Drishyam 2: ପୁରୁଣା ରେକର୍ଡ ଭାଙ୍ଗିବ କି 'ଦୃଶ୍ୟମ୍ ୨' ? ରିଲିଜ୍ ପୂର୍ବରୁ ଏତିକି କୋଟି କଲାଣୀ କଲେକସନ୍
Advertisement

Drishyam 2: ପୁରୁଣା ରେକର୍ଡ ଭାଙ୍ଗିବ କି 'ଦୃଶ୍ୟମ୍ ୨' ? ରିଲିଜ୍ ପୂର୍ବରୁ ଏତିକି କୋଟି କଲାଣୀ କଲେକସନ୍

Drishyam 2: ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ 'ଦୃଶ୍ୟମ୍ ୨' ଆସନ୍ତାକାଲି (ନେଭେମ୍ବର ୧୮) ରେ ରିଲିଜ୍ ହେବ । ଫିଲ୍ମକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ବଢିବାରେ ଲାଗିଛି । ଏନେଇ ଆଡଭାନ୍ସ ବୁକିଂ ମଧ୍ୟ ଆରମ୍ଭ ହୋଇ ଯାଇଛି । ଫଲ୍ମଟି ବକ୍ସ ଅଫିସରେ ଧମାଲ ମଚାଇବ ବୋଲି ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି ।

Drishyam 2: ପୁରୁଣା ରେକର୍ଡ ଭାଙ୍ଗିବ କି 'ଦୃଶ୍ୟମ୍ ୨' ? ରିଲିଜ୍ ପୂର୍ବରୁ ଏତିକି କୋଟି କଲାଣୀ କଲେକସନ୍

Drishyam 2: ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ 'ଦୃଶ୍ୟମ୍ ୨' ଆସନ୍ତାକାଲି (ନେଭେମ୍ବର ୧୮) ରେ ରିଲିଜ୍ ହେବ । ଫିଲ୍ମକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ବଢିବାରେ ଲାଗିଛି । ଏନେଇ ଆଡଭାନ୍ସ ବୁକିଂ ମଧ୍ୟ ଆରମ୍ଭ ହୋଇ ଯାଇଛି । ଫଲ୍ମଟି ବକ୍ସ ଅଫିସରେ ଧମାଲ ମଚାଇବ ବୋଲି ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି । କାହିଁକିନା ରିଲିଜ୍ କୁ ଗୋଟିଏ ଦିନ ବାକି ଥିବା ବେଳେ ଆଡଭାନ୍ସ ବୁକିଂ ଖୁବ୍ ଅଧିକ ମାତ୍ରାରେ ଆରମ୍ଭ ହୋଇ ଯାଇଛି । ସଦ୍ୟତମ ସୂଚନା ଅନୁସାରେ, ଫିଲ୍ମଟି ବର୍ତ୍ତମାନ ସୁଧା ୧.୬୮ କୋଟିର ବ୍ୟବସାୟ କରି ସାରିଲାଣୀ । ଆଜି ଦିନକ ମଧ୍ୟରେ ଫିଲ୍ମଟି ୨ କୋଟି ଟଙ୍କା ଛୁଇଁବ ବୋଲି ଆକଳନ କରାଯାଉଛି ।  

ଗତ ମାସ ଅକ୍ଟୋବର ୧୭ରେ ଫିଲ୍ମଟିର ଟ୍ରେଲର ରିଲିଜ୍ ହୋଇଥିଲା । ସସପେନ୍ସ ଭରା ୨ ମିନିଟ୍ ୨୪ ସେକେଣ୍ଡର ଟ୍ରେଲର୍ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି ।  ଟ୍ରେଲର ଦେଖିବା ପରେ ଫିଲ୍ମକୁ ନେଇ ସସପେନ୍ସ ବଢିବାରେ ଲାଗିଛି ।  ପାର୍ଟ ୧ ଅପେକ୍ଷା ପାର୍ଟ ୨ଟି ଅଧିକ ସସପେନ୍ସ ରହିଛି । ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ଆଶା ରଖିଛନ୍ତି ଫିଲ୍ମର ପୁରାଷ୍ଟାର କାଷ୍ଟ ।  ଅଜୟ ଦେବଗନ୍ ବିଜୟ ସାଲଗାଓଁକରଙ୍କ ଭୂମିକାରେ ଅଭିନୟ କରିବା ସହିତ ଏହା ଆରମ୍ଭ ହୋଇଛି, ଯେଉଁଠାରେ ସେ ତବୁଙ୍କ ପୁଅର ଶବକୁ କବର ଦେଇଥିଲେ । ୭ ବର୍ଷ ପୂର୍ବେ ପୋଲିସ ଏହି ମାମଲାରେ ବିଜୟ ସାଲଗାଓଁକରଙ୍କ ପରିବାରକୁ ପଚରାଉଚରା କରୁଛି। କିନ୍ତୁ ଏଥର ବିଜୟ ମାମଲାର ସମ୍ପୂର୍ଣ୍ଣ ଦାୟିତ୍ୱ ଅକ୍ଷୟ ଖାନ୍ନା କାନ୍ଧରେ ଅଛି । ଅକ୍ଷୟ ଖାନ୍ନା ପୋଲିସ ଭୂମିକାରେ ଅଭିନୟ କରିଛନ୍ତି । ଯିଏ ବିଜୟ ସାଲଗାଓଁକରଙ୍କ ଚତୁର ବୁଦ୍ଧିକୁ ମାତ୍‌ ଦେଉଛନ୍ତି । ଆଗାମୀ ସିରିଜ୍‌ରେ 'ଦୃଶ୍ୟମ୍‌ ୨'ରେ ତବୁ ଜଣେ ପୋଲିସ୍ ନୁହେଁ ବରଂ ପୁଅ ପାଇଁ ନ୍ୟାୟ ମାଗୁଥିବା ଜଣେ ମାଆ ପରି ଲଢୁଥିବା ଦେଖିବାକୁ ମିଳିବ । 

ଏହାବି ପଢନ୍ତୁ : Rahul Gandhi: ଭାରତ ଯୋଡ ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସହ ସାମିଲ ହେଲେ ଏହି ଅଭିନେତ୍ରୀ, ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋ

ଏହାବି ପଢନ୍ତୁ : Shraddha Murder Case: ହତ୍ୟାକାରୀକୁ କିଭଳି ମିଳିବ ଦଣ୍ତ ? ,ଫିଲ୍ମ ଅନ୍ଦାଜରେ ରାମ ଗୋପଳ ଭର୍ମା ଦେଲେ ଉଦାହରଣ

ଏହି ଫିଲ୍ମକୁ ଅଭିଷେକ ପାଠକ ନିର୍ଦ୍ଦେଶନା ଦେଇଛନ୍ତି ।  ଚଳଚ୍ଚିତ୍ରର ପ୍ରଥମ ଭାଗର ସଫଳତା ପରଠାରୁ ଦର୍ଶକମାନେ ଏହାର ଦ୍ୱିତୀୟ ଭାଗକୁ ଅପେକ୍ଷା କରିଥିଲେ । କିଛି ଦିନ ପୂର୍ବରୁ ଚଳଚ୍ଚିତ୍ରର ସାଉଥ ଭର୍ସନରେ ପାର୍ଟ-୨ ରିଲିଜ୍‌ ହୋଇଥିଲା । ଏହା ପରେ ପୁଣି ହିନ୍ଦୀ ଭର୍ସନର ଚାହିଦା ବଢିଗଲା। ଏହା ପରେ ଦୃଶ୍ୟମ ପାର୍ଟ ୨ର ସୁଟିଂ ଆରମ୍ଭ ହୋଇଥିଲା। ଫିଲ୍ମରେ ଅଜୟ ଦେବଗନ୍, ତବୁ, ଶ୍ରେୟା ସରନ୍ ,ଅକ୍ଷୟ ଖାନ୍ନା, ଇସିତା ଦତ୍ତ, ମୃଣାଳ ଯାଦବ ଓ ରଜତ କପୁର ନଜର ଆସିବେ ।