ବକ୍ସ ଅଫିସରେ ଫେଲ OMG 2! ରିଲିଜର ୮ ଦିନ ପରେ ଏତିକି କୋଟିର ଅଟକିଲା...
Advertisement
Article Detail0/zeeodisha/odisha1831854

ବକ୍ସ ଅଫିସରେ ଫେଲ OMG 2! ରିଲିଜର ୮ ଦିନ ପରେ ଏତିକି କୋଟିର ଅଟକିଲା...

OMG 2: ଏହି ଫିଲ୍ମଟି ଅଗଷ୍ଟ ୧୧ରେ ରିଲିଜ ହୋଇଥିଲା । ରିଲିଜର ପ୍ରଥମ ଦୁଇ ଦିନ ଫିଲ୍ମଟି ଭଲ ରୋଜଗାର କରିଥିବା ବେଳେ ଏହାପରେ ବକ୍ସ ଅଫିସରେ ଫେଲ ମାରିଥିଲା । ଫିଲ୍ମଟି ରିଲିଜ୍ ହେବାର ଅଷ୍ଟମ ଦିନ ପରେ ୧୦୦ କୋଟି କ୍ଲବରେ ସାମିଲ ହୋଇପାରିନାହିଁ । ଏହି ଫିଲ୍ମର ବଜେଟ୍ ୧୦୦ରୁ ୧୫୦ କୋଟି ମଧ୍ୟରେ ଅଟେ। ଏଭଳି ପରିସ୍ଥିତିରେ ଫିଲ୍ମ ଏହାର ବଜେଟ୍ ମଧ୍ୟ ପୁନରୁଦ୍ଧାର କରିପାରିନାହିଁ ବୋଲି କୁହାଯାଉଛି ।

 

ସୌ(ସୋସିଆଲ ମିଡିଆ)

OMG 2 Box Office Collection: ଅଗଷ୍ଟ ୧୧ ତାରିଖରେ ମୁକ୍ତିଲାଭ କରିଥିଲା ଅକ୍ଷୟ କୁମାରଙ୍କ ଫିଲ୍ମ 'OMG 2' । ଇତି ମଧ୍ୟରେ ଫିଲ୍ମ ରିଲଜକୁ ବିତିଛି ୮ ଦିନ । 'ସାମାଜିକ ସଚେତନତା' ଉପରେ ଆଧାରିତ ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ଫେଲ ମାରିଥିବା ଦେଖୁବାକୁ ମିଳୁଛି । ଅକ୍ଷୟ କୁମାର (Akshay Kumar) ଓ ପଙ୍କଜ ତ୍ରିପାଠୀ (Pankaj Tripathi) ଅଭିନୀତ ଫିଲ୍ମ 'OMG 2' 'ସାମାଜିକ ସଚେତନତା' ଉପରେ ପର୍ଯ୍ୟବେସିତ । ଏହି ଫିଲ୍ମଟି ଅଗଷ୍ଟ ୧୧ରେ ରିଲିଜ ହୋଇଥିଲା । ରିଲିଜର ପ୍ରଥମ ଦୁଇ ଦିନ ଫିଲ୍ମଟି ଭଲ ରୋଜଗାର କରିଥିବା ବେଳେ ଏହାପରେ ବକ୍ସ ଅଫିସରେ ଫେଲ ମାରିଥିଲା । ଫିଲ୍ମଟି ରିଲିଜ୍ ହେବାର ଅଷ୍ଟମ ଦିନ ପରେ ୧୦୦ କୋଟି କ୍ଲବରେ ସାମିଲ ହୋଇପାରିନାହିଁ । ଏହି ଫିଲ୍ମର ବଜେଟ୍ ୧୦୦ରୁ ୧୫୦ କୋଟି ମଧ୍ୟରେ ଅଟେ। ଏଭଳି ପରିସ୍ଥିତିରେ ଫିଲ୍ମ ଏହାର ବଜେଟ୍ ମଧ୍ୟ ପୁନରୁଦ୍ଧାର କରିପାରିନାହିଁ ବୋଲି କୁହାଯାଉଛି ।

 

 
 
 
 

 
 
 
 
 
 
 
 
 
 
 

A post shared by Akshay Kumar (@akshaykumar)

ରିଲିଜ ଦିନ ୧୦ କୋଟି ଟଙ୍କା ଆୟ କରିଥିବା ଅକ୍ଷୟ କୁମାରଙ୍କ ଫିଲ୍ମ ' OMG 2' ରିଲିଜ୍ ହେବାର ୮ ଦିନ କେବଳ ୪.୭୪ କୋଟି ରୋଜଗାର କରିଥିଲା । ଯାହା ସପ୍ତମ ଦିନ ତୁଳନାରେ କମ୍ ଅଟେ। ଚଳଚ୍ଚିତ୍ରଟି ୭ତମ ଦିନ ମାତ୍ର ୫ କୋଟି ଟଙ୍କା ଆୟ କରିଥିଲା। ଅବଶ୍ୟ, ଅଗଷ୍ଟ ୧୫ ତାରିଖ ଦିନ ଫିଲ୍ମଟି ବକ୍ସ ଅଫିସ ଭଲ ରୋଜଗାର କରିଥିଲା । 'ଓଏମଜି -୨' ପ୍ରଥମ ଦିନରେ ୧୦ କୋଟି, ଦ୍ୱିତୀୟ ଦିନରେ ୧୫.୩ କୋଟି କଲେକ୍ସସନ୍ କରିଥିବା ବେଳେ ତୃତୀୟ ଓ ଚତୁର୍ଥ ଦିନ ଏହା ବକ୍ସ ଅଫିସରେ ଫେଲ ମାରିଥିଲା। ସେହପରି ଫିଲ୍ମଟି ପଞ୍ଚମ ଦିନରେ ସର୍ବାଧିକ ୧୮.୧ କୋଟି ଆୟ କରିଥିଲା ​​। ସେହିପରି ଷଷ୍ଠ ଦିନରେ ମାତ୍ର ୭.୨ କୋଟି, ସପ୍ତମ ଦିନରେ ୫.୫୮ କୋଟି ଓ ଅଷ୍ଟମ ଦିନରେ ମାତ୍ର ୪ କୋଟି ରୋଜଗାର କିରିଛି । ତେବେ ରିଲିଜର ଅଷ୍ଟମ ଦିନରେ ଫିଲ୍ମଟି  ମୋଟ ୮୯.୮0 କୋଟି ଟଙ୍କା ସଂଗ୍ରହ କରିଥିବା ଜଣାପଡ଼ଛି। 'ଓଏମଜି ୨' ସହିତ ସନ୍ନ ଦେଓଲଙ୍କ ସୁପରହିଟ୍ ଫିଲ୍ମ 'ଗଦ୍ଦର ୨' ରିଲିଜ ହୋଇଥିଲା।  ତେବେ ସନ୍ନ ଦେଓଲଙ୍କ ଗଦ୍ଦର-୨ ଆଗରେ ଫେଲ ମାରିଛି ଅକ୍ଷୟ କୁମାରଙ୍କ ଏହି ଫିଲ୍ମ ।

 

 
 
 
 

 
 
 
 
 
 
 
 
 
 
 

A post shared by Akshay Kumar (@akshaykumar)

ପ୍ରକାଶ ଥାଉ କି, ସେପଟେ ଦିନ ଗଡ଼ିବା ସହ ଅଫିସରେ ବଢି ଚାଲିଛି ' ଗଦ୍ଦର-୨' (Gadar 2 ) ର କ୍ରେଜ୍ । ଫିଲ୍ମଟି ରିଲିଜ୍ ହେବା ଦିନଠାରୁ ଦର୍ଶକଙ୍କ ଢେର ସାରା ଭଲ ପାଇବା ମିଳିଥିବା ବେଳେ ବକ୍ସ ଅଫିସରେ ଭଲ ରୋଜଗାର କରିଥିବା ଦେଖିବାକୁ ମିଳୁଛି ।  ରିପୋର୍ଟ ଅନୁଯାୟୀ, ସନ୍ନି ଦେଓଲଙ୍କ(Sunny Deol) ଅଭିନୀତ ଏହି ଫିଲ୍ମ ଅଷ୍ଟମ ଦିନରେ .୧୯.୫୦ କୋଟି ରୋଜଗାର କରିଛି । ପ୍ରଥମ ସପ୍ତାହରେ ଭାରତୀୟ ବକ୍ସ ଅଫିସରେ ୨୮୪.୬୩  କୋଟିରୁ ଅଧିକ ଟଙ୍କା କଲେକସନ୍ କରିଛି । ସେହିପରି ଦେଖିବାକୁ ଗଲେ ଫିଲ୍ମଟି ରିଲିଜ୍ ହେବା ଦିନରୁ ଆଜି ପର୍ଯ୍ୟନ୍ତ ମୋଟ  ୩୦୪. ୧୩ କୋଟି ରୋଜଗାର କରିଛି।

ଏହା ବି ପଢନ୍ତୁ-Gadar 2: 'ଗଦ୍ଦର ୨' ଦେଖିବାକୁ ଗଲା ପୁରା ଗାଁ, କାରଣ ଜାଣିଲେ ହୋଇଯିବେ ଆର୍ଶ୍ଚଯ୍ୟ!