Animal: ରିଲିଜର ୨ ଦିନ ପରେ ଏତିକି କୋଟିରେ ପହଁଞ୍ଚିଲା ‘ଆନିମଲ’ର ବକ୍ସ ଅଫିସ କଲେକସନ୍
Advertisement
Article Detail0/zeeodisha/odisha1993895

Animal: ରିଲିଜର ୨ ଦିନ ପରେ ଏତିକି କୋଟିରେ ପହଁଞ୍ଚିଲା ‘ଆନିମଲ’ର ବକ୍ସ ଅଫିସ କଲେକସନ୍

Animal Box Office Collection: ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ଆନିମଲ’ ରିଲିଜ ଦିନ ବକ୍ସ ଅଫିସରେ ଧୂଆଁଧାର ଆୟ କରିଥିଲା । ଫିଲ୍ମରେ ରଣବୀରଙ୍କ ଅଭିନୟକୁ ବେଶ ପସନ୍ଦ କରିଛନ୍ତି ଦର୍ଶକ । ସିନେମାଟି ବକ୍ସ ଅଫିସରେ ଧମାଲ କରୁଥିବା ଦେଖିବାକୁ ମିଳିଛି ।

ସୌ(ସୋସିଆଲ ମିଡିଆ)

Animal Box Office Collection: ଫିଲ୍ମ ଫ୍ରାଇଡ଼େରେ ରିଲିଜ ହୋଇଛି ରଣବୀର କପୁରଙ୍କ (Ranbir kapoor) ଫିଲ୍ମ ‘ଆନିମଲ’ (Animal )। ସିନେମାଟି ରିଲିଜ ଦିନ ବକ୍ସ ଅଫିସରେ ଧୂଆଁଧାର ଆୟ କରିଥିଲା । ଫିଲ୍ମରେ ରଣବୀରଙ୍କ ଅଭିନୟକୁ ବେଶ ପସନ୍ଦ କରିଛନ୍ତି ଦର୍ଶକ । ସିନେମାଟି ବକ୍ସ ଅଫିସରେ ଧମାଲ କରୁଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ନିର୍ମାତାମାନେ ଏହି ଫିଲ୍ମକୁ ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ଫିଲ୍ମଟି ୨ ଦିନରେ ପ୍ରାୟ ୨୦୦ କୋଟି ଟଙ୍କା ଆୟ କରିଥିବା ଜଣାପଡ଼ିଛି । କେବଳ ଭାରତ ନୁହେଁ, ବିଶ୍ବ ବକ୍ସ ଅଫିସ ଆୟକୁ ମିଶାଇ ଏହା ଆକଳନ କରାଯାଇଛି । ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କ (Sandeep Reddy Vanga) ନିର୍ଦ୍ଦେଶିତ ଫିଲ୍ମ 'ଆନିମଲ'ର (Animal First Day Collection) ଓପନିଙ୍ଗ ଡ଼େ’ କଲେକସନ୍ ଜବରଦସ୍ତ ରହିଛି । ପ୍ରଥମ ଦିନ ଫିଲ୍ମଟି ପ୍ରାୟ ୬୦ କୋଟିରୁ ଅଧିକ ଆୟ କରିଥିଲା । ଏବେ ଫିଲ୍ମର ମୋଟ ଆୟ ୧୩୧ କୋଟିରେ ପହଁଞ୍ଚିଛି । ବିଶ୍ବ ବକ୍ସ ଅଫିସ ଆୟକୁ ମିଶାଇ ଫିଲ୍ମ ମୋଟ ୧୩୬ କୋଟି ଆୟ କରିଥିବା ଜଣାପଡିଛି ।  ବାପା ଓ ପୁଅର ସମ୍ପର୍କକୁ ନେଇ ନିର୍ମାଣ ହୋଇଥିବା ଏହି ଚଳଚ୍ଚିତ୍ରକୁ ଦର୍ଶକ ତଥା ସମାଲୋଚକମାନଙ୍କ ଠାରୁ ଭଲ ରେସପେନ୍ସ ମିଳିଛି ।  ଫିଲ୍ମରେ ଅନୀଲ କପୁର ଓ ରଣବୀରଙ୍କ (Ranbir kapoor) ବାପା ପୁଅ କାହାଣୀକୁ ଖୁବ ସୁନ୍ଦର ଭାବେ ଉପସ୍ଥାପନା କରାଯାଇଛି ।

Also Read-Pushpa 2: ସୁଟିଂ ସେଟରେ ଆହତ ହେଲେ ଅଲ୍ଲୁ ଅର୍ଜୁନ୍ , ଘୁଞ୍ଚିବ କି ରିଲିଜ୍ ଡେଟ୍ ?

ଫ୍ୟାମିଲି ଡ୍ରାମା, ଇମୋସନ, ରୋମାନ୍ସ, ଆକ୍ସନ ଓ ଥ୍ରୀଲରକୁ କାହାଣୀରେ ସ୍ଥାନ ଦିଆଯାଇଛି । ସେପଟେ ପ୍ରଥମ ଥର ପାଇଁ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରଶ୍ମୀକା ମନ୍ଦାନାଙ୍କ (Rashmika Mandanna) ସହ ରଣବୀରଙ୍କ ଅନସ୍କ୍ରିନ୍ ଯୋଡିକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ଅନ୍ୟ ଅଭିନେତାଙ୍କ ମଧ୍ଯରେ ବବି ଦେୱଲ, ପରିଣିତ ଚୋପ୍ରା, ଅନିଲ କପୁର ଓ ଖକ୍ତି କପୁରଙ୍କୁ ମଧ୍ଯ ଦେଖିବାକୁ ମିଳିଛି । ଏହି ଚଳଚ୍ଚିତ୍ରଟି ହିନ୍ଦୀ, ତାମିଲ, ତେଲୁଗୁ ଓ ମାଲାୟାଲମ ଭାଷାରେ ମୁକ୍ତିଲାଭ କରିଛି । ରିଲିଜ ପୂର୍ବରୁ ଆନିମଲ ରେକର୍ଡ ସ୍ତରରେ ପ୍ରି ବୁକିଂ ମଧ୍ୟ ହୋଇଥିଲା ।