Bipasha Basu: ପୁଣି ବେବି ବମ୍ପ ସହ ନଜର ଆସିଲେ ବ୍ଲାକ୍ ବିୟୁଟି, ନୂଆ ବର୍ଷ ପୂର୍ବରୁ ଆସିବେ ନୂଆ ଅତିଥି
Advertisement

Bipasha Basu: ପୁଣି ବେବି ବମ୍ପ ସହ ନଜର ଆସିଲେ ବ୍ଲାକ୍ ବିୟୁଟି, ନୂଆ ବର୍ଷ ପୂର୍ବରୁ ଆସିବେ ନୂଆ ଅତିଥି

Bipasha Basu: ବଲିଉଡ ଅଭିନେତ୍ରୀ ବିପାଶା ବସୁ । ପିତାମାତା ହେବାକୁ ଯାଉଛନ୍ତି ବିପାଶା ବସୁ (Bipasha Basu) ଓ କରନ ସିଂ ଗ୍ରୋଭର (Karan Singh Grover) । ଯାହାକୁ ନେଇ ଖୁବ୍ ଏକସାଇଟେଡ ଅଛନ୍ତି ଏହି ଦମ୍ପତି । ବିବାହର ୬ ବର୍ଷ ପରେ ପ୍ରଥମ ଥର ବାପା ମା ହେବାକୁ ଯାଉଛନ୍ତି।

ସୌଜନ୍ୟ : ସୋସିଆଲ ମିଡିଆ

Bipasha Basu: ବଲିଉଡ ଅଭିନେତ୍ରୀ ବିପାଶା ବସୁ । ପିତାମାତା ହେବାକୁ ଯାଉଛନ୍ତି ବିପାଶା ବସୁ (Bipasha Basu) ଓ କରନ ସିଂ ଗ୍ରୋଭର (Karan Singh Grover) । ଯାହାକୁ ନେଇ ଖୁବ୍ ଏକସାଇଟେଡ ଅଛନ୍ତି ଏହି ଦମ୍ପତି । ବିବାହର ୬ ବର୍ଷ ପରେ ପ୍ରଥମ ଥର ବାପା ମା ହେବାକୁ ଯାଉଛନ୍ତି। ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି। ବିପାଶା ବସୁ ପୁଣି ନିଜ ବେବି ବମ୍ପ ସହ ନଜର ଆସିଛନ୍ତି । ଗତକିଛି ଦିନ ତଳେ ବିପାଶା ମାର୍ଟରନିଟି ଫଟୋ ସୁଟ୍ କରିଥିଲେ । ଆଜି ବିପାଶା ସେହି ଫୋଟରୁ ଗୋଟିଏ ଫଟୋ ନିଜ ଇନଷ୍ଟାରେ ସେୟାର କରିଛନ୍ତି । ଫଟୋରେ ଦେଖିବାକୁ ମିଳିଛି ଯେ, ବିପାଶା ଏକ ଗୋଲଡେନ କର୍ଲର ଡ୍ରେସ ପିନ୍ଧିଛନ୍ତି । ଯେଉଁଥିରେ ସେ ଖୁବ ଆକର୍ଷଣୀୟ ଦିଶୁଛନ୍ତି । ଏଥିରେ ସେ ମଧ୍ୟ ଏକ କ୍ୟାପସନ ଲେଖିଛନ୍ତି। ଚଳିତ ବର୍ଷ ଅଗଷ୍ଟ ୧୬ରେ ବିପାଶା ନିଜେ ମାଆ ହେବାର ଖବର ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଦେଇଥିଲେ । ଏକ ବେବି ବମ୍ପ ସହ ଇନଷ୍ଟାରେ ଫଟୋ ସେୟାର କରିଥିଲେ। ଯେଉଁଥିରେ ଫ୍ୟାନ୍ସଙ୍କ କାଫି କମେଣ୍ଟ ଆସିଥିଲା।  ତେବେ, ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବିପାଶା ଆସନ୍ତା ମାସରେ ମାଆ ହୋଇ ପାରନ୍ତି ।  

ଅଭିନେତ୍ରୀ ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର ୨୦୧୫ ମସିହାରେ ଆଲୋନ୍ ହରର୍ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ । ଏହି ଚଳଚ୍ଚିତ୍ର ପରେ ଏହି ଦୁଇ କଳାକାରଙ୍କ ମଧ୍ୟରେ ଘନିଷ୍ଠତା ବଢିବାରେ ଲାଗିଥିଲା । ଏହାପରେ କରଣ ଏବଂ ବିପାଶା ଅନେକ ଫିଲ୍ମରେ ନଜର ଆସିଥିଲେ । ଗୋଟିଏ ବର୍ଷ ପରସ୍ପରକୁ ଡେଟ୍ କରିବା ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ୨୦୧୬ରେ କରଣ ସିଂ ଗ୍ରୋଭର ଏବଂ ବିପାଶା ବସୁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

 

 
 
 
 

 
 
 
 
 
 
 
 
 
 
 

A post shared by Bipasha Basu (@bipashabasu)

 
 
 
 

 
 
 
 
 
 
 
 
 
 
 

A post shared by Bipasha Basu (@bipashabasu)

ଏହାବି ପଢନ୍ତୁ : Sajid Khan: ସାଜିଦଙ୍କ ପାଇଁ 'ଗଧ' ଓ 'ଚର୍ବି ଦୋକାନ' ମୁହାଁମୁହିଁ

ଏହାବି ପଢନ୍ତୁ : Miss World Controversy: ବିଶ୍ବ ସୁନ୍ଦରୀ ପ୍ରତିଯୋଗିତାରେ ଜାଲିଆତି ! ଦେଶୀ ଗାର୍ଲଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ

 

ପୂର୍ବରୁ କରନ ସିଂ ଗ୍ରୋଭର ପ୍ରଥମେ ଅଭିନେତ୍ରୀ ଶ୍ରଦ୍ଧା ନିଗମଙ୍କୁ ୨୦୦୮ ମସିହାରେ ବିବାହ କରିଥିଲେ ।  ହେଲେ ବିବାହର ୧୦ ମାସ ପରେ ଉଭୟଙ୍କର ଡିଭୋରର୍ସ ହୋଇଥିଲା । ପରେ ଟେଲି ଅଭିନେତ୍ରୀ ଜେନିଫର (Jennifer Winget)ଙ୍କୁ  ୨୦୧୨ ମସିହା ଏପ୍ରିଲ ୯ରେ ବିବାହ କରିଥିଲେ। ଏହି ବିବାହ ମଧ୍ୟ ବେଶି ଦିନ ତିଷ୍ଠି ନ ଥିଲା । ପରେ ୨୦୧୪ରେ ଉଭୟଙ୍କ ବିଚ୍ଛେଦ ହୋଇଥିଲା।  ଏହାପରେ କରନଙ୍କ ଜୀବନକୁ ଆସିଥିଲେ ବିପାଶା ।ପ୍ରେଗନେନ୍ସି ପାଇଁ ବିପାଶା ଏବେ ବଲିଉଡରୁ ଦୂରେଇ ରହିଛନ୍ତି । କିନ୍ତୁ କରନଙ୍କୁ ଶେଷଥର ପାଇଁ କବୁଲ ହେ ୨.୦ (Qubool Hai 2.0)ରେ ଦେଖିବାକୁ ମିଳିଥିଲା।