Bollywood News: ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଇତିହାସ ରଚିଲେ ଶାହାରୁଖ, ବର୍ଷକରେ ୨୫୦୦ କୋଟି ରୋଜଗାର
Advertisement
Article Detail0/zeeodisha/odisha2037606

Bollywood News: ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଇତିହାସ ରଚିଲେ ଶାହାରୁଖ, ବର୍ଷକରେ ୨୫୦୦ କୋଟି ରୋଜଗାର

Bollywood News: ଶାହାରୁଖ ଖାନ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ପ୍ରଥମ ବର୍ଷରେ ୨୫୦୦ କୋଟି ଟଙ୍କା ରୋଜଗାର କରିଥିବା ପ୍ରଥମ ଅଭିନେତା ହୋଇଛନ୍ତି।

Bollywood News: ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଇତିହାସ ରଚିଲେ ଶାହାରୁଖ, ବର୍ଷକରେ ୨୫୦୦ କୋଟି ରୋଜଗାର

Bollywood News: ୨୦୨୩ ମସିହାରେ ଅନେକ ରେକର୍ଡ ଭାଙ୍ଗିଛି, ଯେଉଁଥିରେ ଜଣେ ସୁପରଷ୍ଟାରଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି । ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି କିଙ୍ଗ ଖାନ ଅର୍ଥାତ ସୁପରଷ୍ଟାର ଶାହାରୁଖ ଖାନ (superstar Shah Rukh Khan), ଯିଏ କି ଚଳିତ ବର୍ଷ ଗୋଟିଏ ନୁହେଁ ତିନୋଟି ବ୍ଲକବଷ୍ଟର ଫିଲ୍ମ୍ ଦେଇଛନ୍ତି, ଯାହା କେବଳ ଦର୍ଶକଙ୍କ ହୃଦୟ ନୁହେଁ ବକ୍ସ ଅଫିସରେ ମଧ୍ୟ ରାଜ୍ କରିଛି। ଏହି କାରଣରୁ, ଶାହାରୁଖ ଖାନ ପ୍ରଥମ ଅଭିନେତା ଭାବେ ଏକ ବର୍ଷ ମଧ୍ୟରେ ମୋଟ ୨୫୦୦ କୋଟି ଟଙ୍କା ଆୟ କରି ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି (Indian film industry)ରେ ତାଙ୍କ ନାମ ରେକର୍ଡ କରିଛନ୍ତି।

ଦୀର୍ଘ ପାଞ୍ଚ ବର୍ଷ ପରେ ୨୦୨୩ ମସିହାରେ, ଶାହାରୁଖ ଖାନ ପୁଣି ନିଜ ଫର୍ମ ସହ କମବ୍ୟାକ କରିଥିଲେ ଏବଂ 'ପଠାନ' ଏବଂ 'ଯୱାନ' ପରି ହିଟ୍ ଫିଲ୍ମ୍ ଦର୍ଶକଙ୍କୁ ଭେଟି ଦେଇଥିଲେ। ସେହିପରି ଡଙ୍କି ମଧ୍ୟ ବକ୍ସ ଅଫିସରେ ଭଲ କଲେକ୍ସନ୍ କରୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ଟ୍ରେଡ ବିଶ୍ଳେଷକ ରମେଶ ୱାଲା ଟ୍ୱିଟରରେ ସୂଚନା ଦେଇଛନ୍ତି ଯେ, ଶାହାରୁଖ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ପ୍ରଥମ ଅଭିନେତା ହୋଇପାରିଛନ୍ତି ଯିଏକି ବର୍ଷକୁ ୨୫୦୦ କୋଟି ଆୟ କରିଛନ୍ତି।

Post- 

ସୂଚନାନୁସାରେ, 'ଜିରୋ' ଫିଲ୍ମ୍ ପରେ ଶାହାରୁଖ ଖାନ ୨୦୨୩ ମସିହାରେ 'ପଠାନ' ସହ ପ୍ରତ୍ୟାବର୍ତ୍ତନ କରିଥିଲେ, ଯାହା ବିଶ୍ବ ବକ୍ସ ଅଫିସରେ ୧୦୦୦ କୋଟି ଟଙ୍କା ରୋଜଗାର କରିଥିଲା। ଏହା ପରେ ଜବାନ୍ ଆସିଥିଲା, ଯାହା ସାରା ବିଶ୍ୱରେ ୧୧୦୦ କୋଟିର ବ୍ୟବସାୟ ହାସଲ କରିଥିଲା । ଆଉ ଏବେ ଡଙ୍କି ବକ୍ସ ଅଫିସରେ ୩୦୦ କୋଟିରୁ ଅଧିକ ଆୟ କରିଛି ।

Also Read- Top 10 News Headlines: ସଂକ୍ଷେପରେ ପଢି ନିଅନ୍ତୁ ବର୍ତ୍ତମାନର ଗୁରୁତ୍ତ୍ୱପୂର୍ଣ୍ଣ ଖବର

Also Read- ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ମନ ଉଛନ୍ନ, ପାଦରେ ଚାଲି ଚାଲି ଗଞ୍ଜାମରୁ ଅଯୋଧ୍ୟା ଯାତ୍ରା