Parineeti Chopra Birthday Special: କାହିଁକି ନିଜ ପିତାମାତାଙ୍କୁ ଘୃଣା କରୁଥିଲେ ପରିଣିତି, ଫ୍ୟାନ୍ସ ଆଗରେ କଲେ ବଡ ଖୁଲାସା
Advertisement

Parineeti Chopra Birthday Special: କାହିଁକି ନିଜ ପିତାମାତାଙ୍କୁ ଘୃଣା କରୁଥିଲେ ପରିଣିତି, ଫ୍ୟାନ୍ସ ଆଗରେ କଲେ ବଡ ଖୁଲାସା

Parineeti Chopra Birthday Special: ବଲିଉଡ୍ ଅଭିନେତ୍ରୀ ପରିଣିତି ଚୋପ୍ରା (Parineeti Chopra)।  ଦମଦାର ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି । ଆଜି ପରିଣିତିଙ୍କ ଜନ୍ମଦିନ । ୩୫ ବର୍ଷରେ ପଦାର୍ପଣ କଲେ ସେ ।  ଏହି ଅବସରରେ ତାଙ୍କୁ ବହୁ କଳାକାର ଓ ପ୍ରଶଂସକ ଶୁଭେଚ୍ଛା ଜଣାଇଛନ୍ତି । 

Parineeti Chopra Birthday Special: କାହିଁକି ନିଜ ପିତାମାତାଙ୍କୁ ଘୃଣା କରୁଥିଲେ ପରିଣିତି, ଫ୍ୟାନ୍ସ ଆଗରେ କଲେ ବଡ ଖୁଲାସା

Parineeti Chopra Birthday Special: ବଲିଉଡ୍ ଅଭିନେତ୍ରୀ ପରିଣିତି ଚୋପ୍ରା (Parineeti Chopra)।  ଦମଦାର ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି । ଆଜି ପରିଣିତିଙ୍କ ଜନ୍ମଦିନ । ୩୫ ବର୍ଷରେ ପଦାର୍ପଣ କଲେ ସେ ।  ଏହି ଅବସରରେ ତାଙ୍କୁ ବହୁ କଳାକାର ଓ ପ୍ରଶଂସକ ଶୁଭେଚ୍ଛା ଜଣାଇଛନ୍ତି । ପରିଣିତି ହରିୟାଣାରେ ଆମ୍ବାଲାରେ ସେ ୧୯୮୮ରେ ଅକ୍ଟୋବର ୨୨ରେ ଜନ୍ମ ଗ୍ରହଣ କରିଥିଲେ। ପରିଣିତିଙ୍କ ବାପା ଜଣେ ସେନାର କର୍ମଚାରୀ ଥିଲେ।  ତାଙ୍କ ବାପାଙ୍କ ନାଁ ହେଉଛି ପଓ୍ବନ ଚୋପ୍ରା । ତାଙ୍କ ମାଆ  ରୀନା ଚୋପ୍ରା । ପରିଣିତିଙ୍କ ଦୁଇ ଭାଇ ସିବାଙ୍ଗ ଓ ସାହାଙ୍ଗ । 

ପରିଣିତି ଏକ ସାକ୍ଷାତକାରରେ କହିଥିଲେ ଯେ, 'ଯେତେବେଳେ ସେ ସ୍କୁଲରେ ପଢୁଥିଲେ। ସେହି ସମୟରେ ତାଙ୍କର ଏତେ ପଇସା ନ ଥିଲା। ତେଣୁ ସେ ସାଇକେଲରେ ସ୍କୁଲ ଯାଉଥିଲେ। ଏପରିକି ପରିଣିତି ଯେପରି  କୌଣସି ସମସ୍ୟାର ସମ୍ମୁଖିନ ନ ହୁଏନ୍ତି। ସେନେଇ ତାଙ୍କ ବାପା ମଧ୍ୟ ତାଙ୍କ  ସହ ଯାଉଥିଲେ । ଯେତେବେଳେ ତାଙ୍କ ବାପା ତାଙ୍କୁ ସ୍କୁଲ ବାହାରେ ଛାଡିକି ପଳାଇ ଆସନ୍ତି । ସେତେବେଳେ ତାଙ୍କୁ କିଛି ଯୁବକ ହଇରାଣ କରନ୍ତି। ଏହାକୁ ନେଇ ସେ ଅଧିକ ଚିନ୍ତିତ ହୋଇପଡିଥିଲେ  । ଏସବୁ ପାଇଁ ସେ ତାଙ୍କ ପିତାମାତାଙ୍କୁ ଘୃଣା କରୁଥିଲେ।  ଘରେ ଗାଡି କିଣିବା ପାଇଁ ଯିଦ୍ଧି କରୁ ଥିଲେ । ହେଲେ ପରିବାର ଲୋକେ ତାଙ୍କ କଥା ଶୁଣୁ ନ ଥିଲେ । ସେମାନେ କହୁଥିଲେ,ଏସବୁ ସମସ୍ୟା ତେତେ ଅଧିକ ମଜବୁତ କରିବା ସହ ଆଗଢୁ ବଢାଇବାରେ ସାହାର୍ଯ୍ୟ କରିବ '। 

ଏହାବି ପଢନ୍ତୁ : Thank God Controversy: ରିଲିଜ୍ ପୂର୍ବରୁ ନିର୍ମାତା କଲେ ଫିଲ୍ମରେ ବଡ ପରିବର୍ତ୍ତନ, ଜାଣନ୍ତୁ କେବେ ପରଦାକୁ ଆସୁଛି ମୁଭି ?

ପରିଣିତି ୨୦୧୧ ମସିହାରେ ଫିଲ୍ମ ଲେଡିଜ୍ ଭର୍ସେସ ରିକିଭାଲ(Ladies vs. Ricky Bahl )ରେ ଡେବ୍ୟୁ କରିଥିଲେ । ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀଙ୍କୁ ଏକ ସହାୟକ ଭୂମିକାରେ ଦେଖିବାକୁ ମିଳିଥିଲା। କିନ୍ତୁ ଜଣେ ମୁଖ୍ୟ ଅଭିନେତ୍ରୀ ଭାବରେ 'ଇଶାକଜାଦେ' ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା । ଏହି ଚଳଚ୍ଚିତ୍ରଟି ଏକ ସୁପର ହିଟ୍ ବୋଲି ପ୍ରମାଣିତ ହୋଇଥିଲା । ଏହି ଚଳଚ୍ଚିତ୍ରରେ ପରିଣିତି ଚୋପ୍ରାଙ୍କ ସହ ଅର୍ଜୁନ କପୁର ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ପରେ ବଲିଉଡକୁ ଦେଇଥିଲେ ଗୋଟିଏ ପରେ ଗୋଟିଏ ସୁପରହିଟ୍ ଫିଲ୍ମ । ସୁଦ୍ଧ ଦେଶୀ ରୋମାନ୍ସ, ହସେତେ ଫସେ,ଗୋଲମାଲ ଏଗେନ୍, ନମସ୍ତେ ଇଂଲଣ୍ତ ,କିଲ୍ ଦିଲ୍, କେଶରୀ ଓ କୋଟନେମ ତ୍ରିରଙ୍ଗା । 

ଯଦି ଆମେ ପରିଣିତି ଚୋପ୍ରାଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା ତେବେ, ତାଙ୍କ ହାତରେ ଅନେକ ବଡ ପ୍ରୋଜେକ୍ଟ ରହିଛି । ପରିଣିତିଙ୍କ ଆଗାମୀ ଫିଲ୍ମ ଉଞ୍ଚାଇ'(Uunchai) ଖୁବଶିଘ୍ର ପରଦାକୁ ଆସିବ । ଗତ କିଛିଦିନ ତଳେ ପରିଣିତି ଉଞ୍ଚାଇର ଫାଷ୍ଟଲୁକ୍ ନିଜ ଇନଷ୍ଟାରେ ସେୟାର କରିଥିଲେ । ଆଉ ସେ ତାଙ୍କ କ୍ୟାପସନରେ ଲେଖିଥିଲେ ଯେ, ''ଉଞ୍ଚାଇ (Uunchai) ମୋତେ ସୁଯୋଗ ଦେଇଥିବାରୁ ମୁଁ ସ୍ବରାଜ ସାରଙ୍କ ନିକଟରେ କୃତଜ୍ଞ, ସବୁଦିନ ପାଇଁ ରୁଣୀ। ମୁଁ ତାଙ୍କ ଚଳଚ୍ଚିତ୍ର ଦେଖିବାରେ ବଡ ହୋଇଥିଲି,ଏବଂ ଆଜି ମୁଁ ଗୋଟିଏରେ ଅଭିନୟ କରୁଛି .. ଆପଣଙ୍କ ନିକଟ ଥିଏଟରରେ ଏହି ସୁନ୍ଦର ଚଳଚ୍ଚିତ୍ର ୧୧.୧୧.୨୦୨୨ରେ ରିଲିଜ୍ ହେବ'' । ଏହି ଫିଲ୍ମରେ ଅନୁପମ ଖେର , ବୋମାନ ଅରାନି ଓ ଅମିତାଭ ବଚ୍ଚନ ଲିଡ ରୋଲରେ ନଜର ଆସିବେ ।