Health Tips: ପ୍ରତିଦିନ ଖାଆନ୍ତୁ ଖଜୁରୀ, ଆପଣଙ୍କୁ ଛୁଇଁବନି ଏହି ସବୁ ରୋଗ
Advertisement
Article Detail0/zeeodisha/odisha1454246

Health Tips: ପ୍ରତିଦିନ ଖାଆନ୍ତୁ ଖଜୁରୀ, ଆପଣଙ୍କୁ ଛୁଇଁବନି ଏହି ସବୁ ରୋଗ

Health Tips: ଖଜୁରୀ ଖାଇବା ସ୍ବାସ୍ଥ୍ୟ ପ୍ରତି ବେଶ ଲାଭଦାୟକ ହୋଇଥାଏ । ଖଜୁରୀ ଶରୀରକୁ ଶକ୍ତି ଯୋଗାଇବାରେ ସହାୟକ ହୋଇଥାଏ । ଖଜୁରୀ ଖାଇବା ଦ୍ବାରା ଶରୀରରେ ରକ୍ତର ପରିମାଣ ବଢିବା ସହ ଥକ୍କା ଏବଂ ଦୁର୍ବଳତା ଭଳି ସମସ୍ୟା ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ ।

ସୌଜନ୍ୟ : ସୋସିଆଲ ମିଡିଆ

Health Tips: ଖଜୁରୀ ଖାଇବା ସ୍ବାସ୍ଥ୍ୟ ପ୍ରତି ବେଶ ଲାଭଦାୟକ ହୋଇଥାଏ । ଖଜୁରୀ ଶରୀରକୁ ଶକ୍ତି ଯୋଗାଇବାରେ ସହାୟକ ହୋଇଥାଏ । ଖଜୁରୀ ଖାଇବା ଦ୍ବାରା ଶରୀରରେ ରକ୍ତର ପରିମାଣ ବଢିବା ସହ ଥକ୍କା ଏବଂ ଦୁର୍ବଳତା ଭଳି ସମସ୍ୟା ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ । ଏହା ଫାଇବର ଓ ପୋଟାସିୟମ୍ ଉପାଦାନରେ ଭରପୂର ରହିଛି । ଯାହା ଆମ ଶରୀରକୁ ପ୍ରତିଦିନ କାମ କାର୍ଯ୍ୟ କରିବାକୁ ଶକ୍ତି ଯୋଗାଇ ଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଖଜୁରୀକୁ ପ୍ରତିଦିନ ଖାଇବାକୁ ପରାମର୍ଶ ଦିଅନ୍ତି ।ଖଜୁରୀରେ ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ସହିତ ବହୁ ଭିଟାମିନ୍ ଏବଂ ମିନେରାଲ୍ସ ଭରପୂର ରହିଛି। ଶାରୀରିକ ଦୁର୍ବଳତାକୁ ଦୂର କରିବା ଏବଂ ହଜମ ଏବଂ ସଂକ୍ରମଣର ସମସ୍ୟା ହ୍ରାସ କରିବାରେ ସହାୟକ ହୋଇଥାଏ । ନିୟମିତ ଭାବରେ ଖଜୁରୀ ଖାଇବା ଅଭ୍ୟାସ ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ । 

କେତେ ପରିମାଣରେ ଆଣ୍ଟିଅକ୍ସିଡାଣ୍ଟର ଖଜୁରୀରେ ଥାଏ :

ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଖାଦ୍ୟରେ ଆଣ୍ଟିଅକ୍ସିଡାଣ୍ଟର ପରିମାଣ ବୃଦ୍ଧି କରିବାକୁ କହିଥାନ୍ତି । ଯାହା ଖଜୁରୀରୁ ହିଁ ମିଳିଥାଏ । ଆଣ୍ଟିଅକ୍ସିଡାଣ୍ଟ ଆପଣଙ୍କ କୋଷକୁ ମୁକ୍ତ ରେଡିକାଲରୁ ରକ୍ଷା କରିଥାଏ, ଯାହାଦ୍ୱାରା କର୍କଟ ପରି ଗୁରୁତର ରୋଗ ହେବାର ଆଶଙ୍କା କମିଯାଏ । ଖଜୁରୀ ଗୁଡ଼ିକରେ ଫ୍ଲାଭୋନାଏଡ ପରି ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଥାଏ ।  ଯାହା ଦ୍ବାରା ମଧୁମେହ ହେବାର ଆଶଙ୍କା କମିଯାଏ। ଏକ ରିସର୍ଚ୍ଚ ଅନୁଯାୟୀ, ୧୦୦ ଗ୍ରାମ ଖଜୁରୀ ଖାଇବା ଦ୍ବାରା ଆପଣଙ୍କ ଶରୀରକୁ ୭ ଗ୍ରାମ ଫାଇବର ମିଳିଥାଏ । କୋଷ୍ଠ କାଠିନ୍ୟ ହ୍ରାସ କରିବାରେ ସହାୟତା କରିଥାଏ ଖଜୁରୀ । ଏହା ଆପଣଙ୍କ ହଜମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ଏହା ନିୟମିତ ଅନ୍ତନଳୀ ଗତିକୁ ପ୍ରୋତ୍ସାହିତ କରିଥାଏ, ଯାହାଦ୍ୱାରା ହଜମ ସମ୍ବନ୍ଧୀୟ ଅନେକ ରୋଗର ଆଶଙ୍କା କମିଯାଏ । 

ଶରୀରର ହାଡ ପାଇଁ ଲାଭଦାୟକ ଅଟେ ଖଜୁରୀ :

ଖଜୁରୀ ଗୁଡ଼ିକରେ ଫସଫରସ୍, କ୍ୟାଲସିୟମ୍ ଏବଂ ମ୍ୟାଗ୍ନେସିୟମ୍ ସହିତ ଅନେକ ଖଣିଜ ପଦାର୍ଥ ରହିଥାଏ  । ଯାହା ଅସ୍ଥି ସମ୍ବନ୍ଧୀୟ ରୋଗ ଯେପରିକି ଅସ୍ଥିୋପୋରୋସିସ୍ (osteoporosis) ଭଳି ବିପଦରୁ ରକ୍ଷା କରିବାରେ ସହାୟକ ହୋଇଥାଏ । ଏକ ଅଧ୍ୟୟନରୁ ଜଣାପଡିଛି ଯେ ଖଜୁରୀ ଖାଇବା ଦ୍ୱାରା ହାଡ ମଜବୁତ ମଧ୍ୟ ହୋଇଥାଏ ।  ଯେଉଁମାନେ ଏହାକୁ ନିୟମିତ ଖାଉଛନ୍ତି, ଆର୍ଥ୍ରାଇଟିସ୍ ପରି ବ୍ୟାଧି ହେବାର ଆଶଙ୍କା କମ୍ ଥାଏ ।

ରକ୍ତରେ ଶର୍କରା ନିୟନ୍ତ୍ରଣ କରେ :

ଖଜୁରୀ ସମସ୍ତଙ୍କୁ ଖାଇବାକୁ ଭଲ ଲାଗେ । ପ୍ରାକୃତିକ ମିଠାରେ ମଧ୍ୟ ପରିପୂର୍ଣ୍ଣ । ଏଥିରେ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଅଛି, ଏକ ଅଧ୍ୟୟନରୁ ଜଣା ପଡିଛି ଯେ, ଏଥିରେ ଡାଇବେଟିସ୍ ହେବାର ଆଶଙ୍କା କମାଇପାରେ । ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ଥିବାରୁ  ମଧୁମେହର ଜଟିଳତାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଯଦି ମଧୁମେହ ରୋଗୀ ଏହାକୁ ବ୍ୟବହାର କରୁଛନ୍ତି । ତେବେ, ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।