୨ ପତ୍ନୀ ଥିବା ୟୁଟ୍ୟୁବର୍ ଅରମାନ ମଲିକଙ୍କ ଉପରେ ରାଗିପାଚି ଲାଲା ହେଲେ ବଲିଉଡ ଗାୟକ Armaan Malik, କହିଲେ-ଘୃଣା ଆସୁଛି
Advertisement

୨ ପତ୍ନୀ ଥିବା ୟୁଟ୍ୟୁବର୍ ଅରମାନ ମଲିକଙ୍କ ଉପରେ ରାଗିପାଚି ଲାଲା ହେଲେ ବଲିଉଡ ଗାୟକ Armaan Malik, କହିଲେ-ଘୃଣା ଆସୁଛି

Singer Armaan Malik Angry On youtuber Armaan Malik: ଗୁଗୁଲରେ ଆପଣ ଅରମାନ ମଲିକଙ୍କୁ ସର୍ଚ୍ଚ କଲେ ମଧ୍ୟ ଗାୟକଙ୍କା ନାମ ପରିବର୍ତ୍ତେ ସେହି ୟୁଟ୍ୟୁବର୍ ତଥା ତଥାକଥିତ ଇନଫ୍ଲୁଏନ୍ସର ଅରମାନ ମଲିକଙ୍କ ନାମ ସାମ୍ନାକୁ ଆସେ, ଯିଏ ୨-୨ ଜଣ ପତ୍ନୀଙ୍କୁ ନେଇ ଘୁରି ବୁଲନ୍ତି । ବର୍ତ୍ତମାନ ୟୁଟ୍ୟୁବର ଅରମାନ ମଲିକଙ୍କ ଉଭୟ ପତ୍ନୀ ଗର୍ଭବତୀ ଅଛନ୍ତି । ବଲିଉଡ ଗାୟକ ଅରମାନ ମଲିକ ବର୍ତ୍ତମାନ ପ୍ରଥମ ଥର ପାଇଁ ଏହି ଅରମାନ ମଲିକ ଉପରେ କ୍ରୋଧ ପ୍ରକାଶ କରିଛନ୍ତି ।

୨ ପତ୍ନୀ ଥିବା ୟୁଟ୍ୟୁବର୍ ଅରମାନ ମଲିକଙ୍କ ଉପରେ ରାଗିପାଚି ଲାଲା ହେଲେ ବଲିଉଡ ଗାୟକ Armaan Malik, କହିଲେ-ଘୃଣା ଆସୁଛି

Armaan Malik News: ପୂର୍ବେ ଯେତେବେଳେ ଆପଣ ଅରମାନ ମଲିକ (Armaan Malik) ଙ୍କ ନାମ ଶୁଣୁଥିଲେ ତ ସେତେବେଳେ ବଲିଉଡ ଗାୟକ (Bollywood Singer) ଅରମାନ ମଲିକ (Armaan Malik) ଙ୍କ ନାମ ମନକୁ ଆସୁଥିଲା । କିନ୍ତୁ ବର୍ତ୍ତମାନ ଗୁଗୁଲ (Google) ରେ ଆପଣ ଅରମାନ ମଲିକଙ୍କୁ ସର୍ଚ୍ଚ କଲେ ମଧ୍ୟ ଗାୟକଙ୍କା ନାମ ପରିବର୍ତ୍ତେ ସେହି ୟୁଟ୍ୟୁବର୍ ତଥା ତଥାକଥିତ ଇନଫ୍ଲୁଏନ୍ସର ଅରମାନ ମଲିକ (Youtuber Armaan Malik) ଙ୍କ ନାମ ସାମ୍ନାକୁ ଆସେ, ଯିଏ ୨-୨ ଜଣ ପତ୍ନୀଙ୍କୁ ନେଇ ଘୁରି ବୁଲନ୍ତି । ବର୍ତ୍ତମାନ ୟୁଟ୍ୟୁବର ଅରମାନ ମଲିକଙ୍କ ଉଭୟ ପତ୍ନୀ (Youtuber Armaan Malik Wife) ଗର୍ଭବତୀ ଅଛନ୍ତି । ବଲିଉଡ ଗାୟକ ଅରମାନ ମଲିକ ବର୍ତ୍ତମାନ ପ୍ରଥମ ଥର ପାଇଁ ଏହି ଅରମାନ ମଲିକ ଉପରେ କ୍ରୋଧ ପ୍ରକାଶ କରିଛନ୍ତି ।

ବଲିଉଡ ଗାୟକ (Bollywood Singer) ଅରମାନ ମଲିକ (Armaan Malik) ଏକ ମିଡିଆ ଟ୍ୱିଟକୁ କୋଟ୍ କରି ଲେଖିଛନ୍ତି ଯେ, "ତାଙ୍କୁ ଅରମାନ ମଲିକ (Youtuber Armaan Malik) ବୋଲି କହିବା ବନ୍ଦ କରନ୍ତୁ, ତାଙ୍କର ପ୍ରକୃତ ନାମ ସନ୍ଦୀପ । ଭଗବାନଙ୍କ ପାଇଁ ଏହା ବହୁତ ହୋଇସାରିଛି ମୋ ନାମର ଅପବ୍ୟବହାର । କ୍ରୋଧ ହେଲା ସକାଳେ ଉଠିବା ପରେ ମୁଁ ଏହିପରି ଆର୍ଟିକାଲ ପଢ଼ି...ଓ ଖବର ପଢ଼ି ଏବଂ ଘୃଣା ଆସୁଛି ।"

ସେପଟେ ବଲିଉଡ ଗାୟକ (Bollywood Singer) ଅରମାନ ମଲିକ (Armaan Malik) ଙ୍କୁ ତାଙ୍କ ଫ୍ୟାନ୍ସ ସପୋର୍ଟ କରିଛନ୍ତି ଓ ଏହି ଟ୍ୱିଟର ଜବାବ ଦେଇ ଇନଫ୍ଲୁଏନ୍ସର ଅରମାନ ମଲିକଙ୍କୁ ଟ୍ରୋଲ କରିଛନ୍ତି । ଲୋକମାନେ କହିଛନ୍ତି ଯେ,  ଯେତେବେଳେ ବି ସେମାନେ ସେମାନଙ୍କର ପ୍ରିୟ ଗାୟକ ବିଷୟରେ ସର୍ଚ୍ଚ କରିବାକୁ ଚେଷ୍ଟା କରନ୍ତି, ଏହି ଅରମାନ ମଲିକ ସମ୍ବନ୍ଧୀୟ ଖବର ଆସିବା ଆରମ୍ଭ କରେ ।

ଏହା ବି ପଢ଼ନ୍ତୁ-ଯିଏ ଥିଲେ କେବେ ବାନ୍ଧବୀ ସେ ଏମିତି ହେଲେ ସଉତୁଣୀ…ୟୁଟ୍ୟୁବର୍ ଅରମାନ୍ ମଲିକଙ୍କ ଧୋକା ଯୋଗୁଁ ଭାଙ୍ଗି ପଡ଼ିଥିଲେ ପ୍ରଥମ ପତ୍ନୀ

ଏହା ବି ପଢ଼ନ୍ତୁ-ଦୁଇ ଗର୍ଭବତୀ ପତ୍ନୀ ଥିବା ସତ୍ତ୍ୱେ ତୃତୀୟ ବିବାହ କରି ଘରକୁ ଆସିଲେ ପ୍ରସିଦ୍ଧ ୟୁଟ୍ୟୁବର୍; ସଉତୁଣୀ ଉପରେ ରାଗି ଚପଲରେ...

ଏହା ବି ପଢ଼ନ୍ତୁ-ନିଜ ପତ୍ନିଙ୍କ ବାନ୍ଧବୀଙ୍କ ପ୍ରେମରେ ପଡ଼ିଲେ ୟୁଟ୍ୟୁବର୍ ଅରମାନ୍ ମଲିକ, ପ୍ରଥମ ପତ୍ନୀ ଆତ୍ମହତ୍ୟା କରିବାକୁ କଲେ ପ୍ରୟାସ; ଜାଣନ୍ତୁ କେମିତି ବଦଳିଲା ଭାଗ୍ୟ​

ସୂଚନାଯୋଗ୍ୟ, ୟୁଟ୍ୟୁବର ଅରମାନ ମଲିକ (Armaan Malik) ଙ୍କ ପ୍ରକୃତ ନାମ ହେଉଛି ସନ୍ଦୀପ (Sandeep), ଯିଏ ପୂର୍ବରୁ ଟିକଟୋକର ଥିଲେ । ଅରମାନ ମଲିକ ପାୟଲଙ୍କୁ ବିବାହ କରିଛନ୍ତି ଓ ତାଙ୍କର ଏକ ପୁତ୍ର ସନ୍ତାନ ଅଛନ୍ତି । ପରେ ସେ ତାଙ୍କ ପତ୍ନୀଙ୍କ ବାନ୍ଧବୀ କୃତିକାଙ୍କ ପ୍ରେମରେ ପଡ଼ିଥିଲେ । ଅରମାନ ମଲିକ ଇସଲାମ ଧର୍ମ ଗ୍ରହଣ କରି ଦ୍ୱିତୀୟ ଥର ପାଇଁ କୃତିକାଙ୍କୁ ବିବାହ କରି ନିଜକୁ ଅରମାନ ମଲିକ ନାମ ଦେଇଛନ୍ତି । ସମ୍ପ୍ରତି ଉଭୟ ଅରମାନର ପତ୍ନୀ ଗର୍ଭବତୀ ଅଛନ୍ତି ଓ ତାଙ୍କର ପ୍ରଥମ ପତ୍ନୀ ପାୟଲ ଯାଆଁଳା ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି । ନିକଟ ଅତୀତରେ ପାୟଲ ଓ କୃତିକାଙ୍କ ଗୋଦ୍ ଭରାଇ ହୋଇଛି ।