଜ ଦେଲେ ଦୀପିକା ଓ ରଣଭୀର, ଜାଣନ୍ତୁ କେବେ ଆସିବ କୁନି ଅତିଥି

Deepika Pregnant: ଖୁବଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ ଓ ଅଭିନେତା ରଣଭୀର ସିଂ । ଏନେଇ ଦୀପିକା ନିଜ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି । ଏହି ପୋଷ୍ଟରେ ଅଭିନେତ୍ରୀ ନିଜର ପ୍ରସବ ମାସ ବିଷୟରେ ଉଲ୍ଲେଖ କରିଛନ୍ତି। 

Bollywood: ବିବାହର ୬ ବର୍ଷ ପରେ ଗୁଡ଼ ନ୍ୟୁଜ ଦେଲେ ଦୀପିକା ଓ ରଣଭୀର, ଜାଣନ୍ତୁ କେବେ ଆସିବ କୁନି ଅତିଥି

Deepika Padukone Pregnant: ବିରାଟ ଓ ଅନୁଷ୍କାଙ୍କ ପରେ ଖୁସି ଖବର ଦେବେ ବଲିଉଡ଼ର ଏହି ଷ୍ଟାର କପଲ । ଆଜ୍ଞା ହିଁ, ଖୁବଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ ଓ ଅଭିନେତା ରଣଭୀର ସିଂ । ଏନେଇ ଦୀପିକା ନିଜ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି । ଏହି ପୋଷ୍ଟରେ ଅଭିନେତ୍ରୀ ନିଜର ପ୍ରସବ ମାସ ବିଷୟରେ ଉଲ୍ଲେଖ କରିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟିଛି ।

ଖବର ଅନୁଯାୟୀ, ବିହାର ୬  ବର୍ଷ ପରେ ନିଜ ପ୍ରଂଶସକଙ୍କୁ ଗୁଡ଼ ନ୍ୟୁଜ ଦେଇଛନ୍ତି ଦୀପିଭୀର । ଏନେଇ ଦୀପିକା ଗୁରୁବାର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରବସ ମାସ ନେଇ ଘୋଷଣା କରିଛନ୍ତି। ଦୀପିକା କରିଥିବା ଏହି ପୋଷ୍ଟଟି ଧଳା ରଙ୍ଗର ହୋଇଥିବା ବେଳେ ଏଥିରେ ଶିଶୁ ମାନଙ୍କର ବିଭିନ୍ନ ବସ୍ତୁର ଫଟୋ ରହିଛି । ଏହାସହ ସେପ୍ଟେମ୍ବର ୨୦୨୪ ବୋଲି ଲେଖାଯାଇଥିବା ଦେଖିବାକୁ ମିଳିଛି । ତଳେ ଦୀପିକା ଓ ରଣଭୀରଙ୍କ ନାମ ମଧ୍ଯ ରହିଛି । ଦୀପିକାଙ୍କ ଏହି ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

ନିକଟରେ ଦୀପିକା BAFTA ଆୱାର୍ଡ଼ ୨୦୨୪ରେ ଯୋଗ ଦେଇଥିଲେ । ଏହି ଆୱାର୍ଡ଼ ଶୋ’ର ଅନେକ ଫଟୋ ଓ ଭିଡ଼ିଓ ସାମ୍ନାକୁ ଆସିଥିଲା । ଏଥିରେ ଅଭିନେତ୍ରୀ ନିଜ ବେବି ବମ୍ପକୁ ଲୁଚାଇଥିବା ନଜର ଆସିଥିଲେ ।  ଫଳରେ ସେ ଗର୍ଭବତୀ ଥିବା ନେଇ କଳ୍ପନା କରାଯାଉଥିଲା । ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଥିଲା । କିନ୍ତୁ ସେତେବେଳେ ଏନେଇ ମୁହଁ ଖୋଲି ନଥିଲେ ଅଭିନେତ୍ରୀ । ପରସ୍ପରକୁ ଦୀର୍ଘ ଦିନର ଡେଟ୍ କରିବା ପରେ ୨୦୧୮ ମସିହାରେ ପରସ୍ପରକୁ ଜୀବନ ସାଥୀ କରିଥିଲେ ଦୀପିକା ପାଦୁକୋନ ଓ ରଣଭୀର ସିଂ । ଏବେ ବିବାହର ଦୀର୍ଘ ୬ ବର୍ଷ ପରେ ଏପରି ଷ୍ଟାର କପଲ ପିତାମାତା ହେବାକୁ ଯାଉଛନ୍ତି ।