Bigg Boss 16: ଅଡ଼ୁଆରେ ସଲମାନ ! ରିୟାଲିଟି ସୋରେ ଜାତିଆଣ ଆକ୍ଷେପ ଅଭିଯୋଗ, ମେକର୍ସଙ୍କୁ ନୋଟିସ
Advertisement
Article Detail0/zeeodisha/odisha1507654

Bigg Boss 16: ଅଡ଼ୁଆରେ ସଲମାନ ! ରିୟାଲିଟି ସୋରେ ଜାତିଆଣ ଆକ୍ଷେପ ଅଭିଯୋଗ, ମେକର୍ସଙ୍କୁ ନୋଟିସ

Bigg Boss 16: ଚଳିତ ବର୍ଷ ଅକ୍ଟୋବର ୧ ରୁ ଆରମ୍ଭ ହୋଇଛି ଲୋକପ୍ରିୟ ରିୟଲିଟି ଶୋ’ ବିଗବସ୍ ୧୬ । ତେବେ, ଏହି ରିୟଲିଟି ଶୋ’କୁ ଦର୍ଶକଙ୍କୁ ବେଶ ମନୋରଞ୍ଜନର ଖୋରାକ ଯୋଗାଉଛି । ଏହି ଶୋ’ ମାଧ୍ୟମରେ ଦର୍ଶକଙ୍କୁ ଏଣ୍ଟରଟେନମେଣ୍ଟ କରାଉଛନ୍ତି ବିଗବସର ପ୍ରତିଯୋଗୀ ।

Bigg Boss 16: ଅଡ଼ୁଆରେ ସଲମାନ ! ରିୟାଲିଟି ସୋରେ ଜାତିଆଣ ଆକ୍ଷେପ ଅଭିଯୋଗ, ମେକର୍ସଙ୍କୁ ନୋଟିସ

Bigg Boss 16: ଚଳିତ ବର୍ଷ ଅକ୍ଟୋବର ୧ ରୁ ଆରମ୍ଭ ହୋଇଛି ଲୋକପ୍ରିୟ ରିୟଲିଟି ଶୋ’ ବିଗବସ୍ ୧୬ । ତେବେ, ଏହି ରିୟଲିଟି ଶୋ’କୁ ଦର୍ଶକଙ୍କୁ  ବେଶ ମନୋରଞ୍ଜନର ଖୋରାକ ଯୋଗାଉଛି । ଏହି ଶୋ’ ମାଧ୍ୟମରେ ଦର୍ଶକଙ୍କୁ ଏଣ୍ଟରଟେନମେଣ୍ଟ କରାଉଛନ୍ତି  ବିଗବସର ପ୍ରତିଯୋଗୀ । ଗ୍ଲାମର ଦୁନିଆର ଅନେକ ସେଲିବ୍ରିଟି ସଲମାନ ଖାନଙ୍କ ଶୋ’ରେ ଅଂଶଗ୍ରହଣ କରିଛନ୍ତି। 

ରିୟଲିଟି ଶୋ ବିଗବସ୍ ୧୬ ରେ ପ୍ରତିଯୋଗୀମାନଙ୍କ ମଧ୍ୟରେ ଝଗଡା ସାଧାରଣ, କିନ୍ତୁ ଏହି ସମୟ ମଧ୍ୟରେ ଅନେକ ପ୍ରତିଯୋଗୀ ବିବାଦୀୟ ବିୟାନ ଦେଇ ଭୁଲ୍ କରନ୍ତି । ସମ୍ପ୍ରତି,ଏହିପରି ଜଣେ ପ୍ରତିଯୋଗୀ ହେତୁ ବିଗବସ୍ ନିର୍ମାତାମାନେ ଏକ ନୋଟିସ୍ ପାଇଛନ୍ତି ଏବଂ ପ୍ରତିଯୋଗୀଙ୍କ ମନ୍ତବ୍ୟ ସମ୍ପର୍କରେ ସେମାନଙ୍କୁ ଉତ୍ତର ଦେବାକୁ କୁହାଯାଇଛି। ବିବାଦୀୟ ବିବୃତ୍ତି ଦେଇଥିବା ପ୍ରତିଯୋଗୀ ବିକାଶ ମନାକତାଲା(Vikas Manaktala) ବ୍ୟତୀତ ଅନ୍ୟ କେହି ନୁହଁନ୍ତି। ପ୍ରତିଯୋଗୀ ଅର୍ଚ୍ଚନା ଗୌତମ(Archana Gautam )ଙ୍କ ବିଷୟରେ ସେ କିଛି କହିଛନ୍ତି ।  ଯାହା ଏକ ଆପତ୍ତିଜନକ ଜାତି ମନ୍ତବ୍ୟ ଭାବରେ ବିବେଚନା କରାଯାଉଛି।

ବାସ୍ତବରେ, ଅର୍ଚ୍ଚନା ଗୌତମ  ଏବଂ ବିଗବସ୍ ୧୬ର ୱାଇଲ୍ଡ କାର୍ଡ ପ୍ରତିଯୋଗୀ ବିକାଶ ମାନକତାଲାଙ୍କ ମଧ୍ୟରେ କିଛି ବିବାଦ ଦେଖାଦେଇଥିଲା । ରୋଷେଇ ଘରେ ଗ୍ୟାସ୍ ଚୁଲା ବ୍ୟବହାରକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହି ସମୟରେ ଉଭୟଙ୍କ ମଧ୍ୟରେ ଝଗଡା ଓ ଯୁକ୍ତିତର୍କ ହୋଇଥିଲା, କିନ୍ତୁ ପରେ ବିକାଶ ଏପରି କିଛି କହିଥିଲେ ଯାହା ଉପରେ ବିବାଦ ଦେଖାଦେଇଛି। ଡିସେମ୍ବର ୨୮ ରେ ପ୍ରସାରିତ ହୋଇଥିବା ଏପିସୋଡରେ ବିକାଶ ମାନକତାଲା ଅର୍ଚ୍ଚନାଙ୍କ ଉପରେ ଏକ ଜାତିଗତ ମନ୍ତବ୍ୟ ଦେଇଥିଲେ ଏବଂ ତାଙ୍କୁ ଜଣେ ତଳ ଜାତିର ବ୍ୟକ୍ତି ବୋଲି କହିଥିଲେ।

ଏଥିରେ ଆପତ୍ତି ଜଣାଇ ନ୍ୟାସନାଲ କମିଶନ ଫର ଅନୁସୂଚିତ ଜାତି (ଏନସିସି) ବିଗବସ ନିର୍ମାତାଙ୍କୁ ନୋଟିସ୍ ଜାରି କରିଛି ଏବଂ ସେମାନଙ୍କଠାରୁ ଉତ୍ତର ମାଗିଛି। କେବଳ ଏତିକି ନୁହେଁ, ବିକାଶଙ୍କ ଏହି ମନ୍ତବ୍ୟ ଉପରେ ବିଗବସ୍ ନିର୍ମାତାଙ୍ କଠାରୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଏହାସହ ପ୍ରଡକ୍ସନ୍ ହାଉସ୍, ପ୍ରଡ୍ୟୁସର ଏବଂ ଘରୋଇ ଟିଭିକୁ ଏକ ବିଜ୍ଞପ୍ତି ଜାରି କରାଯାଇଛି।

ଏହାବି ପଢନ୍ତୁ : Rishabh Pant Car Accident: ଋଷଭଙ୍କ ପାଇଁ ପ୍ରାର୍ଥନା କରି ଫସିଲେ ଉର୍ବଶୀ, ଟ୍ରୋଲର୍ସ କହିଲେ ବନ୍ଦ କର ଏସବୁ !

ଏହାବି ପଢନ୍ତୁ : Elina Samantray: ଶିକ୍ଷୟିତ୍ରୀ ହେବାକୁ ଚାହୁଁଥିବା ଏଲିନା କାହିଁକି ଅଭିନୟ ଦୁନିଆରେ ଥାପିଥିଲେ ପାଦ...

ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ଚ୍ୟାନେଲ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ଏଥି ସହିତ, ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ବାସ କରାଯାଏ । ତେବେ ବିକାଶଙ୍କୁ ବିଗବସରୁ ବହିଷ୍କାର କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ଏବଂ ଏହା ଆଗାମୀ ଏପିସୋଡରେ ମଧ୍ୟ ଘୋଷଣା କରାଯିବ। ଏହା ସହିତ ହୋଷ୍ଟ ସଲମାନ ଖାନ ୱିକେଣ୍ଡ କା ଭରରେ ସୋ ବିଷୟରେ ପ୍ରତିଯୋଗୀମାନଙ୍କୁ ସଚେତନ କରିବେ ।