Bikini Controversy: ଦୀପିକାଙ୍କ ଯେଉଁ ବିକିନୀକୁ ନେଇ ଏତେ ପାଲା, ଦାମ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
Advertisement
Article Detail0/zeeodisha/odisha1487951

Bikini Controversy: ଦୀପିକାଙ୍କ ଯେଉଁ ବିକିନୀକୁ ନେଇ ଏତେ ପାଲା, ଦାମ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

Bikini Controversy: ଶାହରୁକ୍ ଖାନ୍ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ 'ପଠାନ' । ଏହି ଫିଲ୍ମଟିର ଗୀତ 'ବେସରମ୍ ରଙ୍ଗ...' ଡିସେମ୍ବର ୧୨ରେ ରିଲିଜ୍ ହୋଇଛି । ଗୀତଟି ରିଲିଜ୍ ହେବା ପରଠାରୁ ବିବାଦ ଘେରକୁ ଆସିଛି । ଏହି ଗୀତରେ ଦୀପିକା ପିନ୍ଧିଥିବା ଗେରୁଆ ବିକିନିକୁ ନେଇ ଦେଖାଦେଇଛି ବିବାଦ । ଦୀପିକା ଏହି ଗୀତରେ ପିନ୍ଧିଥିବା ବିକିନି , ସବୁ ଅଶ୍ଲିଳତାର ସୀମା ପାର କରିଛି ବୋଲି ବିଭିନ୍ନ ମହଲରେ ଦାବି କରାଯାଉଛି ।

ସୌଜନ୍ୟ : ସୋସିଆଲ ମିଡିଆ

Bikini Controversy: ଶାହରୁକ୍ ଖାନ୍ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ 'ପଠାନ' । ଏହି ଫିଲ୍ମଟିର ଗୀତ  'ବେସରମ୍ ରଙ୍ଗ...' ଡିସେମ୍ବର ୧୨ରେ ରିଲିଜ୍ ହୋଇଛି । ଗୀତଟି ରିଲିଜ୍ ହେବା ପରଠାରୁ ବିବାଦ ଘେରକୁ ଆସିଛି । ଏହି ଗୀତରେ ଦୀପିକା ପିନ୍ଧିଥିବା ଗେରୁଆ ବିକିନିକୁ ନେଇ ଦେଖାଦେଇଛି ବିବାଦ । ଦୀପିକା ଏହି ଗୀତରେ ପିନ୍ଧିଥିବା ବିକିନି , ସବୁ ଅଶ୍ଲିଳତାର ସୀମା ପାର କରିଛି ବୋଲି ବିଭିନ୍ନ ମହଲରେ ଦାବି କରାଯାଉଛି । କାହିଁକିନା ଏହା ଗେରୁଆଧାରୀ ସାଧୁସନ୍ଥଙ୍କ ପାଇଁ ଭାବନାକୁ ଆଘାତ ଦେଇଛି ।  ହିନ୍ଦୁ ମହାସଭାର ଭୀର ଶିବାଜୀ ସମୁହ ମଧ୍ୟ ଦୀପିକାଙ୍କ ଡ୍ରେସକୋଡକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ବିଶ୍ୱ ହିନ୍ଦୁ ପରିଷଦ ଦୀପିକା ପାଦୁକୋନଙ୍କ ଏଭଳି ହରକତକୁ ଘୋର ବିରୋଧ କରିଛି।  ବିଶ୍ୱ ହିନ୍ଦୁ ପରିଷଦ ସର୍ବସାଧାରଣରେ କହିଛନ୍ତି ଯେ ହିନ୍ଦୁ ସମାଜରେ ଏଭଳି ଚଳଚ୍ଚିତ୍ର କେବେ ଗ୍ରହଣ କରାଯିବ ନାହିଁ। ଏଭଳି ପରିସ୍ଥିତିରେ ଗୀତଟିରେ ଥିବା କିଛି ବିବାଦୀ ସିନକୁ କାଟିବା ପାଇଁ ପରିଷଦ ଫିଲ୍ମ ମେକରଙ୍କୁ ନିର୍ଦ୍ଦେଶ ଦେଇଛି। ତେବେ, ସବୁଠାରୁ ବଡ କଥା ହେଉଛି, ଯେଉଁ ବିକିନି ପାଇଁ ଏହି ବିବାଦ ଆରମ୍ଭ ହୋଇଛି ସେହି ବିକିନିର ଦାମ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । 

'ପଠାନ'ର ପ୍ରଥମ ଗୀତ 'ବେସରାମ ରଙ୍ଗ'... ରିଲିଜ୍ ହୋଇଛି । ଏହି ମ୍ୟୁଜିକ୍ ଭିଡିଓରେ ଦୀପିକାଙ୍କୁ ସିଜଲିଂ ଅବତାରରେ ଦେଖିବାକୁ ମିଳିଛି । ଦୀପିକା ଏହି ଗୀତରେ ଏକ ଗୋଲଡେନ କର୍ଲର ସୁଇମିଙ୍ଗ ସୁଟ୍ ପିନ୍ଧିଥିବା ଦେଖିବାକୁ ମିଳିଛି । ଦୀପିକା ପାଦୁକୋନ ଏବଂ ଶାହରୁଖ ଖାନଙ୍କ ଷ୍ଟାଇଲିଷ୍ଟ ଲୁକର କିଛି ଫଟୋକୁ ଶାଲିନା ନାଥାନି (Shaleena Nathani ) ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ତେବେ, ଦୀପିକା ଏହି ଗୀତରେ ପିନ୍ଧିଥିବା ସୁଇମିଙ୍ଗ ସୁଟରେ ଅଧିକ ହଟ ଦିଶୁଛନ୍ତୁ । ଯାହା ଫ୍ୟାନ୍ସଙ୍କ ହୋସ ଉଡାଇ ଦେଉଛି । ଦୀପିକା ଏହି ଗୋଲଡେନ କଲର ସୁଇମିଂ ସୁଟ ସହ ହାଲକା ମେକଅପ ମଧ୍ୟ ନେଇଛନ୍ତି । ତେବେ, ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ଦୀପିକା ପିନ୍ଧିଥିବା ଏହି କଷ୍ଟ୍ୟୁମକୁ  ନର୍ମା କମଲି (designer Norma Kamali) ଡିଜାଇନ୍ କରିଛନ୍ତି ।  ଏହି ଗୋଲ୍ଡ କର୍ଲରର  ସୁଇମିଂ ସୁଟର ନର୍ମା କମଲି ୱେବସାଇଟରେ ଉପଲବ୍ଧ । ତେବେ, ଏହି ସୁଇମିଙ୍ଗ ସୁଟର ଦାମ ରହିଛି ₹ 12002.72 (USD 145) । 

ଏହାବି ପଢନ୍ତୁ : IT raid in South Industry: ପୁଷ୍ପା ନିର୍ଦ୍ଦେଶକଙ୍କ ଘରେ ଆଇଟି ରେଡ୍

ଏହାପୂର୍ବରୁ ଦୀପିକା ଇନଷ୍ଟାଗ୍ରାମରେ 'ବେସରାମ ରଙ୍ଗ...' ଗୀତ ସୁଟ୍ ସମୟ କିଛି ଫଟୋ ନିଜ ଇନଷ୍ଟାରେ ସେୟାର କରିଥିଲେ । ଏଥିରେ ଦୀପିକା ଏକ ୟେଲୋ କର୍ଲର ବିକିନି ପିନ୍ଧିଥିବା ଦେଖିବାକୁ ମିଳିଥିଲା। ତେବେ, ଆମେ ଆପଣଙ୍କୁ ଏଠାରେ କହି ରଖିବୁ ଯେ, ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ବ୍ୟତୀତ ଜନ୍ ଅବ୍ରହାମ ମଧ୍ୟ 'ପଠାନ'ରେ ଅଛନ୍ତି। 'ପଠାନ' ଆସନ୍ତା ବର୍ଷ ଜାନୁଆରୀ ୨୫ରେ ରିଲିଜ୍ ହେବ । ଏହି ଫିଲ୍ମଟି ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବାକୁ ଯାଉଛି।