ଯାଯାବର ୨.୦ ସିନେମା ଦେଖି ଶ୍ରୀରାମ ପଣ୍ଡାଙ୍କୁ ମନେ ପକାଇଲେ ଦର୍ଶକ
Advertisement

ଯାଯାବର ୨.୦ ସିନେମା ଦେଖି ଶ୍ରୀରାମ ପଣ୍ଡାଙ୍କୁ ମନେ ପକାଇଲେ ଦର୍ଶକ

Ollywood News: ଯାଯାବର ୨.୦ ସାରା ଓଡିଶାର ୨୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଏହି ଅବସରରେ ଭୁବନେଶ୍ୱର ସ୍ଥିତ ସ୍ଵାତି ସିନେପ୍ଲେକ୍ସରେ ପ୍ରିମିଅର ଶୋ' ଅନୁଷ୍ଠିତ ହୋଇଥିଲା । ଏହି ଶୋ' କୁ ବିଭିନ୍ନ ବର୍ଗର ଦର୍ଶକମାନେ ଦେଖିବାକୁ ଆସିଥିଲେ । ବିଶେଷ କରି ଅଧିକ ସଂଖ୍ୟାରେ ଅନେକ ଗୁଡିଏ ଥିଏଟର ଗ୍ରୁପର କଳାକାର, ଲେଖକ ଓ ନିର୍ଦ୍ଦେଶକ ଆସିଥିଲେ । ଅଳ୍ପ ବୟସ୍କ ଯୁବ ନିର୍ଦ୍ଦେଶକ ଅଭିଷେକ ସ୍ୱାଇଁଙ୍କ ପରିକଳ୍ପନାକୁ ସମସ୍ତେ ବାଃ ବାଃ ସବାସୀ ଦେଇଥିଲେ ଦର୍ଶକ। 

ଯାଯାବର ୨.୦ ସିନେମା ଦେଖି ଶ୍ରୀରାମ ପଣ୍ଡାଙ୍କୁ ମନେ ପକାଇଲେ ଦର୍ଶକ

Ollywood News: ଆଓ ନେକ୍ସ୍ଟ  ପୂର୍ବ ଭାରତର ଲୋକପ୍ରିୟ ଓ ପ୍ରିମିଅମ୍ ଓଟିଟି ପ୍ଲାଟଫର୍ମ ପ୍ରଯୋଜିତ ଓ ଜାଗ୍ରନ ଚଳଚ୍ଚିତ୍ର ମହୋତ୍ସବ ପ୍ରଦର୍ଶିତ ଯାଯାବର ୨.୦ ସାରା ଓଡିଶାର ୨୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଏହି ଅବସରରେ ଭୁବନେଶ୍ୱର ସ୍ଥିତ ସ୍ଵାତି ସିନେପ୍ଲେକ୍ସରେ ପ୍ରିମିଅର ଶୋ' ଅନୁଷ୍ଠିତ ହୋଇଥିଲା । ଏହି ଶୋ' କୁ ବିଭିନ୍ନ ବର୍ଗର ଦର୍ଶକମାନେ ଦେଖିବାକୁ ଆସିଥିଲେ । ବିଶେଷ କରି ଅଧିକ ସଂଖ୍ୟାରେ ଅନେକ ଗୁଡିଏ ଥିଏଟର ଗ୍ରୁପର କଳାକାର, ଲେଖକ ଓ ନିର୍ଦ୍ଦେଶକ ଆସିଥିଲେ । ଅଳ୍ପ ବୟସ୍କ ଯୁବ ନିର୍ଦ୍ଦେଶକ ଅଭିଷେକ ସ୍ୱାଇଁଙ୍କ ପରିକଳ୍ପନାକୁ ସମସ୍ତେ ବାଃ ବାଃ ସବାସୀ ଦେଇଥିଲେ ଦର୍ଶକ। 

ଗୋଟିଏ ରାତିର କାହାଣୀକୁ ନେଇ ଏହି ସିନେମାଟି ନିର୍ମାଣ ହୋଇଛି । ତେବେ କାହାଣୀ ଏପରି, ଦୁଇ ଜଣ ଅପରିଚିତ ବ୍ୟକ୍ତି ଏକ ଅପ୍ରତ୍ୟାଶିତ ପରିସ୍ଥିତି ମଧ୍ୟରେ ଭେଟ ହୁଅନ୍ତି ଏବଂ ସେମାନଙ୍କର ଅପରାଧିକ ଅତୀତ ବିଷୟରେ ଦୁଇ ଜଣ ଦୁଇ ଜଣଙ୍କୁ କୁହନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଅପରାଧ ଦୁନିଆରେ ହଜି ଯାଏ ହେଲେ ଅନ୍ୟ ଜଣକ ଏଥିରୁ ମୁକ୍ତି ଖୋଜେ । ଜଣେ ଟ୍ୟାକ୍ସି ଡ୍ରାଇଭର ଏବଂ ପାର୍ଟ ଟାଇମ କଣ୍ଟ୍ରାକ୍ଟ କିଲର ଜଗତର ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଏକ ଅଭୂତ ସଂଯୋଗ ଅଛି, ବିଶେଷ ଭାବରେ ଶ୍ରୀରାମ ପଣ୍ଡା, ଓଡ଼ିଶାର ଜଣେ ଲୋକପ୍ରିୟ ଅଭିନେତା ଯିଏକି ପରେ ସନ୍ୟାସୀ ଜୀବନ ଗ୍ରହଣ କରିଥିଲେ । ଜଗତ, ସତ୍ୟବ୍ରତ ପାଇଁ ଗାଡି ଚଳାନ୍ତି । ନିଜର ଅତ୍ୟଧିକ ଦୋଷ ଅନୁଭବ କରି, ଜଗତକୁ ନିଜର ଜୀବନର ସଞ୍ଚୟ ଦେଇ ତାକୁ ନିଜର ଜୀବନ ହରାଇବାକୁ ସତ୍ୟବ୍ରତ କୁହନ୍ତି, ଯେତେବେଳେ ଜଗତ ପାର୍ଟ ଟାଇମ ବେଶ୍ୟା, ବାର ନୃତ୍ୟଶିଳ୍ପୀ ଓ ଗାୟିକା ମାନିନୀଙ୍କୁ ଭେଟିଲା ପରେ ସବୁକିଛି ବଦଳିଯାଏ । ତେବେ ଆଗକୁ କଣ ହେବ? ଏମିତି ଏକ ରହସ୍ୟରେ ଭରପୁର କାହାଣୀ ହେଉଛି ଯାଯାବର ୨.୦ ।

କୌଶିକ ଦାସ ଏବଂ ରାମ ପଟ୍ଟନାୟକଙ୍କ ପ୍ରଯୋଜିତ ଯାଯାବର ୨.୦ ର ବିଭିନ୍ନ ଭୂମିକାରେ ଅଛନ୍ତି ପ୍ରସନ୍ନଜିତ ମହାପାତ୍ର, ଦେବେଶ ରଞ୍ଜନ, ସୋନାଲି ଶର୍ମିଷ୍ଠା, ବି. ଏମ ବୈଶାଳୀ, ଚୌଧୁରୀ ବିକାଶ ଦାସ, ଶ୍ଵେତା ଆଚାର୍ଯ୍ୟ, ମାନସ ରଞ୍ଜନ ମୁଦୁଲି । ଅଭିଷେକ ଦାସଙ୍କ ଦ୍ୱାରା ଲିଖିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବର୍ତ୍ତମାନର ପ୍ରତିଭାଶାଳୀ ଯୁବ ନିର୍ଦ୍ଦେଶକ ଅଭିଷେକ ସ୍ୱାଇଁ ।

ନିର୍ଦ୍ଦେଶକ ଅଭିଷେକ ସ୍ୱାଇଁ, ଦେବେଶ ରଞ୍ଜନ, ପ୍ରସନ୍ନଜିତ ମହାପାତ୍ର, ସିମ୍ରନଙ୍କ ସମେତ ଯାଯାବର ୨.୦ ର ସମସ୍ତ ମେମ୍ବର ଏହି ପ୍ରିମିଅର ଶୋରେ ଉପସ୍ଥିତ ଥିଲେ । ତେବେ ପ୍ରେକ୍ଷାଳୟରେ ଫିଲ୍ମ ଦେଖି ନିଶ୍ଚିତ ଭାବେ ଶ୍ରୀରାମ ପଣ୍ଡାଙ୍କୁ ଦର୍ଶକ ମନେ ପକେଇଛନ୍ତି ବୋଲି ପ୍ରଯୋଜକ ପ୍ରକାଶ କରିଥିଲେ । ଯାଯାବର ୨.୦ ର ଆଜିକାଲି ସମୟ ପାଇଁ ଏକ ବହୁତ ଉଚ୍ଚ କୋଟିର ଚିନ୍ତାଧାରା ର ସିନେମା ବୋଲି ପ୍ରଚାର ପ୍ରସାର ଦାୟିତ୍ୱରେ ଥିବା ମିଡ଼ିଆ ପ୍ଲାନର କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ କହିଛନ୍ତି ।

Also Read- Jajpur News: ଟ୍ରକ୍-ବାଇକ୍ ଧକ୍କା, ୩ଜଣଙ୍କ ମୃତ୍ୟୁ

Also Read- ବିଷାକ୍ତ ମଦ ନେଲା ୨୧ ଜୀବନ, ଅନେକ ଗୁରୁତର