Deepika Padukone Hospitalised: ଡାକ୍ତରଖାନାରେ ଦିପିକା, ଆସିଲା ନୂଆ ଅପଡେଟ
Advertisement
Article Detail0/zeeodisha/odisha1371082

Deepika Padukone Hospitalised: ଡାକ୍ତରଖାନାରେ ଦିପିକା, ଆସିଲା ନୂଆ ଅପଡେଟ

ସୋମବାର ରାତିରେ ଦୀପିକା ନର୍ଭସ ଏବଂ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ନେଇ ସେ ଅଭିଯୋଗ କରିଥିଲେ। ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କର ସ୍ୱାସ୍ଥ୍ୟକୁ ନେଇ ଡାକ୍ତରୀ ଟିମ ନୂଆ ଅପଡେଟ ଜାରି କରିଛନ୍ତି। 

Deepika Padukone Hospitalised: ଡାକ୍ତରଖାନାରେ ଦିପିକା, ଆସିଲା ନୂଆ ଅପଡେଟ

Deepika Padukone Hospitalised:  ମୁମ୍ବାଇ: ବଲିଉଡ଼ର (Bollywood) ଚୁଲବୁଲ ନାୟିକା (Actress) ଦୀପିକା ପାଦୁକୋନଙ୍କୁ (Deepika Padukone) ସୋମବାର ବିଳମ୍ବିତ ରାତିରେ ହସ୍ପିଟାଲରେ (Sopital) ଭର୍ତ୍ତି କରାଯାଇଛି। ଅସ୍ତବ୍ୟସ୍ତ ତଥା ଶାରିରୀକ ଅସୁସ୍ଥତା (Illness) କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରଯାଇଥିବା ଜଣାପଡ଼ିଛି। ସୋମବାର ରାତିରେ ଦୀପିକା ନର୍ଭସ ଏବଂ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ନେଇ ସେ ଅଭିଯୋଗ କରିଥିଲେ। ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କର ସ୍ୱାସ୍ଥ୍ୟକୁ ନେଇ ଡାକ୍ତରୀ ଟିମ ନୂଆ ଅପଡେଟ ଜାରି କରିଛନ୍ତି। 

ସୂଚନା ମୁତାବକ ଚିକିତ୍ସା ସମୟରେ ତାଙ୍କର (ଦୀପିକା ପାଦୁକୋନ) ସମସ୍ତ ଟେଷ୍ଟ କରାଯାଇଥିଲା। ଏଥିପାଇଁ ପୁରା ଦିନ ସମୟ ଲାଗିଥିଲା। ଯଦିଓ ଏନେଇ ଡାକ୍ତରୀ ଟିମ କୌଣସି ରିପୋର୍ଟକୁ ସାର୍ବଜନୀନ କରିନାହିଁ। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଯଦିଓ ଡାକ୍ତରୀ ଟିମ କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରିନଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଭଲ ଥିବା ବିଭିନ୍ନ ମାହୋଲରେ ଆଲୋଚନା ହେଉଛି। 

ଏଠାରେ କହି ରଖୁକି କିଛି ମାସ ପୂର୍ବରୁ ହାଇଦ୍ରାବାଦରେ ମଧ୍ୟରେ ଦୀପିକାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ତାଙ୍କର ହୃଦସ୍ପନ୍ଦନ ବଢିଯାଇଥିବା କାରଣରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ରହିଛି। ଗତ ଜୁନ ମାସ ୧୬ ତାରିଖରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ସମୟରେ ସେ 'ପ୍ରୋଜେକ୍ଟ କେ'ର ସୁଟିଂ ସେଟରେ ରହିଥିଲି। 

ପାଦୁକୋନଙ୍କୁ କାମିନେନି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରୀଟିମ ତାଙ୍କର ଅନେକ ପରୀକ୍ଷାନୀରିକ୍ଷା କରିଥିଲେ। ପ୍ରାରମ୍ଭିକ ରିପୋର୍ଟରେ ଡାକ୍ତରମାନେ କରିଥିଲେ କି  ଅଭିନେତ୍ରୀ ଦୀପିକା ପାଦୁକୋନ ଗ୍ୟାସ ସମସ୍ୟା ସମ୍ପର୍କରେ ଅବଗତ କରିବା ପରେ ତାଙ୍କୁ ଆଡମିଶନ କରାଯାଇଥିଲା। ଚିକିତ୍ସା ପାଇବା ପରେ ଅଭିନେତ୍ରୀ ଅମିତାଭ ବଚ୍ଚନ ଏବଂ ପ୍ରଭାସଙ୍କ ସହ ସୁଟିଂ ଆରମ୍ଭ କରିଥିଲେ।

ପାଦୁକୋନ ‘ପ୍ରୋଜେକ୍ଟ କେ’ ସହିତ ତେଲୁଗୁ ସିନେମାରେ ପଦାର୍ପଣ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ବିଗ୍ ବି ଫିଲ୍ମର ମୁହୁରତରେ ନଜର ଆସିଥିଲେ। ପ୍ରାୟ ୫୦୦ କୋଟି ଟଙ୍କା ବଜେଟରେ ‘ପ୍ରୋଜେକ୍ଟ କେ’ ପ୍ରସ୍ତୁତ କରାଯାଉଥିବା ଜଣାଯାଇଛି।

ଅଧିକ ପଢନ୍ତୁ: ମା ଚନ୍ଦ୍ରଘଣ୍ଟାଙ୍କ ନିକଟରେ ଲଗାନ୍ତୁ ସାବୁଦାନାର ପ୍ରସାଦ, ପୂରଣ ହେବ ସମସ୍ତ ମନୋସ୍କାମନା

ଅଧିକ ପଢନ୍ତୁ: Rajasthan Political Crisis: ରାଜସ୍ଥାନର କ୍ଷମତା ଲଢ଼େଇରେ ସଚିନ ପାଇଲଟଙ୍କ ଠାରୁ ହାରିଗଲେ ଅଶୋକ ଗେହଲୋତ!

ଅଧିକ ପଢନ୍ତୁ: Peanut Side Effects: ଚିନାବାଦାମ ଖାଇବା ଆପଣଙ୍କ ପାଇଁ ଲାଭଦାୟକ ନା କ୍ଷତିକାରକ? ଜାଣନ୍ତୁ ଶରୀର ଉପରେ କ'ଣ ପଡ଼ିଥାଏ ପ୍ରଭାବ