ପୁଣି ବିବାଦରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ବାଦାମବାଡି ଥାନାରେ ଏତଲା
Advertisement
Article Detail0/zeeodisha/odisha2121580

ପୁଣି ବିବାଦରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ବାଦାମବାଡି ଥାନାରେ ଏତଲା

Ollywood News: ଗୀତିକାର ପ୍ରମୋଦ ପରିଡାଙ୍କୁ ହ୍ୟୁମାନଙ୍କ ମ୍ୟାନେଜର ସାଗର ବେହେରା ଏବଂ କିଛି ଅନ୍ୟ ବ୍ୟକ୍ତି ମିଶି ମାଡ ମାରିଥିବା ଅଭିଯୋଗ ହୋଇଛି । ଏନେଇ କଟକ ବାଦମବାଡି ଥାନାରେ ଏତଲା ଦାୟର କରିଛନ୍ତି ପ୍ରମୋଦ ।

ପୁଣି ବିବାଦରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ବାଦାମବାଡି ଥାନାରେ ଏତଲା

Ollywood News: ଦୀର୍ଘଦିନର ବ୍ୟବଧାନ ପରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ନେଇ ପୁଣି ସରଗରମ ହୋଇଛି ଆଲୋଚନା । ଗୀତିକାର ପ୍ରମୋଦ ପରିଡାଙ୍କୁ ହ୍ୟୁମାନଙ୍କ ମ୍ୟାନେଜର ସାଗର ବେହେରା ଏବଂ କିଛି ଅନ୍ୟ ବ୍ୟକ୍ତି ମିଶି ମାଡ ମାରିଥିବା ଅଭିଯୋଗ ହୋଇଛି । ଏନେଇ କଟକ ବାଦମବାଡି ଥାନାରେ ଏତଲା ଦାୟର କରିଛନ୍ତି ପ୍ରମୋଦ ।

ପ୍ରମୋଦଙ୍କ କହିବାନୁଯାୟୀ, ସେ ରହୁଥିବା ପଲାମଣ୍ଡପ ସ୍ଥିତ ଭଡା ଘରେ ହ୍ୟୁମାନଙ୍କ ମ୍ୟାନେଜର ସାଗର ବେହେରା ଜଣେ ଅଜଣା ବ୍ୟକ୍ତିଙ୍କୁ ଧରି ପହଞ୍ଚିଥିଲେ । ହ୍ୟୁମାନଙ୍କ ନାମରେ ସୋସିଆଲ୍ ମିଡିଆରେ କାହିଁକି ଇଆଡୁ ସିଆଡୁ ଲେଖୁଛ ବୋଲି କହି ମାଡ ମାରିଥିଲେ । ମାଡରେ ପ୍ରମୋଦଙ୍କ ମୁଣ୍ଡ ଆଘାତ ଲାଗିଥିବା ଜଣାପଡିଛି । ଏଥିସହ ହ୍ୟୁମାନଙ୍କ ମ୍ୟାନେଜର ପ୍ରମୋଦଙ୍କୁ ଏହା ଧମକ ଦେଇଛନ୍ତି ଯେ, ଯଦି ଆଗକୁ ହ୍ୟୁମାନଙ୍କ ନାମରେ କିଛି ଲେଖ ତେବେ ଜୀବନରୁ ମାରିଦେବୁ । ଘଟଣା ସମ୍ପର୍କରେ ବାଦମବାଡି ଥାନାରେ ଅଭିଯୋଗ ହେବା ପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣାରେ କଣ୍ଠଶିଳ୍ପୀ ହ୍ୟୁମାନଙ୍କର ଭୂମିକା କଣ ରହିଛି ସେନେଇ ସ୍ପଷ୍ଟ ହୋଇନଥିବା ସ,ମୟରେ ଏନେଇ ହ୍ୟୁମାନ ସାଗରଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Also Read- ନବୀନ ନିବାସ ଘେରିବା ପାଇଁ ଯିବା ସମୟରେ ଧସ୍ତାଧସ୍ତି

Also Read- Grah Gochar 2024: ଏହି ୬ଟି ରାଶି ପାଇଁ ମାର୍ଚ୍ଚ ମାସ ଖୁବ୍ ଖାସ୍, ୫ ଗ୍ରହଙ୍କ ଚଳନରୁ ମିଳିବ ଲାଭ