Atif aslam Baby girl: ତୃତୀୟ ଥର ପାଇଁ ବାପା ହେଲେ ଅତିଫ୍ ଅସଲାମ, ସେୟାର କଲେ ଝିଅର ଫଟୋ
Advertisement

Atif aslam Baby girl: ତୃତୀୟ ଥର ପାଇଁ ବାପା ହେଲେ ଅତିଫ୍ ଅସଲାମ, ସେୟାର କଲେ ଝିଅର ଫଟୋ

Atif aslam Baby girl: ପାକିସ୍ତାନରୁ ଆରମ୍ଭ କରି ଭାରତ ସବୁଆଡ଼େ ତାଙ୍କର ଗୀତର କ୍ରେଜ ଦେଖିବାକୁ ମିଳେ । ବର୍ତ୍ତମାନ ଖୁସିରେ ଖୁସିରେ ତାଙ୍କ ଗୋଡ଼ ଆଉ ତଳେ ଲାଗୁନି, କାରଣ ତୃତୀୟ ଥର ବାପା ହୋଇଛନ୍ତି ସିଙ୍ଗର ଅତିଫ୍ ଅସଲାମ । ଏଥର ଅତିଫଙ୍କ ଘରକୁ ଆସିଛନ୍ତି କୁନି ପରୀ । ସୋସିଆଲ ମିଡ଼ିଆରେ ନିଜ ଝିଅର ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଏହି ଖୁସି ଖବର ଦେଇଛନ୍ତି ଗାୟକ ।

ସୌ(ସୋସିଆଲ ମିଡିଆ)

Atif aslam Baby girl: ନିଜ ସ୍ବରର ଯାଦୁରେ ଲୋକଙ୍କୁ ଦିୱାନା ବନାଇଛନ୍ତି ପାକିସ୍ତାନୀ ଗାୟକ ଅତିଫ୍ ଅସଲାମ(Atif aslam) । ପାକିସ୍ତାନରୁ ଆରମ୍ଭ କରି ଭାରତ ସବୁଆଡ଼େ ତାଙ୍କର ଗୀତର କ୍ରେଜ ଦେଖିବାକୁ ମିଳେ । ବର୍ତ୍ତମାନ ଖୁସିରେ ଖୁସିରେ ତାଙ୍କ ଗୋଡ଼ ଆଉ ତଳେ ଲାଗୁନି, କାରଣ ତୃତୀୟ ଥର ବାପା ହୋଇଛନ୍ତି ସିଙ୍ଗର ଅତିଫ୍ ଅସଲାମ । ଏଥର ଅତିଫଙ୍କ ଘରକୁ ଆସିଛନ୍ତି କୁନି ପରୀ । ସୋସିଆଲ ମିଡ଼ିଆରେ ନିଜ ଝିଅର ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଏହି ଖୁସି ଖବର ଦେଇଛନ୍ତି ଗାୟକ । ଗୁରୁବାର ଦିନ ନିଜ ଇଣ୍ଟାଗ୍ରାମ ଆକଉଣ୍ଟରେ ଝିଅର ଏକ ଫଟୋ ସେୟାର କରି ଏହି ଖୁସି ଖବର ଦେଇଥିଲେ ଅତିଫ୍ । ଏହି ଫଟୋରେ କୁନି ପରୀ ଏକ ଗୋଲାପୀ ରଙ୍ଗରେ ପୋଷାକ ପନ୍ଧିଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ଗାୟକ ତାଙ୍କ ଝିଅଙ୍କ ନାମ ‘ହଲିମା ଅତିଫ୍ ଅସଲାମ’ ରଖିଛନ୍ତି ।

ଝିଅର ଫଟୋ ସେୟାର କରି ଅତିଫ୍ ଅସଲାମ ଲେଖିଛନ୍ତି ଯେ, ‘ଅପେକ୍ଷା ଶେଷ ହୋଇଛି, ମୋ ହୃଦୟର ରାଣୀ ଆସିଯାଇଛନ୍ତି । ସାରା ଓ ବେବି ଉଭୟ ଠିକ୍ ଅଛନ୍ତି । ଦୟାକରି ଆମ ଲାଗି ପ୍ରାର୍ଥନା କରନ୍ତୁ । ହାଲିମା ଅତିଫ୍ ଅସଲାମଙ୍କ ପକ୍ଷରୁ ରମଜାନର ଶୁଭକାମନା । ପ୍ରକାଶ ଥାଉ କି, ଝିଅ ଜନ୍ମ ପରେ ତୃତୀୟ ଥର ଲାଗି ମାତା ପିତା ହୋଇଛନ୍ତି ଅତିଫ୍ ଓ ପତ୍ନୀ ସାରା । ଏହାପୂର୍ବରୁ ଦମ୍ପତ୍ତିଙ୍କର ଅବଦୁଲ ଅହମ ଓ ଆର୍ଯ୍ୟନ୍ ନାମକ ଦୁଇ ପୁଅ ଅଛନ୍ତି । ଅତିଫ୍ ଅସଲାମ ପୋଷ୍ଟର ସେୟାର କରିବା ସମୟରେ ହଲିମାଙ୍କ ଆଖିକୁ ଘୋଡ଼ାଇବାକୁ ଏକ ଫିଲ୍ଟର ବ୍ୟବହାର କରିଥିବା ଦେଖିବାକୁ ମିଳିଛି’ ।

 

 
 
 
 

 
 
 
 
 
 
 
 
 
 
 

A post shared by Atif Aslam (@atifaslam)

ଏହାମଧ୍ଯ ପଢନ୍ତୁ-Zwigato collection: କିଙ୍ଗ ଖାନଙ୍କ କଥା ନମାନି ସଙ୍କଟରେ କପିଲ! ମଙ୍ଗଳବାର ଦିନ ମାତ୍ର ୭୫୦୦ ଟଙ୍କା ରୋଜଗାର କଲା ‘ଜିଗୋଟୋ’, ଶୁଭେଚ୍ଛା ଜଣାଇଲେ ଏହି ଅଭିନେତା

ଏହାମଧ୍ଯ ପଢନ୍ତୁ-Zwigato: କପିଲ ଶର୍ମାଙ୍କ ଫିଲ୍ମ ‘ଜିଗାଟୋ’କୁ ଟାକ୍ସ ଫ୍ରି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

 ୨୦୧୯ ମସିହାରେ ଆତିଫ ଓ ସାରା ଦ୍ବିତୀୟ ଥର ପାଇଁ ମାଆ ବାପା ହୋଇଥିଲେ । ଏହି ସମୟରେ ପୁଅର ଫଟୋ ସେୟାର କରି ଆତିଫ ଲେଖିଥିଲେ କି, 'ଉଭୟ ମା ଓ ପିଲା ଭଲ ଅଛନ୍ତି। ତୁମର ପ୍ରାର୍ଥନାରେ ଆମକୁ ମନେରଖ, 'ମଶାଲ୍ଲା' କହିବାକୁ ଭୁଲନ୍ତୁ ନାହିଁ । ସୂଚନାଥାଉ କି, ଆତିଫ ଅସଲମ ତାଙ୍କ ଗାର୍ଲଫ୍ରେଣ୍ଡ ସାରା ଭରୱାନାଙ୍କୁ ମାର୍ଚ୍ଚ ୨୦୨୩ ମସିହାରେ ଲାହୋରରେ ଏକ ବିବାହ କରିଥିଲେ। ବଲିଉଡ଼ରେ ଦର୍ଶକଙ୍କ ବହୁ ହିଟ୍ ଗୀତ ଭେଟି ଦେଇଛନ୍ତି ଅତିଫ୍ ଅସଲାମ । ‘ଅଜବ ପ୍ରେମ କି ଗଜାବ କାହାନୀ'ର 'ତେରେ ସଙ୍ଗ ୟାରା', ‘ତେରା ହୋନେ ଲଗା ହୁଁ’ , ‘ବସ ଏକ ପଲ’, ‘ତେରେ ବିନ’ ତାଙ୍କର ଚର୍ଚ୍ଚିତ ଗୀତ ଅଟେ ।