Bollywood News: ୟାମି ଗୌତମଙ୍କୁ ଶୁଭେଚ୍ଛା ଜଣାଇଲେ କଙ୍ଗନା ରଣାୱତ, ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha2103997

Bollywood News: ୟାମି ଗୌତମଙ୍କୁ ଶୁଭେଚ୍ଛା ଜଣାଇଲେ କଙ୍ଗନା ରଣାୱତ, ଜାଣନ୍ତୁ କାରଣ

Bollywood News: ଆଗକୁ ପିତା ମାତା ହେବାକୁ ଯାଉଛନ୍ତି ଆଦିତ୍ୟ ଧର ଏବଂ ୟାମି ଗୌତମ । ଏ ସମ୍ପର୍କରେ ନିକଟରେ ୟାମି ଗୌତମ ପୂର୍ବରୁ ସୂଚନା ଦେଇସାରିଛନ୍ତି । ବର୍ତ୍ତମାନ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିବା ସହ ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି।  ଅଭିନେତ୍ରୀ ୟାମି ଏବଂ ଆଦିତ୍ୟଙ୍କୁ ବଲିଉଡର ପ୍ରିୟ ଦମ୍ପତି ବୋଲି କହିଛନ୍ତି।

Bollywood News: ୟାମି ଗୌତମଙ୍କୁ ଶୁଭେଚ୍ଛା ଜଣାଇଲେ କଙ୍ଗନା ରଣାୱତ, ଜାଣନ୍ତୁ କାରଣ

Bollywood News: ଲୋକପ୍ରିୟ ତଥା ବଲିଉଡ ଅଭିନେତ୍ରୀ ଜଣାଶୁଣା ଅଭିନେତ୍ରୀ ୟାମି ଗୌତମ ବର୍ତ୍ତମାନ ନିଜର ନୂଆ ଚଳଚ୍ଚିତ୍ର 'ଆର୍ଟିକିଲ୍ ୩୭୦' ପାଇଁ ଚର୍ଚ୍ଚାରେ ଅଛନ୍ତି । କେବଳ ସେତିକି ନୁହେଁ ଅନ୍ୟ ଏକ କାରଣ ମଧ୍ୟ ତାଙ୍କୁ ହେଡଲାଇନରେ ରଖିଛି । ତାହା ହେଉଛି ସେ ଏବେ ଗର୍ଭବତୀ ଅଛନ୍ତି । 'ଆର୍ଟିକିଲ୍ ୩୭୦' ର ଟ୍ରେଲର ଲଞ୍ଚ ସମୟରେ ୟାମିଙ୍କ ସହ ତାଙ୍କ ସ୍ୱାମୀ ଆଦିତ୍ୟ ଧର ଏକ ଖୁସି ଖବର ସେୟାର କରିଥିଲେ ତାହା ହେଉଛି ସେମାନେ ଖୁବଶୀଘ୍ର  ପିତାମାତା ହେବାକୁ ଯାଉଛନ୍ତି। ନିକଟରେ ୟାମିଙ୍କ ଗର୍ଭଧାରଣ ସମ୍ପର୍କରେ ଅଭିନେତ୍ରୀ କଙ୍ଗନା ରଣାୱତ ପ୍ରତିକ୍ରିୟା ଦେଇଛନ୍ତି । କେବଳ ସେତିକି ନୁହେଁ ଆଦିତ୍ୟ ଧରଙ୍କୁ ସେ ବହୁତ ପ୍ରଶଂସା ମଧ୍ୟ କରିଛନ୍ତି। ଉଭୟଙ୍କୁ ତାଙ୍କର ପ୍ରିୟ ବଲିଉଡ ଦମ୍ପତି ବୋଲି କହିଛନ୍ତି କଙ୍ଗନା ।

କଙ୍ଗନା ରଣାୱତ ନିଜ ସୋସିଆଲ ମିଡିଆ ପେଜ୍ ଇନଷ୍ଟା ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରିଥିଲେ । ଯେଉଁଥିରେ ଏହା ଲେଖାଯାଇଥିଲା ଯେ, 'ଆଦିତ୍ୟ ଖୁବ ସଚ୍ଚୋଟ ଏବଂ ପ୍ରତିଭାବାନ ବ୍ୟକ୍ତି', ୟାମି ଗୌତମ ମଧ୍ୟ ଖୁବ୍ ଭଲ । ଏମାନେ ମୋର ପ୍ରିୟ ବଲିଉଡ ଦମ୍ପତି । 'ଆର୍ଟିକିଲ୍ ୩୭୦'ର ଟ୍ରେଲର ଖୁବ୍ ଜବରଦସ୍ତ ହୋଇଛି ଏଥିପାଇଁ ଉଭୟଙ୍କୁ ଶୁଭେଚ୍ଛା । ୟାମିଙ୍କ ଗର୍ଭଧାରଣ ପାଇଁ ଉଭୟଙ୍କୁ ଅଭିନନ୍ଦନ ଜଣାଇବା ସହ କଙ୍ଗନା କହିଛନ୍ତି ଯେ, ଏହି ଖବର ଶୁଣିବା ପରେ ମୁଁ ବହୁତ ଖୁସି ଅନୁଭବ କରୁଛି ।

ସୂଚନାଯୋଗ୍ୟ, ୟାମି ଗୌତମ ଏବଂ ଆଦିତ୍ୟ ଧର ୨୦୨୧ ମସିହା ଜୁନ୍ ମାସରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ବିବାହ ପୂର୍ବରୁ ମଧ୍ୟ ଏକାଠି କିଛି ପ୍ରୋଜେକ୍ଟରେ କାମ କରିଥିଲେ । ୟାମି ଗୌତମଙ୍କ 'ଆର୍ଟିକିଲ୍ ୩୭୦'ର ନିର୍ଦ୍ଦେଶନା ଦେଇଛନ୍ତି ଆଦିତ୍ୟ ଧର । ନିକଟରେ ରିଲିଜ୍ ହୋଇଥିବା ଟ୍ରେଲରକୁ ଖୁବ୍ ପ୍ରଶଂସା ମିଳିଥିବା ଦେଖିବାକୁ ମିଳିଛି । ଏହି ସିନେମାରେ ଫୁଲୱାମା ଆତଙ୍କବାଦୀ ଆକ୍ରମଣକୁ ଚିତ୍ରଣ କରାଯାଇଛି । ସିନେମାଟି ଆସନ୍ତା ଫେବୃଆରୀ ୨୩ ତାରିଖରେ ମୁକ୍ତିଲାଭ କରିବ  ବୋଲି ସୂଚନା ଦିଆଯାଇଛି । ଏହି ଫିଲ୍ମରେ ଅଭିନେତା ଅରୁଣ ଗୋଭିଲ୍ ମଧ୍ୟ ଅଭିନୟ କରିଛନ୍ତି ।

Also Read- ଓଡ଼ିଶା କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟର ଛାତ୍ରୀବାସରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

Also Read- Surya Gochar 2024: ସୂର୍ଯ୍ୟ ଏବଂ ଶନିଙ୍କ ପ୍ରଭାବ... ଏହି ୫ଟି ରାଶିକୁ ବଡ଼ ଲାଭ