Dalljiet kaur: ବିବାହକୁ ବର୍ଷେ ନପୁରୁଣ ଦ୍ବିତୀୟ ସ୍ବାମୀଙ୍କଠାରୁ ଅଲଗା ହେଲେ ଅଭିନେତ୍ରୀ ଦଲଜିତ୍ କୌର!
Advertisement
Article Detail0/zeeodisha/odisha2103300

Dalljiet kaur: ବିବାହକୁ ବର୍ଷେ ନପୁରୁଣ ଦ୍ବିତୀୟ ସ୍ବାମୀଙ୍କଠାରୁ ଅଲଗା ହେଲେ ଅଭିନେତ୍ରୀ ଦଲଜିତ୍ କୌର!

Dalljiet kaur: ଦ୍ବିତୀୟ ସ୍ବାମୀଙ୍କଠାରୁ ଅଲଗା ହେବେ ଟେଲିଭିଜନର ପପୁଲାର ଅଭିନେତ୍ରୀ ଦଲଜିତ୍ କୌର । ପ୍ରଥମ ସ୍ବାମୀ ଶାଲିନ୍ ଭାନୋଟଙ୍କ ସହ ଛାଡ଼ପତ୍ର ପରେ ବ୍ୟବସାୟୀ ନିଖିଲ ପଟେଲଙ୍କୁ ଦ୍ବିତୀୟ ବିବାହ କରିଥିଲେ ଅଭିନେତ୍ରୀ । ବାହାଘର ପରେ ସେ କେନିଆରେ ରହୁଥିଲେ ।

ସୌଜନ୍ୟ-ସୋସିଆଲ ମିଡିଆ

ଖବର ଅନୁଯାୟୀ, ପ୍ରଥମ ବିବାହ ବାର୍ଷିକୀ ନଆସୁଣୁ ଅଭିନେତ୍ରୀ ଦଲଜିତ୍ ସ୍ବାମୀ ନିଖିଲଙ୍କଠାରୁ ଅଲଗା ହୋଇଥିବା ନେଇ ଚର୍ଚ୍ଚା ଜୋରଧରିଛି । ତେବେ ଦଲଜିତଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ହିଁ ପ୍ରଶଂସକଙ୍କୁ ଏନେଇ ଆଭାସ ମିଳିଛି। ବାସ୍ତବରେ, ନିକଟରେ ଅଭିନେତ୍ରୀ ନିଜ ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ନିଖିଲଙ୍କ ସମସ୍ତ ଫଟୋ ଓ ଭିଡ଼ିଓ ଡିଲିଟ୍ କରିଦେଇଛନ୍ତି । ଆକାଉଣ୍ଟରେ ତାଙ୍କ ବିବାହ ଫଟୋ ଥିଲେ ସୁଦ୍ଧା ଦଲଜିତ୍ ନିଖିଲଙ୍କ ଓ ତାଙ୍କ ଝିଅଙ୍କ ସହ ଅପଲୋଡ଼ ହୋଇଥିବା ସମସ୍ତ ଫଟୋ ଡିଲିଟ୍ କରିଦେଇଛନ୍ତି । ଖାଲି ଏତିକି ନୁହେଁ, ବିବାହ ପରେ ଦଲଜିତ୍ ନିଜ ନାଁ ପରିବର୍ତ୍ତନ କରି ଦଲଜିତ କୌର ପଟେଲ ରଖିଥିଲେ । କିନ୍ତୁ ବର୍ତ୍ତମାନ ସେ ନିଜ ଇନଣ୍ଟଗ୍ରାମ ଆକାଉଣ୍ଟରୁ ନିଖିଲଙ୍କ ଉପନାମକୁ ହଟାଇ ଦେଇଥିବା ଦେଖିବାକୁ ମିଳିବ । ଏବେ ତାଙ୍କ ଇନଷ୍ଟା ଆକାଉଣ୍ଟରେ କେବଳ ତାଙ୍କର ଫିଟନେସ୍ ଓ ପୁଅଙ୍କ ଭିଡ଼ିଓ ରହିଛି ।

ପ୍ରକାଶ ଥାଉ କି, ଲଜିତ୍ ପୂର୍ବରୁ ଶାଲିନ୍ ଭାନୋଟଙ୍କୁ ବିବାହ କରିଥିଲେ । ତାଙ୍କର ଜୟଡ଼େନ୍ ନାମକ ଜଣେ ପୁଅ ଅଛନ୍ତି । ଶାଲିନ୍‌ଙ୍କୁ ଛାଡ଼ପତ୍ର ଦେବା ପରେ ଦଲଜିତ ୨୦୨୩ ମାର୍ଚ୍ଚ ୧୮ ତାରିଖରେ ନିଖିଲଙ୍କୁ ଦ୍ବିତୀୟ ବିବାହ କରିଥିଲେ । ନିଖିଲ ମଧ୍ୟ ଦଲଜିତ୍‌ଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ନିଖିଲଙ୍କର ପୂର୍ବରୁ ଦୁଇ ଝିଅ ଅଛନ୍ତି । ବିବାହ ପରେ ନିଖିଲ, ତାଙ୍କ ଦୁଇ ଝିଅ, ଦଲଜିତ ଓ ତାଙ୍କ ପୁଅ କେନିଆରେ ରହିଆସୁଥିଲେ ।