Bigg Boss 16 Finale: ବିଗବସ୍ ସିଜିନ ୧୬ର ବିଜେତା ହେଲେ ରାପର ଏମସି ଷ୍ଟାନ୍, ଜାଣନ୍ତୁ ଟ୍ରଫି ସହ ପାଇଲେ କେତେ ଲକ୍ଷ ?
Advertisement

Bigg Boss 16 Finale: ବିଗବସ୍ ସିଜିନ ୧୬ର ବିଜେତା ହେଲେ ରାପର ଏମସି ଷ୍ଟାନ୍, ଜାଣନ୍ତୁ ଟ୍ରଫି ସହ ପାଇଲେ କେତେ ଲକ୍ଷ ?

Bigg Boss 16 Finale: ଅପେକ୍ଷାର ଅନ୍ତ ଘଟିଲା । କଲର୍ସ ଟିଭିରେ ପ୍ରସାରିତ ରିୟଲିଟି ଶୋ ବିଗବସ୍ ୧୬(Bigg Boss 16) ଟ୍ରଫି ହାତେଇଲେ ରାପର ଏମସି ଷ୍ଟାନ୍ । ୫ ଜଣ ଫାଇନାଲିଷ୍ଟଙ୍କୁ ପଛରେ ପକାଇ ବିଜୟର ମୁକୁଟ ପିନ୍ଧିଛନ୍ତି ଏହି ଜଣାଶୁଣା ରାପର । ସେହିପରି ପ୍ରଥମ ରନର୍ସ ଅଫ ହୋଇଛନ୍ତି ବିଗବସ୍ ବିଜେତା ଶିବ ଠାକରେ ଏବଂ ଦ୍ବୀତିୟ ରନର୍ସ ଅଫ ହୋଇଛନ୍ତି ପ୍ରିୟଙ୍କା ଚାହାର ଚୌଧୁରୀ । ରାପର ଏମସି ଷ୍ଟାନଙ୍କୁ ଟ୍ରଫି ସହ ୩୧.୮ ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିଥିବା ବେଳେ ଏକ ବ୍ରାଣ୍ତ ନ୍ୟୁ କାର ମଧ୍ୟ ପ୍ରଦାନ କରାଯାଇଛି ।

ସୌଜନ୍ୟ- ସୋସିଆଲ ମିଡିଆ

Bigg Boss 16 Finale: ଅପେକ୍ଷାର ଅନ୍ତ ଘଟିଲା ।  କଲର୍ସ ଟିଭିରେ ପ୍ରସାରିତ ରିୟଲିଟି ଶୋ ବିଗବସ୍ ୧୬(Bigg Boss 16) ଟ୍ରଫି ହାତେଇଲେ  ରାପର ଏମସି ଷ୍ଟାନ୍ । ୫ ଜଣ ଫାଇନାଲିଷ୍ଟଙ୍କୁ ପଛରେ ପକାଇ  ବିଜୟର ମୁକୁଟ ପିନ୍ଧିଛନ୍ତି ଏହି ଜଣାଶୁଣା ରାପର ।  ସେହିପରି ପ୍ରଥମ  ରନର୍ସ ଅଫ ହୋଇଛନ୍ତି ବିଗବସ୍ ବିଜେତା ଶିବ ଠାକରେ ଏବଂ ଦ୍ବୀତିୟ ରନର୍ସ ଅଫ ହୋଇଛନ୍ତି  ପ୍ରିୟଙ୍କା ଚାହାର ଚୌଧୁରୀ । ରାପର  ଏମସି ଷ୍ଟାନଙ୍କୁ ଟ୍ରଫି ସହ ୩୧.୮ ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିଥିବା ବେଳେ ଏକ ବ୍ରାଣ୍ତ ନ୍ୟୁ କାର ମଧ୍ୟ ପ୍ରଦାନ କରାଯାଇଛି ।  ଦିର୍ଘ ୪ ମାସ ଧରି ବିଗ୍ ବସ ୧୬ ଚାଲିବା ପରେ ଗତକାଲି(ରବିବାର) ଶେଷ ହୋଇଛି ।  ଅର୍ଚ୍ଚନା ଗୌତମ ତୃତୀୟ ରନର୍ସ ଅଫ ହୋଇଛନ୍ତି। 

ବିଗବସ୍ ୧୬(Bigg Boss) ଫାଇନାଲ ରବିବାର ରାତି ୯ଟା ସମୟରୁ ଆରମ୍ଭ ହୋଇ ରାତି ୧୨ଟା ପର୍ଯ୍ୟନ୍ତ ଚାଲିଥିଲା। ଟପ୍ ୫ରେ ଥିଲେ ଶିବ ଠାକରେ ,ପ୍ରିୟଙ୍କା ଚାହାର ଚୌଧୁରୀ, ଶାଲୀନି  ଭାନୋତ୍ ,ଅର୍ଚ୍ଚନା ଗୌତମ୍  ଓ ରାପର ଏମସି ଷ୍ଚାନ୍ । ବିଗବସ୍ ୧୬ ଫାଇନାଲରେ  ସମସ୍ତ ପୁରୁଣା ପ୍ରତିଯୋଗୀ ସାମିଲ ହୋଇଥିୂବା ବେଳେ ଟପ୍ ୫ ଫାଇନାଲିଷ୍ଟଙ୍କ ପରିବାର ସଦସ୍ୟ ମଧ୍ୟ ସାମିଲ ହୋଇଥିଲ । ଏହା ପରେ ଆରମ୍ଭ ହୋଇଥିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ବହୁ ଜଣାଶୁଣା ବଲିଉଡର କଳାକାରମାନେ ସାମିଲ ହୋଇଥିଲେ। 

ଏହାବି ପଢନ୍ତୁ : Weird News: ଇଏ ହେଉଛି ସେହି ଗାଁ, ଏଠାରେ ଚାଲେ ନାହିଁ ଦେଶର ଆଇନ କାନୁନ!

ଏହାବି ପଢନ୍ତୁ : Kiss Day 2023: କାହିଁକି ପାଳନ କରାଯାଏ କିସ୍‌ ଡେ’, ଜାଣନ୍ତୁ କେଉଁ କିସ୍‌ର ଅର୍ଥ କ’ଣ ସୂଚାଏ ?

ତେବେ, ୫ ଜଣ  ଫାଇନାଲିଷ୍ଟଙ୍କ ମଧ୍ୟରୁ ପ୍ରଥମେ ବିଗ୍ ବସ ହାଉସରୁ ବାହାରକୁ ଆସିଥିଲେ ସାଲିନ୍ ଏହା ପରେ ଆସିଥିଲେ ଅର୍ଚ୍ଚନା ଗୌତମ। ଟପ୍ ୩ ଫାଇନାଲିଷ୍ଟଙ୍କ ମଧ୍ୟରୁ  କିଏ ବିଜୟୀ ମୁକୁଟ ପିନ୍ଧିବ ସେନେଇ ସମସ୍ତଙ୍କ ହାର୍ଟବିଟ୍ ବଢି ଯାଇଥିଲା। ଶେଷରେ ଏହି ରେସରୁ ବାହାରି ଯାଇଥିଲେ ପ୍ରିୟଙ୍କା। ଯାହା ସମସ୍ତଙ୍କୁ ଝଟକା ଦେଇଥିଲା  କାହିଁକିନା  ସମସ୍ତେ ଭାବୁଥିଲେ ଯେ, ପ୍ରିୟଙ୍କା ହିଁ ଚଳିତ ସିଜିନର ବିଜେତା ହେବେ ।  କିନ୍ତୁ କମ୍ ଭୋଟ ଯୋଗୁଁ ପ୍ରିୟଙ୍କା ବିଗ୍ ବସ ହାଉସରୁ ବାହାରକୁ ଆସିଥିଲେ। 

ଯାହାକୁ ନେଇ ତାଙ୍କ ଫ୍ୟାନ୍ସ ନିରାଶ ହୋଇଥିଲେ। କିନ୍ତୁ ସେ ଖୁସିଥିବା କହିଥିଲେ। ଶେଷରେ ଶିବ୍ ଠାକରେ  ଓ ଏମସି ଷ୍ଟାନ୍ ବିଗବସ ହାଉସରୁ ବାହାରକୁ ଆସିବା ପରେ ସମସ୍ତେ ଭାବିଲେ ଯେ,ଶିବ ଠାକରେ ବିଜେତା ହେବେ । କିନ୍ତୁ ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟାଇ ଶୋର ହୋଷ୍ଟ ସଲମାନ ଖାନ୍ ରାପର  ଏମସି ଷ୍ଟାନ (MC Stan Wins Trophy)ଙ୍କୁ ବିଗବସ ସିଜିନ ୧୬ର ବିଜେତା ଘୋଷଣା କରିଥିଲେ। କିଛି ସମୟ ପାଇଁ ଏବାକୁ ବିଶ୍ବାସ କରିପାରିନ ଥିଲେ ଉପସ୍ଥିତ ଥିବା ଦର୍ଶକ ଓ କଳାକାର ।  ଶେଷରେ ବିଗବସ ଟ୍ରଫି ତାଙ୍କ ହାତକୁ ଯାଇଥିଲା। ୨୦୨୨ ଅକ୍ଟୋବର  ୧ ତାରିଖରୁ ଆରମ୍ଭ ହୋଇଥିଲା ବିଗବସ  ସିଜିନ ୧୬ । ଯେଉଁଥିରେ ୧୭ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ।