Bipasha Basu: ମାଆ ହେଲେ ବ୍ଲାକ୍ ବିୟୁଟି
Advertisement

Bipasha Basu: ମାଆ ହେଲେ ବ୍ଲାକ୍ ବିୟୁଟି

Bipasha Basu: ବଲିଉଡ ଅଭିନେତ୍ରୀ ବିପାଶା ବସୁ । ନିଜ ଫ୍ୟାନ୍ସଙ୍କୁ ଗୁଡ୍ ନ୍ୟୁଜ୍ ଦେଇଛନ୍ତି । ବିପାଶା ବସୁ (Bipasha Basu) ଓ କରନ ସିଂ ଗ୍ରୋଭର (Karan Singh Grover) ବିବାହର ୬ ବର୍ଷ ପରେ ପ୍ରଥମ ଥର ପିତାମାତା ହୋଇଛନ୍ତି । 

ସୌଜନ୍ୟ : ସୋସିଆଲ ମିଡିଆ

Bipasha Basu: ବଲିଉଡ ଅଭିନେତ୍ରୀ ବିପାଶା ବସୁ । ନିଜ ଫ୍ୟାନ୍ସଙ୍କୁ ଗୁଡ୍ ନ୍ୟୁଜ୍ ଦେଇଛନ୍ତି । ବିପାଶା ବସୁ (Bipasha Basu) ଓ କରନ ସିଂ ଗ୍ରୋଭର (Karan Singh Grover) ବିବାହର ୬ ବର୍ଷ ପରେ ପ୍ରଥମ ଥର ପିତାମାତା ହୋଇଛନ୍ତି । ବିପାଶା ଆଜି(ଶନିବାର) ସକାଳେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଇନଷ୍ଟା ବଲିଉଡ ରିପୋର୍ଟ ଅନୁଯାୟୀ ,ବିପାଶା ଶନିବାର ସକାଳେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। 

ବିପାଶା ବସୁ ଅଗଷ୍ଟରେ ନିଜ ପ୍ରେଗନେନ୍ସି ବିଷୟରେ ସୋସିଆଲ ମିଡିଆରେ ନିଜ ଫ୍ୟାନ୍ସଙ୍କୁ ସୂଚନା ଦେଇଥିଲେ । ସେବେ ଠାରୁ ବିପାଶା ନିଜ ବେବି ବମ୍ପ ସହ ନିଜ ପ୍ରଶଂସକ ସହ ଏକାଧିକ ଫଟୋ ସେୟାର କରିଛନ୍ତି । ବିପାଶା ଅନେକ ଥର ମାର୍ଟରନିଟି ଫଟୋ ସୁଟ ମଧ୍ୟ କରିଛନ୍ତି । ଯାହାକୁ ସେ ନିଜ ଫ୍ୟାନ୍ସ  ମାନଙ୍କ ସହ ସେୟାର ମଧ୍ୟ କରିଛନ୍ତି। ନିକଟରେ ବିପାଶା ନିଜ ବେବିବମ୍ପ ସହ ଏକ ଫଟୋ ସେୟାର କରିଥିଲେ। ଫଟୋରେ ଦେଖିବାକୁ ମିଳିଛି ଯେ, ବିପାଶା ଏକ ଗୋଲଡେନ କର୍ଲର ଡ୍ରେସ ପିନ୍ଧିଥିଲେ । ଯେଉଁଥିରେ ସେ ଖୁବ ଆକର୍ଷଣୀୟ ଦିଶୁଥିଲେ। 

ଏହାବି ପଢନ୍ତୁ : Siddhant Vir Suryavanshi Last Post: ସିଦ୍ଧାନ୍ତ ସୂର୍ଯ୍ୟବନ୍ସିଙ୍କ କ'ଣ ଥିଲା ଶେଷ ପୋଷ୍ଟ ? ଯାହା ଏବେ ହେଉଛି ଭାଇରାଲ୍

ଏହି ଦମ୍ପତି କନ୍ୟା ସନ୍ତାନ ପାଇଁ ଆଗ୍ରହୀ ଥିଲେ : 

କିଛି ମାସ ପୂର୍ବରୁ, ବିପାଶା ବସୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ଯେ, 'ସେ ଏବଂ କରଣ ଗୋଟିଏ କନ୍ୟା ସନ୍ତାନ ଚାହୁଁଛନ୍ତି । ତାଙ୍କର ଇଚ୍ଛା ଥିଲା,ତାଙ୍କ ଘରେ ଏକ ଶିଶୁ କନ୍ୟା ଜନ୍ମ ହେଉ । ସେ କହିଛନ୍ତି ଯେ, ଯେତେବେଳେ ବି ସନ୍ତାନ ପ୍ରସବ କରିବା କଥା ଆସେ, ସେ ଏବଂ କରଣ ଏହା ପାଇଁ ସର୍ବଦା ପ୍ରସ୍ତୁତ ଥିଲେ। ସେ କହିଥିଲେ, 'କରଣ ଏବଂ ମୁଁ ଆରମ୍ଭରୁ ସ୍ପଷ୍ଟ ହୋଇଥିଲୁ, ଆମେ ଏକ ସନ୍ତାନ ଜନ୍ମ କରିବାକୁ ଚାହୁଁଛୁ'।

ଅଭିନେତ୍ରୀ ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର ୨୦୧୫ ମସିହାରେ ଆଲୋନ୍ ହରର୍ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ । ଏହି ଚଳଚ୍ଚିତ୍ର ପରେ ଦୁହିଁଙ୍କ ମଧ୍ୟରେ ଘନିଷ୍ଠତା ବଢିବାରେ ଲାଗିଥିଲା । ଏହାପରେ କରଣ ଏବଂ ବିପାଶା ଅନେକ ଫିଲ୍ମରେ ନଜର ଆସିଥିଲେ । ଗୋଟିଏ ବର୍ଷ ପରସ୍ପରକୁ ଡେଟ୍ କରିବା ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ୨୦୧୬ରେ କରଣ ସିଂ ଗ୍ରୋଭର ଏବଂ ବିପାଶା ବସୁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। 

ପୂର୍ବରୁ କରନ ସିଂ ଗ୍ରୋଭର ପ୍ରଥମେ ଅଭିନେତ୍ରୀ ଶ୍ରଦ୍ଧା ନିଗମଙ୍କୁ ୨୦୦୮ ମସିହାରେ ବିବାହ କରିଥିଲେ ।  ହେଲେ ବିବାହର ୧୦ ମାସ ପରେ ଉଭୟଙ୍କର ଡିଭୋରର୍ସ ହୋଇଥିଲା । ପରେ ଟେଲି ଅଭିନେତ୍ରୀ ଜେନିଫର (Jennifer Winget)ଙ୍କୁ  ୨୦୧୨ ମସିହା ଏପ୍ରିଲ ୯ରେ ବିବାହ କରିଥିଲେ। ଏହି ବିବାହ ମଧ୍ୟ ବେଶି ଦିନ ତିଷ୍ଠି ନ ଥିଲା । ପରେ ୨୦୧୪ରେ ଉଭୟଙ୍କ ବିଚ୍ଛେଦ ହୋଇଥିଲା।  ଏହାପରେ କରନଙ୍କ ଜୀବନରେ ଆସିଥିଲେ ବିପାଶା ।