କୋଭିଡ ପାଇଁ ବିଳମ୍ବ ହେଲା ଏହି ଅଭିନେତ୍ରୀଙ୍କ Pregnancy
Advertisement
Article Detail0/zeeodisha/odisha1345875

କୋଭିଡ ପାଇଁ ବିଳମ୍ବ ହେଲା ଏହି ଅଭିନେତ୍ରୀଙ୍କ Pregnancy

Bollywood News: ଗତ ବର୍ଷ ଡିସେମ୍ବରରେ ସୋନମ ପ୍ରେଗନେଣ୍ଟ ହୋଇଥିବା ବେଳେ ମାର୍ଚ୍ଚ ମାସରେ ନିଜ ଫ୍ୟାନ୍ସଙ୍କୁ ଏ ଖୁସି ଖବର ଦେଇଥିଲେ। ପରେ ନିଜ ସ୍ବାମୀ ଆନନ୍ଦ ଆହୁଜାଙ୍କ ଇନଷ୍ଚାରେ ସେୟାର କରିଥିଲେ ମାଟରନିଟିର ଫଟୋର କିଛି ଝଲକ୍। ପରେ ଚଳିତ ବର୍ଷ ଅଗଷ୍ଟ 20 ରେ ଫ୍ୟାନ୍ସଙ୍କୁ ଦେଇଥିଲେ ଖୁସି ଖବର ।

ସୌ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ବଲିଉଡରେ ଫ୍ୟାସନ ଦିଭା (Bollywood fashion diva) ହେଉଛନ୍ତି ସୋନମ କପୁର (Sonam Kapoor)। ନିଜର ଚମକ୍କାର ଅଭିୟନ ଓ ଗ୍ଲାମରର୍ସ ଲୁକ ପାଇଁ ସବୁବେଳେ ସେ ଚର୍ଚ୍ଚାରେ ଥାଆନ୍ତି। ଗତ ମାସ 20 ରେ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ନିଜ ପ୍ରେଗନେନ୍ସି (Pregnancy)କୁ ନେଇ ବଡ ଖୁଲାସା କରିଛନ୍ତି ସୋନମ୍। ସେ ଓ ତାଙ୍କ ସ୍ବାମୀ ଆନନ୍ଦ ଆହୁଜା 2020ରେ (Sonam Kapoor and Anand Ahuja ) ବେବି ପ୍ଲାନିଂ କରିଥିଲେ। ହେଲେ କୋଭିଡ କାରଣରୁ ଏହା ବିଳମ୍ବ ହୋଇଥିଲା ବୋଲି ସେ ଏକ ସାକ୍ଷାତକାରରେ କହିଛନ୍ତି। ଗତ ବର୍ଷ ଡିସେମ୍ବରରେ ସୋନମ ପ୍ରେଗନେଣ୍ଟ ହୋଇଥିବା ବେଳେ ମାର୍ଚ୍ଚ ମାସରେ ନିଜ ଫ୍ୟାନ୍ସଙ୍କୁ ଏ ଖୁସି ଖବର ଦେଇଥିଲେ। ପରେ ନିଜ ସ୍ବାମୀ ଆନନ୍ଦ ଆହୁଜାଙ୍କ ଇନଷ୍ଚାରେ ସେୟାର କରିଥିଲେ ମାଟରନିଟିର ଫଟୋର କିଛି ଝଲକ୍। ପରେ ଚଳିତ ବର୍ଷ ଅଗଷ୍ଟ 20 ରେ ଫ୍ୟାନ୍ସଙ୍କୁ ଦେଇଥିଲେ ଖୁସି ଖବର ।

37 ବର୍ଷ ବୟସରେ ସୁସ୍ଥ ଗର୍ଭାବସ୍ଥା ପାଇଁ ସେ କ’ଣ ପଦକ୍ଷେପ ନେଇଥିଲେ । କୋଭିଡ -19 ମହାମାରୀ କିପରି ତାଙ୍କ ବେବି ପ୍ଲାନିଂ ବଦଳାଇଲା? ନିକଟରେ ଏକ ମାଗାଜିନକୁ ଦେଇଥିବା ଏକ ସାକ୍ଷାତକାରରେ ସେ ସମସ୍ତ ତଥ୍ୟ  ରଖିଥିଲେ । 2014 ରେ ବିଜନେସ ମ୍ୟାନ ଆନନ୍ଦ ଆହୁଜାଙ୍କ ସହ ସୋନମଙ୍କ ସାକ୍ଷାତ ହୋଉଥିଲା । ସାକ୍ଷାତର କିଛି ଦିନ ପରେ ଆନନ୍ଦ ସୋନମଙ୍କୁ ବିବାହର ପ୍ରସ୍ତାବ ଦେଇଥିଲେ।  ପରେ 2018 ମେ 8 ରେ ସୋନମଙ୍କୁ ବିବାହଙ୍କୁ ବିବାହ କରିଥିଲେ ଆନନ୍ଦ। 2020 ରେ ଉଭୟେ ବେବେ ପ୍ଲାନିଂ କରିଥିଲେ । ହେଲେ 2020 ରେ ମହାମାରୀ ଦେଶକୁ ଗ୍ରାସ କରିବାକୁ ତାଙ୍କର ଏ ଯୋଜନା ବିଳମ୍ବ ହୋଇଥିଲା

ସୋନମ ବଲିଉଡ ଅଭିନେତା ଅନୀଲ କପୁରଙ୍କ ଝିଅ । ୨୦୦୫ରେ ସେ ନିର୍ଦ୍ଦେଶକ ସଞ୍ଜୟ ଲୀଳା ବଂଶାଳୀଙ୍କ ସ‌ହ ଜଣେ ସ‌ହକାରୀ ନିର୍ଦ୍ଦେଶିକା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ସୋନମ ୨୦୦୭ରେ ସଞ୍ଜୟ ଲୀଳା ବଂଶାଳୀଙ୍କ ଚଳଚ୍ଚିତ୍ର ‌ସାୱରିୟା‌ ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ଫିଲ୍ମ‌ ଫେୟାରରେ ଶ୍ରେଷ୍ଠ ନବାଗତା ଭାବରେ ମନୋନୀତ କରାଯାଇଥିଲା । ଅଭିନୟ କରିବାର ୩ବର୍ଷ ପରେ ୨୦୧୦ରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‌ଆଇ ହେଟ୍ ଲଭ୍ ଷ୍ଟୋରୀଜ୍‌ (I Hate Luv Storys) ବକ୍ସ  ଅଫିସରେ ହିଟ ହୋଇଥିଲା।

ଏହାପରେ ଅନେକ ଚଳଚ୍ଚିତ୍ରର ବିଫଳତା ପରେ ୨୦୧୩ରେ ‌ରାଞ୍ଝଣା (Raanjhanaa) ଚଳଚ୍ଚିତ୍ରରେ ସୋନମଙ୍କର ଅଭିନୟ ତାଙ୍କ ଜୀବନରେ ଏକ ମୋଡ଼ ବଦଳାଇଥିଲା । ଏହି ଅଭିନୟ ପାଇଁ ସୋନମଙ୍କୁ ଅନେକ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ମନୋନୀତ କରାଯାଇଥିଲା । ଏହାପରେ ସେ ୨୦୧୪ରେ ‌ଖୁବ୍‌ସୁରତ୍‌, ୨୦୧୫ରେ ‌ଡଲି କି ଡୋଲି‌ରେ ଅଭିନୟ କରିଥିଲେ । ଏହି ଦୁଇଟି ଚଳଚ୍ଚିତ୍ର ପାଇଁ ସେ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ମନୋନୀତ ହୋଇଥିଲେ । ୨୦୧୫ରେ ସେ ଅଭିନେତା ସଲମାନ ଖାଁଙ୍କ ସ‌ହ ହିନ୍ଦୀ କଥାଚିତ୍ର ‌ପ୍ରେମ ରତନ ଧନ ପାୟୋ‌ରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ସେହି ବର୍ଷର ଅଧିକ ଆୟ କରିଥିବା ଚଳଚ୍ଚିତ୍ରମାନଙ୍କ ମଧ୍ୟରେ ଗୋଟିଏ ଥିଲା । ୨୦୧୬ରେ ସୋନମ ଏକ ଅତ୍ମଜିବନୀ ଚଳଚ୍ଚିତ୍ର ‌ନୀରଜା‌ରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ସୋନମଙ୍କୁ ଫିଲ୍ମ‌ଫେୟାରରେ ସ୍ୱତନ୍ତ୍ର ମାନ୍ୟତା ପୁରସ୍କାର ସ‌ହ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ । ଏହି ଚଳଚ୍ଚିତ୍ରଟି ୨୦୧୬ରେ ଅଧିକ ଆୟକାରୀ ଚଳଚ୍ଚିତ୍ର ମଧ୍ୟରେ ସ୍ଥାନ ପାଇଥିଲା ।