Ekta Kapoor Birthday: ବାପାଙ୍କ ସେହି ପଦିଏ କଥା ପାଇଁ ଆଜି ଯାଏଁ ବାଡୁଅ ଅଛି: ଏକତା କପୁର
Advertisement
Article Detail0/zeeodisha/odisha1727741

Ekta Kapoor Birthday: ବାପାଙ୍କ ସେହି ପଦିଏ କଥା ପାଇଁ ଆଜି ଯାଏଁ ବାଡୁଅ ଅଛି: ଏକତା କପୁର

Ekta Kapoor: ପ୍ରତ୍ୟେକ ବ୍ୟକ୍ତିର ସଫଳତା ପଛରେ ସଂଘର୍ଷ ରହିଥାଏ । ତେବେ ଏକତାର ପ୍ରାରମ୍ଭିକ ଯାତ୍ରା ମଧ୍ଯ ଏତେ ସହଜ ନଥିଲା । ତେବେ ଆସନ୍ତୁ ଜାଣିବା ଏହି ସଫଳ ପ୍ରଯୋଜିକାଙ୍କ ଜୀବନ ସହିତ ଜଡିତ କିଛି ରୋଚକ କାହାଣୀ ବିଷୟରେ ...

ସୌ(ସୋସିଆଲ ମିଡିଆ)

Ekta Kapoor Happy Birthday: ଏକତା କପୁର (Ekta Kapoor)  ହୁଏତ ଏଇ ନାଁ ଲାଗି କୌଣସି ପରିଚୟର ଆବଶ୍ୟକତା ନାହିଁ । ଟେଲିଭିଜନ ଦୁନିଆରେ କ୍ରାନ୍ତି ଆଣିଥିବା ଏକତାଙ୍କର ଆଜି ହେଉଛି ଜନ୍ମଦିନ । ୪୮ ବର୍ଷିୟା ଏକତା ଆଜି ଇଣ୍ଡଷ୍ଟ୍ରିର ସବୁଠାରୁ ସଫଳ ମହିଳା ପ୍ରଯୋଜିକା ଭାବେ ବେଶ ଜଣାସୁଣା । ନିଜର କାମ ପାଇଁ ଟେଲିଭିଜନଠାରୁ ଆରମ୍ଭ କରି ବଲିଉଡ଼ ପର୍ଯ୍ୟନ୍ତ ସେ ନିଜର ସୂତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । କୁହାଯାଏ ଯେ, ପ୍ରତ୍ୟେକ ବ୍ୟକ୍ତିର ସଫଳତା ପଛରେ ସଂଘର୍ଷ ରହିଥାଏ । ତେବେ ଏକତାର ପ୍ରାରମ୍ଭିକ ଯାତ୍ରା ମଧ୍ଯ ଏତେ ସହଜ ନଥିଲା । ତେବେ ଆସନ୍ତୁ ଜାଣିବା ଏହି ସଫଳ ପ୍ରଯୋଜିକାଙ୍କ ଜୀବନ ସହିତ ଜଡିତ କିଛି ରୋଚକ କାହାଣୀ ବିଷୟରେ ...

୧୯୭୫ ମସିହା ଜୁନ୍ ମାସ ୭ ତାରିଖରେ ମହାରାଷ୍ଟ୍ର ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ଏକତା । ସେ ସମୟରେ ମାଆ ଶୋଭା କପୁର ଜଣେ ପ୍ରଡ୍ୟୁସର ଥିବାବେଳେ ପିତା ଜିତେନ୍ଦ୍ର ତାଙ୍କ ସମୟର ଜଣେ ପ୍ରସିଦ୍ଧ ଅଭିନେତା ଥିଲେ । ପିତାଙ୍କ ଯୋଗୁଁ ଏକତା ପିଲାଦିନରୁ ଫିଲ୍ମ ଇଣ୍ଡଷ୍ଟ୍ରି ସହ ବେଶ ପରିଚିତ ଥିଲେ। ପିଲାଦିନରୁ ଏକତା ତାଙ୍କ ପିତାଙ୍କୁ ବହୁତ ଭଲ ପାଉଥିଲେ। କିନ୍ତୁ ଜିତେନ୍ଦ୍ରଙ୍କ (Jeetendra kapoor) ଶୁଟିଂ ସେଟ୍ ପରିଦର୍ଶନ କରିବାକୁ ଏକତାଙ୍କୁ ଅନୁମତି ଦିଆଯାଇନଥିଲା । କାରଣ ପରିବାର ଲୋକେ ଭୟ କରୁଥିଲେ ଯେ, ଯଦି ଏକତା ଜିତେନ୍ଦ୍ରଙ୍କୁ କୌଣସି ହିରୋଇନଙ୍କ ସହ ରୋମାନ୍ସ କରିବାର ଦେଖନ୍ତି ତାହାଲେ ସେ ଅଭିନେତ୍ରୀଙ୍କୁ ଆକ୍ରମଣ କରିପାରନ୍ତି।

ଏପରି ଆରମ୍ଭ ହୋଇଥିଲା କ୍ୟାରିୟର

ଏକତା ଏକ ଛୋଟ ଚାକିରିରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ପିତା ଜଣେ ବଡ଼ ଷ୍ଟାର ହୋଇଥିଲେ ମଧ୍ଯ ତାଙ୍କ ସାହାଯ୍ୟ ବିନା ସେ ନିଜ କ୍ୟାରିୟରେ ସଫଳତା ହାସଲ କରିପାରିଛନ୍ତି । ପିଲାଦିନରୁ ବେଶ ଆଲିସାନ ଜୀବନ ବିତାଉଥିବା ଏକତା ସବୁବେଳେ ମଉଜ ମଜଲିସ ଓ ପାର୍ଟି କରିବାରେ ବ୍ୟସ୍ତ ରହୁଥିଲେ । ଏହା ଦେଖି ଜିତେନ୍ଦ୍ର ତାଙ୍କୁ ପକେଟ୍ ମନି ଦେବା ବନ୍ଦ କରିଦେଲେ। ବାସ୍ ଏହିଠାରୁ ହିଁ ଏକତାଙ୍କ ସଂଘର୍ଷର କାହାଣୀ ଆରମ୍ଭ ହୋଇଥିଲା । ମାତ୍ର ୧୭ ବର୍ଷ ବୟସରେ ଏକତା କାମ ଖୋଜିବା ଆରମ୍ଭ କରିଥିଲେ । ସେ ବିଜ୍ଞାପନ ଚଳଚ୍ଚିତ୍ର ନିର୍ମାତା କୈଲାଶ ସୁରେନ୍ଦ୍ର ନାଥଙ୍କ ନିକଟରେ ଇଣ୍ଟର୍ନସିପ କରିବା ଆରମ୍ଭ କରିଥିଲେ। ଇଣ୍ଟର୍ନସିପ୍ ସରିବା ପରେ ଏକତା ସେହି ବିଜ୍ଞାପନ କମ୍ପାନୀରେ କାମ କରିବା ଆରମ୍ଭ କରିଥିଲେ । ପରେ ଏକତାଙ୍କ କଠିନ ପରିଶ୍ରମ ଓ ନିଷ୍ଠା ଦେଖି ପିତା ଜିତେନ୍ଦ୍ର ନିଜର ବ୍ୟବସାୟ ଆରମ୍ଭ କରିବା ପାଇଁ ତାଙ୍କୁ ଆର୍ଥିକ ସହାୟତା କରିଥିଲେ । ଏହା ପରେ ସେ ବାଲାଜୀ ଟେଲି ଫିଲ୍ମରେ ନିର୍ମାତା ଭାବେ କାମ ଆରମ୍ଭ କରିଥିଲେ ।

କେତେ ସମ୍ପତ୍ତିର ମାଲିକାଣୀ ଏକତା

ଏକତା କପୁର (Ekta Kapoor) ପ୍ରଡ଼କସନ ହାଉସ ବାଲାଜୀ ପ୍ରଡ଼୍କସନର (Balaji Production) ମୂଲ୍ୟ ପ୍ରାୟ ୪୦୦ କୋଟି ଟଙ୍କା ଅଟେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏକତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ପ୍ରାୟ ୯୫ କୋଟି ଟଙ୍କା ଅଟେ । ଏହା ବ୍ୟତୀତ ତାଙ୍କ ନିକଟରେ ଅନେକ ରିଅଲ୍ ଇଷ୍ଟେଟ୍ ସମ୍ପତ୍ତି ମଧ୍ଯ ରହିଛି ।  

କାହିଁକି ବିବାହ କରିନାହାନ୍ତି ଏକତା

ସୂଚନାଯୋଗ୍ୟ,  ଯେତେବେଳେ ଏକତାଙ୍କ ବିବାହ ନେଇ କଥା ଉଠେ ସେ ସମୟରେ ପିତା ଜିତେନ୍ଦ୍ରଙ୍କ ଏକ ସର୍ତ୍ତକୁ ନେଇ ମଧ୍ଯ ଚର୍ଚ୍ଚା ହୋଇଥାଏ । ଏହା ମଧ୍ୟ କୁହାଯାଏ ଯେ,  ଜିତେନ୍ଦ୍ରଙ୍କ ଏହି ସର୍ତ୍ତ ଲାଗି ଏକତା କପୁର ଆଜି ପର୍ଯ୍ୟନ୍ତ ଅବିବାହିତ ଅଛନ୍ତି। ଏକ ସାକ୍ଷାତକାରରେ ଏକତା କହିଥିଲେ, ଯେ,  'ପାପା କହିଥିଲେ ଯେ ତୁମେ ବିବାହ କର କିମ୍ବା କାମ କର। ମୁଁ କାମ ବାଛିଥିଲି । ମୁଁ ମୋର ଅନେକ ବନ୍ଧୁଙ୍କ ବିବାହ ଓ ଛାଡପତ୍ର ଦେଖିଛି । ବୋଧ ହୁଏ ଏହି କାରଣରୁ ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ଅପେକ୍ଷା କରିଛି ।