Ashish Vidyarthi Net Worth : କେତେ କୋଟିର ମାଲିକ ଆଶିଷ ବିଦ୍ୟାର୍ଥୀ? ସେ ଅଧିକ ଧନୀ ନା ତାଙ୍କ ସ୍ତ୍ରୀ ରୂପାଲୀ
Advertisement

Ashish Vidyarthi Net Worth : କେତେ କୋଟିର ମାଲିକ ଆଶିଷ ବିଦ୍ୟାର୍ଥୀ? ସେ ଅଧିକ ଧନୀ ନା ତାଙ୍କ ସ୍ତ୍ରୀ ରୂପାଲୀ

Ashish Vidyarthi Net Worth: ବଲିଉଡ଼ ଅଭିନେତା ଆଶିଷ ବିଦ୍ୟାର୍ଥୀ (Ashish Vidyarthi) ନିକଟରେ ଦ୍ବୀତିୟ ବିବାହ କରିଛନ୍ତି । ଆସାମର ରୂପାଲି ବରୁଆଙ୍କୁ (new wife rupali barua )ସାତ ଜନମର ସାଥୀ କରିଛନ୍ତି ଅଭିନେତା । ତେବେ, ରୂପାଲୀ କୋଟି କୋଟି ଟଙ୍କାର ମାଲିକାଣୀ ହୋଇଥିବା ବେଳେ ଆଶିଷ ବିଦ୍ୟାର୍ଥୀ କେତେ କୋଟିର ମାଲିକ ସନେଇ ଆମେ ଆଜି ଚର୍ଚ୍ଚା କରିବା ।  ପଢନ୍ତୁ ଏହି ରିପୋର୍ଟ...

ସୌଜନ୍ୟ- ସୋସିଆଲ ମିଡ଼ିଆ

Ashish Vidyarthi Net Worth: ବଲିଉଡ଼ ଅଭିନେତା ଆଶିଷ ବିଦ୍ୟାର୍ଥୀ (Ashish Vidyarthi) ନିକଟରେ ଦ୍ବୀତିୟ ବିବାହ କରିଛନ୍ତି ।  ୬୦ ବର୍ଷ ବୟସରେ ପୁଣି ଥରେ ବାହା ହୋଇଛନ୍ତି ଅଭିନେତା ଆଶିଷ ବିଦ୍ୟାର୍ଥୀ । ଆସାମର ରୂପାଲି ବରୁଆଙ୍କୁ (new wife rupali barua )ସାତ ଜନମର ସାଥୀ କରିଛନ୍ତି ଅଭିନେତା । ବର୍ତ୍ତମାନ ଅଭିନେତାଙ୍କ ଏହି ଦ୍ବୀତିୟ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୌହାଟ୍ଟୀରେ ରହୁଥିବା ବିଦ୍ୟାର୍ଥୀଙ୍କ ପତ୍ନୀ ରୂପାଲି କୋଲକାତାର ଏକ ବଡ଼ ଫ୍ୟାସନ୍ ଷ୍ଟୋର ସହ ଜଡ଼ିତ ଅଛନ୍ତି । ତେବେ, ରୂପାଲୀ କୋଟି କୋଟି ଟଙ୍କାର ମାଲିକାଣୀ ହୋଇଥିବା ବେଳେ ଆଶିଷ ବିଦ୍ୟାର୍ଥୀ କେତେ କୋଟିର ମାଲିକ ସନେଇ ଆମେ ଆଜି ଚର୍ଚ୍ଚା କରିବା । 

ଏତେ କୋଟି ଟଙ୍କାର ମାଲିକ ଅଟନ୍ତି ଆଶିଷ ବିଦ୍ୟାର୍ଥୀ: ଅନେକ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲମ ଏବଂ ଅନ୍ୟାନ୍ୟ ଅନେକ ଆଂଚଳିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଏହି ଅଭିନେତା  କୋଟି କୋଟି ଟଙ୍କାରେ ଖେଳନ୍ତି । ଆଶିଷ ବିଦ୍ୟାର୍ଥୀଙ୍କ ମୋଟ ସମ୍ପତିର ମୂଲ୍ୟ  (୮୨,୫୫,୦୫,୫୦୦.୦୦) ଅର୍ଥାତ୍ ୮୨ କୋଟିରୁ ଅଧିକ ହେବ ।  ଏବଂ ସେ ଗୋଟିଏ ଫିଲ୍ମ ପାଇଁ ୨୫ ଲକ୍ଷରୁ ଗୋଟିଏ କୋଟି ଟଙ୍କା ଚାର୍ଜ କରିଥାନ୍ତି । କେବଳ ଫିଲ୍ମ ରୁ ନୁହେଁ ସେ  ବିଭିନ୍ନ ଶୋ, ୟୁବଟୁବରୁ ଓ ଅନ୍ୟନ୍ୟା ବ୍ୟବସାୟରୁ ମାସକୁ ୧୦ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରନ୍ତି। ଏବଂ ତାଙ୍କ ପାଖରେ ଅନେକ ଲକଜୁରୀୟର୍ସ କାର ମଧ୍ୟ ରହିଛି । ଯାହାର ଦାମ୍ କୋଟି କୋଟି ଟଙ୍କା ହେବ ।

 

Also Read: Marriage Surprize: ପତ୍ନୀଙ୍କୁ ସରପ୍ରାଇଜ୍ ଦେବାକୁ ଘରକୁ ଯାଉଥିଲେ, ଶବ ହୋଇ ଲୁହ ଦେଲେ

ରୂପାଲୀ ବରୁହାଙ୍କ ମୋଟ ସମ୍ପତିର ମୂଲ୍ୟ କେତେ(rupali barua net worth 2023): ୫୦ ବର୍ଷିୟ ରୂପାଲୀ ବ୍ୟବସାୟ  ଓ ମଡଲିଂ କରନ୍ତି । ଏବଂ ସୋସିଆଲ ମିଡିଆ ଇନଫ୍ଲୁଏନସର ମଧ୍ୟ ଅଟନ୍ତି ।  ସେଥିରୁ ସେ ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରନ୍ତି ।  ତାଙ୍କ ମୋଟ ସମ୍ପତିର ମୂଲ୍ୟ ୮ କୋଟି ବୋଲି କୁହାଯାଉଛି । କୋଲକାତାରେ ତାଙ୍କର ଏକ ଆଲିସାନ୍ ଘର ମଧ୍ୟ ରହିଛି । ଯାହା କୌଣସି ରାଜ ପ୍ରସାଦ ଠାରୁ କମ୍ ନୁହେଁ। ଯାହାର ମୂଲ୍ୟ ପ୍ରାୟ ଏକ କୋଟି ହେବ ବୋଲି କୁହାଯାଉଛି।  ଆଶିଷଙ୍କ ଠାରୁ ରୂପାଲୀ ୧୦ ବର୍ଷ ସାନ । 

Also Read: Morning Tips: ଯଦି ଜୀବନରେ ସଫଳତା ପାଇବାକୁ ଚାହୁଁଛନ୍ତି , ତେବେ ପ୍ରାତଃ ସମୟରୁ କରନ୍ତୁ ଏହି ୫ କାମ, ଦୂର ହେବ ଦାରିଦ୍ରତା!

Also Read: Shukra Gochar 2023: ଏହି ଦିନ ରାଶି ପରିବର୍ତ୍ତନ କରିବେ ଶୁକ୍ର, ମାଲାମାଲ ହେବ ଏହି ୪ ରାଶି!

ତେବେ, ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ,ଆଶିଷ ବିଦ୍ୟାର୍ଥୀ ସାଧାରଣତଃ ଭିଲେନ ଭୂମିକାରେ ନଜର ଆସନ୍ତି। ସେ ୧୯୬୨, ଜୁନ ୧୯ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ।  ୧୯୮୬ରେ  ସେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଆଶିଷ ବିଦ୍ୟାର୍ଥୀ ପୂର୍ବରୁ ଅଭିନେତ୍ରୀ ଶକୁନ୍ତଳା ବରୁଆଙ୍କ ଝିଅ ରାଜୋଶୀ ବରୁଆଙ୍କୁ ବିବାହ କରିଥିଲେ । ତାଙ୍କର ଏକ ପୁଅ ମଧ୍ୟ ରହିଛି । ତାଙ୍କ ନାଁ ଆର୍ଥ ବିଦ୍ୟାର୍ଥୀ । ଆଶିଷ ବିଦ୍ୟାର୍ଥୀଙ୍କ ଦ୍ବୀତିୟ ବିବାହ ହେଉଛି ପ୍ରେମ ବିବାହ । ରିପୋର୍ଟ ମୁତାବକ, ସେମାନେ କୋର୍ଟ ବିବାହ କରିଛନ୍ତି । ଉଭୟଙ୍କ ପରିବାର ଏବଂ କିଛି ହାତ ଗଣତି ବନ୍ଧୁମାନଙ୍କ ଉପସ୍ଥିତିରେ ରେଜିଷ୍ଟ୍ରୀ ମ୍ୟାରେଜ କରିଛନ୍ତି । ଏହି ବିବାହରେ କେବଳ କିଛି ଘନିଷ୍ଠ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଥିଲା ।