Ira and Nupur: ଉଦୟପୁରର ଏହି ବିଳାସପୂର୍ଣ୍ଣ ହୋଟେଲରେ ହେବ ଇରା ଓ ନୂପୁରଙ୍କ ବିବାହ
Advertisement
Article Detail0/zeeodisha/odisha2045254

Ira and Nupur: ଉଦୟପୁରର ଏହି ବିଳାସପୂର୍ଣ୍ଣ ହୋଟେଲରେ ହେବ ଇରା ଓ ନୂପୁରଙ୍କ ବିବାହ

Ira and Nupur Wedding: ହାତକୁ ଦି ହାତ ହୋଇଛନ୍ତି ବଲିଉଡ଼ର ମିଷ୍ଟର ପରଫେକ୍ସନିଷ୍ଟ ଅମୀର ଖାନଙ୍କ ଝିଅ ଇରା ଖାନ୍ । ଦୀର୍ଘ ଦିନ ଧରି ଡ଼େଟ କରୁଥିବା ବୟଫ୍ରେଣ୍ତ ନୂପୁର ଶିଖରଙ୍କୁ ସାତ ଜନ୍ମର ସାଥୀ କରିଛନ୍ତି ଇରା । ଗତ ବୁଧବାର ଦିନ ଉଭୟ ରେଜେଷ୍ଟ୍ରି ମ୍ୟାରେଜ କରିଛନ୍ତି ।

ସୌ(ସୋସିଆଲ ମିଡିଆ)

Ira Khan and Nupur Shikhare: ହାତକୁ ଦି ହାତ ହୋଇଛନ୍ତି ବଲିଉଡ଼ର ମିଷ୍ଟର ପରଫେକ୍ସନିଷ୍ଟ ଅମୀର ଖାନଙ୍କ ଝିଅ ଇରା ଖାନ୍ । ଦୀର୍ଘ ଦିନ ଧରି ଡ଼େଟ କରୁଥିବା ବୟଫ୍ରେଣ୍ତ ନୂପୁର ଶିଖରଙ୍କୁ ସାତ ଜନ୍ମର ସାଥୀ କରିଛନ୍ତି ଇରା । ଗତ ବୁଧବାର ଦିନ ଉଭୟ ରେଜେଷ୍ଟ୍ରି ମ୍ୟାରେଜ କରିଛନ୍ତି ।

ସୂଚନା ଅନୁଯାୟୀ, ଆସନ୍ତା ୮ ତାରିଖରେ ରାଜସ୍ଥାନ ଉଦୟପୁରରେ ମରାଠୀ ରୀତିନୀତି ଅନୁଯାୟୀ ବିବାହ କରିବେ ଇରା ଓ ନୂପୁର । ସଂପୂର୍ଣ୍ଣ ରାଜକୀୟ ଶୈଳୀରେ ଏହି ବିବାହ ଅନୁଷ୍ଠିତ ହେବ । ଏଥିପାଇଁ ଉଦୟପୁରର ବିଳାସପୂର୍ଣ୍ଣ ହୋଟେଲ ତାଜ ଅରବଳିକୁ (Taj Aravali resort) ବୁକ୍ କରାଯାଇଛି। ଏଠାରେ ଇରା ଓ ନୂପୁରଙ୍କ ସମସ୍ତ ବିବାହ ରୀତିନୀତି ଅନୁଷ୍ଠିତ ହେବ। କୁହାଯାଉଛି ଯେ, ଆମୀର ଖାନ୍ ଏହି ହୋଟେଲରେ ପ୍ରାୟ ୧୭୬ ରୁମ୍ ବୁକ୍ କରିଛନ୍ତି। ୭ ତାରିଖରୁ ଉଦୟପୁରକୁ ଅତିଥି ଆସିବା ଆରମ୍ଭ କରିବେ । ଉଦୟପୁରରେ ରାଜକୀୟ ବିବାହ ପରେ ଜାନୁଆରୀ ୧୩ରେ ଆମୀର ଖାନ ମୁମ୍ବାଇରେ ଏକ ଗ୍ରାଣ୍ଡ ରିସେପ୍ସନର ପାର୍ଟି ଦେବେ। ଯେଉଁଥିରେ ଶାହାରୁଖ ଖାନ, ସଲମାନ ଖାନଙ୍କ ସମେତ ବଲିଉଡ଼ର ବହୁ ବଡ଼ ଷ୍ଟାର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

 

 
 
 
 

 
 
 
 
 
 
 
 
 
 
 

A post shared by Ira Khan (@khan.ira)

ପ୍ରକାଶ ଥାଉ କି, ଜାନୁଆରି ୩ରେ ମୁମ୍ବାଇର ତାଜ ଲ୍ୟାଣ୍ଡସ ଏଣ୍ଡରେ (Taj Lands End, Mumbai) ଉଭୟଙ୍କ ରେଜେଷ୍ଟ୍ରି ମ୍ୟାରେଜ ହୋଇଥିଲା। ଏଥିରେ ମୁକେଶ ଅମ୍ବାନୀ-ନୀତା ଅମ୍ବାନୀଙ୍କ ସମେତ ଅନେକ ସେଲିବ୍ରେଟି ଯୋଗ ଦେଇଥିଲେ।