Atal Pension Yojana: ୨୦୦ଟଙ୍କା ବିନିଯୋଗ କରି ପ୍ରତିମାସ ପାଆନ୍ତୁ ୫ହଜାର
Advertisement
Article Detail0/zeeodisha/odisha1916779

Atal Pension Yojana: ୨୦୦ଟଙ୍କା ବିନିଯୋଗ କରି ପ୍ରତିମାସ ପାଆନ୍ତୁ ୫ହଜାର

Atal Pension Yojana: ଅଟଳ ପେନସନ ଯୋଜନାରେ ଯଦି ଆପଣ ପ୍ରତି ମାସରେ ଅଳ୍ପ ପରିମାଣର ଟଙ୍କା ଜମା କରିବେ ତେବେ ଭବିଷ୍ୟତରେ ଆପଣ ୧ ହଜାରରୁ ଆରମ୍ଭ କରି ୫ ହଜାର ଟଙ୍କା ପର୍ଯ୍ୟନ୍ତ ମାସିକ ପେନସନ୍ ପାଇପାରିବେ ।

Atal Pension Yojana: ୨୦୦ଟଙ୍କା ବିନିଯୋଗ କରି ପ୍ରତିମାସ ପାଆନ୍ତୁ ୫ହଜାର

Atal Pension Yojana: ଜନସାଧାରଣଙ୍କ ସୁବିଧା ପାଇଁ ଅନେକ ପ୍ରକାରର ଯୋଜନା କରିଛନ୍ତି ସରକାର । ଆଜି ଆପଣଙ୍କୁ ଜଣାଇବୁ ଅଟଳ ପେନସନ ଯୋଜନା ସମ୍ପର୍କରେ । ଏହି ଯୋଜନା ୮ ବର୍ଷ ହେବ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି । ଏହି ଯୋଜନାରେ, ଆପଣ ନିଜ ପସନ୍ଦ ହିସାବରେ ପେନସନ ସ୍କିମ୍ (Pension Scheme) ଚୟନ କରିପାରିବେ । ଯଦି ଆପଣ ଏହି ଯୋଜନାର ଲାଭ ପାଇବାକୁ ଇଚ୍ଛୁକ ତେବେ ଆପଣଙ୍କୁ ମାତ୍ର ଅଳ୍ପ ଟଙ୍କା ନିବେଶ କରିବାକୁ ପଡିବ । ଆପଣ ପ୍ରତି ମାସରେ ୨୧୦ ଟଙ୍କା ବିନିଯୋଗ କରିବା ଦ୍ୱାରା ଅବସର ପରେ ଆପଣଙ୍କୁ ପ୍ରତି ମାସରେ ୫ ହଜାର ଟଙ୍କା ପେନସନ୍ ମିଳିବ । ୨୦୧୫-୧୬ ଆର୍ଥିକ ବର୍ଷରେ ଅଟଳ ପେନସନ ଯୋଜନା ଆରମ୍ଭ କରାଯାଇଥିଲା । ଅବସର ପରେ ଲୋକଙ୍କୁ ନିୟମିତ ଆୟ ଯୋଗାଇବା ଲକ୍ଷ୍ୟ ନେଇ ଏହି ଯୋଜନା ଆରମ୍ଭ ହୋଇଥିଲା । ଅଟଳ ପେନସନ୍ ଯୋଜନା ପେନସନ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA) ଦ୍ୱାରା ପରିଚାଳିତ ।

କିଏ ପାଇପାରିବେ ଏହାର ଲାଭ?
ଏହି ଯୋଜନାର ଲାଭ ପାଇବା ପାଇଁ ନିର୍ଦ୍ଦିଷ୍ଟ ବୟସସୀମା ଧାର୍ଯ୍ୟ କରାଯାଇଛି । ୧୮ ରୁ ୪୦ ବର୍ଷ ବୟସର ସମସ୍ତ ଭାରତୀୟ ନାଗରିକ ଏହି ଯୋଜନାର ଲାଭ ନେଇପାରିବେ । ଅକ୍ଟୋବର ୧, ୨୦୨୨ ପରେ ଏଥିପାଇଁ ଆବେଦନ କରିହେବ । କେବଳ ସେହି ବ୍ୟକ୍ତି ଆବେଦନ କରିପାରିବେ ଯେଉଁମାନେ ଆୟକର ପୈଠ କରନ୍ତି ନାହିଁ ବା ଯାହାର ରୋଜଗାର ଆୟକର (income tax) ଦେବା ଯୋଗ୍ୟ ପାଇଁ ଉଦିଷ୍ଟ ନୁହେଁ । ଏହି ଯୋଜନାରେ ଜଣେ ବ୍ୟକ୍ତିଙ୍କୁ ତାଙ୍କର ଜମା କରାଯାଇଥିବା ଟଙ୍କାକୁ ଭିର୍ତ୍ତି କରି ମାସକୁ ମାସ ପେନସନ ଦିଆଯିବ । ୬୦ ବର୍ଷ ବୟସ ହେବା ପରେ ମାସିକ ୧ହଜାରରୁ ଆରମ୍ଭ କରି ୫ ହଜାର ପର୍ଯ୍ୟନ୍ତ ପେନ୍‌ସନ୍‌ ପାଇପାରିବେ । ଯଦି କୌଣସି କାରଣରୁ ଗ୍ରାହକଙ୍କ ମୃତ୍ୟୁ ଘଟେ ତେବେ ଏହି ଟଙ୍କା ତାଙ୍କ ନୋମିନଙ୍କୁ ପ୍ରଦାନ କରାଯାଏ ।

ପ୍ରତି ମାସରେ ମିଳିପାରିବ ୫ ହଜାର
ଆପଣଙ୍କୁ କହିରଖୁଛୁ ଯେ, ଅଳ୍ପ ଟଙ୍କା ବିନିଯୋଗ କରିବା ପରେ ଏପରି ପେନସନ ସୁବିଧା ପାଇବା ଏକ ଭଲ ଯୋଜନା ବୋଲି ଜନସାଧାରଣ ଆଲୋଚନା କରନ୍ତି । ଅଟଳ ପେନସନ ଯୋଜନାରେ ପ୍ରତି ମାସରେ ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ନିବେଶ ପରେ ଆପଣଙ୍କୁ ପ୍ରତି ମାସକୁ ୧ହଜାରରୁ ୫ହଜାର ଟଙ୍କା ପେନସନ ମିଳିବ । ନିୟମ ଅନୁଯାୟୀ ଯଦି ଜଣେ ବ୍ୟକ୍ତି ୧୮ ବର୍ଷ ବୟସରେ ମାସିକ ପେନସନ ପାଇଁ ଟଙ୍କା ପୈଠ କରିବା ଆରମ୍ଭ କରିବେ ତେବେ ସେ ସର୍ବାଧିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ ପାଇପାରିବେ । ଏଥିପାଇଁ ଆପଣଙ୍କୁ ପ୍ରତି ମାସରେ ୨୧୦ ଟଙ୍କା ଦେବାକୁ ପଡିବ । ଯଦି ଆପଣ ପ୍ରତି ତିନି ମାସରେ ସମାନ ପରିମାଣ ଦେବେ ତାହେଲେ ଆପଣଙ୍କୁ ୬୨୬ ଟଙ୍କା ଦେବାକୁ ପଡିବ । ଯଦି ଆପଣ ପ୍ରତି ଛଅ ମାସରେ ଦେବାକୁ ଚାହାନ୍ତି ତେବେ ଆପଣଙ୍କୁ ୧,୨୩୯ ଟଙ୍କା ଦେବାକୁ ହେବ । ଯଦି ଆପଣ ମାସକୁ ୧ହଜାର ଟଙ୍କା ପେନସନ ପାଇବାକୁ ଚାହୁଁଛନ୍ତି  ଏବଂ ଆପଣ ୧୮ ବର୍ଷ ବୟସରେ ବିନିଯୋଗ କରିବାକୁ ଚାହାନ୍ତି, ତେବେ ଆପଣଙ୍କୁ ମାସକୁ ମାତ୍ର ୪୨ ଟଙ୍କା ଦେବାକୁ ପଡିବ ।

Also Read- ଘରେ ନିଅନ୍ତୁ ଥିଏଟର ମଜା, ଶସ୍ତାରେ ମିଳୁଛି ୭୫ ଇଞ୍ଚର ୪କେ ଟିଭି

Also Read- Veg Soya Biryani: ଘରେ ପ୍ରସ୍ତୁତ କରନ୍ତୁ ଭେଜ୍ ସୋୟା ବିରିୟାନି, ସଭିଏଁ କହିବେ ସ୍ୱାଦିଷ୍ଟ

Also Read- Back Pain Problems: ବ୍ୟାକ ପେନ୍ ପାଇଁ ଚିନ୍ତିତ କି? ଜାଣନ୍ତୁ ସମାଧାନର ସୁତ୍ର