Ira-Nupur Wedding: ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଇରା ଖାନ୍, ଅତିଥି ପାଇଁ ରହିଛି ଏହି ଖାସ୍ ନିୟମ
Advertisement
Article Detail0/zeeodisha/odisha2041336

Ira-Nupur Wedding: ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଇରା ଖାନ୍, ଅତିଥି ପାଇଁ ରହିଛି ଏହି ଖାସ୍ ନିୟମ

Ira-Nupur Wedding: ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଆମୀର ଖାନଙ୍କ ଝିଅ ଇରା ଖାନ୍ (ira khan) । ଦୀର୍ଘ ଦିନ ଧରି ଡ଼େଟ୍ କରିବା ପରେ ଆଜି ବୟଫ୍ରେଣ୍ତ ନୁପୁର ଶିଖରଙ୍କୁ (Nupur Shikhare) ସାତ ଜନ୍ମର ଜୀବନସାଥୀ କରିବେ ଇରା । 

ସୌ(ସୋସିଆଲ ମିଡିଆ)

Ira-Nupur Wedding: ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ଼ର ମିଷ୍ଚର ଫରଫେକ୍ସନିଷ୍ଟ ଆମୀର ଖାନଙ୍କ ଝିଅ ଇରା ଖାନ୍ (ira khan) । ଦୀର୍ଘ ଦିନ ଧରି ଡ଼େଟ୍ କରିବା ପରେ ଆଜି ବୟଫ୍ରେଣ୍ତ ନୁପୁର ଶିଖରଙ୍କୁ (Nupur Shikhare) ସାତ ଜନ୍ମର ଜୀବନସାଥୀ କରିବେ ଇରା । ମଙ୍ଗଳବାର ଅୟୋଜିତ ଇରା ଓ ନୁପୁରଙ୍କ ହଳଦୀ ଓ ମେହେନ୍ଦି କାର୍ଯ୍ୟକ୍ରମରେ ଆମୀର ଖାନଙ୍କ ଦୁଇ ପତ୍ନୀ କିରଣ ରାଓ ଏବଂ ରୀନା ଦତ୍ତା ମଧ୍ୟ ଯୋଗ ଦେଇଥିଲେ। ଆମୀର ଖାନଙ୍କ ଘରୁ ଉଭୟଙ୍କ ଭିଡିଓ ସାମ୍ନାକୁ ଆସିଥିଲା। ଉଭୟ ମହାରାଷ୍ଟ୍ରୀୟ ଲୁକରେ ବେଶ ବହୁତ ସୁନ୍ଦର ଦେଖାଯାଉଥିଲେ ।

ସୂଚନା ଥାଉ କି, ଏହି ବିବାହ କାର୍ଯ୍ୟକ୍ରମରେ କେବଳ ନିକଟବର୍ତ୍ତୀ ବନ୍ଧୁ ଓ ପରିବାର ସଦସ୍ୟ ସାମିଲ ହେବା ନେଇ ଜଣାପଡ଼ିଛି । ବିବାହରେ ଯୋଗ ଦେବାକୁ ଥିବା ଅତିଥିଙ୍କ ପାଇଁ ‘ନୋ ଗିଫ୍ଚ ପଲିସି’ ନିୟମ କରାଯାଇଛି। ଅର୍ଥାତ୍,  ବିବାହରେ ଯୋଗ ଦେବାକୁ ଥିବା ଅତିଥିମାନେ ବିନା ଉପହାରରେ ଆସିବେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆମୀର ଖାନଙ୍କ ଲାଡ଼ଲି ବାହାଘରରେ କୌଣସି ଉପହାର ଗ୍ରହଣ କରିବାକୁ ମନା କରି ଦେଇଛନ୍ତି । ଏନେଇ ଇରା କହିଛନ୍ତି, ‘ଅତିଥିମାନେ ଉପହାର ଦେବା ପରିବର୍ତ୍ତେ ଆଶୀର୍ବାଦ ଦିଅନ୍ତୁ । ଯଦି କେହି ଉପହାର ଦେବାକୁ ଚାହୁଁଛନ୍ତି, ତେବେ ସେମାନେ ଅଗାସ୍ତୁ ଫାଉଣ୍ଡେସନକୁ (Agatsu Foundation)କୁ ଏହି ଉପହାର ଦାନ କରିପାରିବେ’।

 

 
 
 
 

 
 
 
 
 
 
 
 
 
 
 

A post shared by Ira Khan (@khan.ira)

ପ୍ରକାଶ ଥାଉ କି, ଆଜି କୋର୍ଟ ମ୍ୟାରେଜ ପରେ ଜାନୁଆରୀ ୮ ତାରିଖରେ ରାଜସ୍ଥାନ ଉଦୟପୁରରେ ଇରା ଓ ନୁପୁରଙ୍କ ବିବାହ ଭୋଜି ଅନୁଷ୍ଠିତ ହେବ । ଅନ୍ୟପଟେ ଜାନୁଆରୀ ୧୩ରେ ଆମୀର ଝିଅ ଇରାଙ୍କ ପାଇଁ ମୁମ୍ବାଇରେ ଏକ ଗ୍ରାଣ୍ତ ପାର୍ଟି ଦେବେ, ଯେଉଁଥିରେ ବଲିଉଡ଼ ଷ୍ଟାର ଯୋଗ ଦେବେ ବୋଲି ଜଣାପଡ଼ିଛି ।