Arjun Kapoor: ଫ୍ୟାନ୍ସଙ୍କୁ ଲାଗିଲା ଶକ୍ତ ଝଟକା, ଗମ୍ଭୀର ରୋଗରେ ପୀଡ଼ିତ ଅଭିନେତା ଅର୍ଜୁନ କପୁର
Advertisement
Article Detail0/zeeodisha/odisha2507319

Arjun Kapoor: ଫ୍ୟାନ୍ସଙ୍କୁ ଲାଗିଲା ଶକ୍ତ ଝଟକା, ଗମ୍ଭୀର ରୋଗରେ ପୀଡ଼ିତ ଅଭିନେତା ଅର୍ଜୁନ କପୁର

Arjun Kapoor: ଯାହା ଦ୍ୱାରା ଥାଇରଏଡ ଗ୍ରନ୍ଥି କ୍ଷତିଗ୍ରସ୍ତ ହୋଇଥାଏ । ଆପଣଙ୍କୁ କହିରଖୁଛୁ ଯେ ଥାଇରଏଡ ଗ୍ରନ୍ଥି ଏକ ପ୍ରଜାପତି ଆକୃତିର ଗ୍ରନ୍ଥି, ଯାହା ବେକର ସମ୍ମୁଖ ଭାଗରେ ଥାଏ । ଏହା ଥାଇରଏଡ ହରମୋନ୍ ନିର୍ଗତ କରିଥାଏ, ଯାହା ମେଟାବୋଲିଜିମ୍, ଶକ୍ତି ଉତ୍ପାଦନ ଏବଂ ଶରୀରର ସ୍ୱାଭାବିକ ବୃଦ୍ଧି ନିୟନ୍ତ୍ରଣ କରିଥାଏ ।

 

Arjun Kapoor: ଫ୍ୟାନ୍ସଙ୍କୁ ଲାଗିଲା ଶକ୍ତ ଝଟକା, ଗମ୍ଭୀର ରୋଗରେ ପୀଡ଼ିତ ଅଭିନେତା ଅର୍ଜୁନ କପୁର

Arjun Kapoor: ବଲିଉଡ ଅଭିନେତା ଅର୍ଜୁନ କପୁର ନିକଟରେ ଏକ ସାକ୍ଷାତକାରରେ ନିଜ ସ୍ୱାସ୍ଥ୍ୟକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ସିଂଘମ ଏଗେନର ସୁଟିଂ ସମୟରେ ସେ ସାମାନ୍ୟ ଅବସାଦ ବା ଡିପ୍ରେସନ ଦେଇ ଗତି କରୁଥିଲେ, ଯେଉଁଥିପାଇଁ ସେ ଥେରାପି ମଧ୍ୟ ନେଉଛନ୍ତି । ସେହି ସାକ୍ଷାତକାରରେ ସେ ଏହା ମଧ୍ୟ କହିଥିଲେ ଯେ ତାଙ୍କର ହାସିମୋଟୋ ରୋଗ ମଧ୍ୟ ଅଛି, ଯେଉଁକାରଣରୁ ସାମାନ୍ୟ ଶାରୀରିକ ଚାପ କାରଣରୁ ତାଙ୍କର ଓଜନ ବଢିଯାଏ । ଏବେ ପ୍ରଶ୍ନ ଉଠୁଛି ଏହି ରୋଗ (Hashimoto’s Disease) କ'ଣ ଏବଂ ଏହା ବ୍ୟକ୍ତିର ସ୍ୱାସ୍ଥ୍ୟ ଉପରେ କ'ଣ ପ୍ରଭାବ ପକାଇପାରେ ।

ତେବେ ବିଶେଷଜ୍ଞଙ୍କ କହିବାକଥା, ଏହି ରୋଗ ସହ ଜଡିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଜିନିଷ ବିଷୟରେ, ଯେପରିକି ଏହା କ'ଣ, ଏହାର କାରଣ କ'ଣ (Hashimoto’s Disease Symptoms) କଣ ଏବଂ ଏହାକୁ କେଉଁ ଉପାୟରେ ନିୟନ୍ତ୍ରଣ କରାଯାଇପାରିବ ।

ତେବେ ଆସନ୍ତୁ ଜାଣିବା ହାସିମୋଟୋ ରୋଗ, ଯାହାକୁ ହାସିମୋଟୋର ଥାଇରଏଡାଇଟିସ୍ ମଧ୍ୟ କୁହାଯାଏ, ଏକ ପ୍ରକାର ଅଟୋଇମ୍ୟୁନ ରୋଗ, ଯାହା ଥାଇରଏଡ ଗ୍ରନ୍ଥି ସହିତ ଜଡିତ । ଏହି ରୋଗରେ ଶରୀରରେ ଫୁଲା ହୋଇଥାଏ, ଯାହା ଦ୍ୱାରା ଥାଇରଏଡ ଗ୍ରନ୍ଥି କ୍ଷତିଗ୍ରସ୍ତ ହୋଇଥାଏ । ଆପଣଙ୍କୁ କହିରଖୁଛୁ ଯେ ଥାଇରଏଡ ଗ୍ରନ୍ଥି ଏକ ପ୍ରଜାପତି ଆକୃତିର ଗ୍ରନ୍ଥି, ଯାହା ବେକର ସମ୍ମୁଖ ଭାଗରେ ଥାଏ । ଏହା ଥାଇରଏଡ ହରମୋନ୍ ନିର୍ଗତ କରିଥାଏ, ଯାହା ମେଟାବୋଲିଜିମ୍, ଶକ୍ତି ଉତ୍ପାଦନ ଏବଂ ଶରୀରର ସ୍ୱାଭାବିକ ବୃଦ୍ଧି ନିୟନ୍ତ୍ରଣ କରିଥାଏ ।

ତେବେ ହାସିମୋଟୋ ରୋଗ କାହିଁକି ହୁଏ ତାହାର କାରଣ ସ୍ପଷ୍ଟ ହୋଇନାହିଁ। ପରିବେଶ ଓ ଜେନେଟିକ୍ ପରିସ୍ଥିତି ଏଥିପାଇଁ ଦାୟୀ ବୋଲି ବିଶ୍ୱାସ କରାଯାଏ । ବିଶେଷଜ୍ଞଙ୍କ କହିବାନୁଯାୟୀ ଏହି ରୋଗ ଯେ କୌଣସି ବୟସରେ ଯେ କୌଣସି ବ୍ୟକ୍ତିଙ୍କୁ ହୋଇପାରେ, କିନ୍ତୁ ଏହା ଅଧିକାଂଶ ମହିଳାଙ୍କୁ ହୁଏ, ଏପରିକି ୩୦-୫୦ ବର୍ଷ ବୟସ ମଧ୍ୟରେ ମଧ୍ୟ ହୁଏ ।

ହାସିମୋଟୋ ରୋଗର ଲକ୍ଷଣ କ'ଣ?
ହାସିମୋଟୋର ଲକ୍ଷଣ ସହଜରେ ଚିହ୍ନଟ ହୁଏ ନାହିଁ ଏବଂ ଏହା ବିକଶିତ ହେବାକୁ ବହୁତ ସମୟ ଲାଗିଥାଏ । ତେବେ ଏହାର କେତେକ ସାଧାରଣ ଲକ୍ଷଣ ଯଥା-;
ଥକ୍କାପଣ – ନିରନ୍ତର ଥକ୍କାପଣ ବା ଶକ୍ତିର ଅଭାବ
ଓଜନ ବୃଦ୍ଧି- ସାଧାରଣ ଖାଇବା ଅଭ୍ୟାସ ସତ୍ତ୍ୱେ ହଠାତ୍ ଓଜନ ବଢ଼ିଥାଏ
ଶୁଷ୍କ ତ୍ୱଚା- ତ୍ୱଚା ଶୁଷ୍କ, ରୁକ୍ଷ ଏବଂ ଫୁଲିଲା ପରି ଦେଖାଯାଏ
ଥଣ୍ଡା ଲାଗିବା - ଗରମ ପରିବେଶରେ ମଧ୍ୟ ଥଣ୍ଡା ଅନୁଭବ କରିବା
କୋଷ୍ଠକାଠିନ୍ୟ- ପାଚନ କ୍ରିୟାରେ ସମସ୍ୟା
କେଶ ପତଳା ହେବା- ପତଳା ଓ ଦୁର୍ବଳ କେଶ
ଅବସାଦ ଓ ମୁଡ୍ ସୁଇଙ୍ଗ୍ - ଏହି ରୋଗରେ ବ୍ୟକ୍ତିର ଚିନ୍ତା ବା ଅବସାଦ ଭଳି ଭାବନାତ୍ମକ ବିକାର ମଧ୍ୟ ହୋଇପାରେ
ଫୁଲା – ମୁହଁରେ ଫୁଲିବା ପରି ହୋଇଯିବା
ମାଂସପେଶୀ ଦୁର୍ବଳତା- ହାତ ଓ ଜଙ୍ଘର ମାଂସପେଶୀରେ ଦୁର୍ବଳତା ଅନୁଭବ କରିବା

ଏହି ରୋଗକୁ କିପରି ସାମ୍ନା କରିବେ?
ହାସିମୋଟୋ ପରିଚାଳନା କରିବା ବହୁତ କଷ୍ଟକର, କିନ୍ତୁ ଏହାକୁ ଏହି ଉପାୟରେ କିଛି ମାତ୍ରାରେ ନିୟନ୍ତ୍ରଣ କରାଯାଇପାରିବ -
ଡାକ୍ତରୀ ଯାଞ୍ଚ- ଡାକ୍ତରଙ୍କ ଠାରୁ ନିୟମିତ ଚେକ୍ ଅପ୍ ନିଅନ୍ତୁ। ଏହା ଦର୍ଶାଏ ଯେ ଥାଇରଏଡ ହରମୋନ କିପରି କାର୍ଯ୍ୟ କରୁଛି ଏବଂ ଏହାର ଲକ୍ଷଣକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।
ସନ୍ତୁଳିତ ଖାଦ୍ୟ- ସୁସ୍ଥ ଖାଦ୍ୟ ଖାଇଲେ ଶକ୍ତି ମିଳିବା ସହ ସୁସ୍ଥ ରହିଥାଏ। ସେଲେନିୟମ, ଜିଙ୍କ୍ ଓ ଆୟୋଡିନ୍ ଯୁକ୍ତ ଜିନିଷକୁ ଖାଦ୍ୟରେ ସାମିଲ କରନ୍ତୁ।
ବ୍ୟାୟାମ- ହାସିମୋଟୋକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତିଦିନ ବ୍ୟାୟାମ କରିବା ଅତ୍ୟନ୍ତ ଜରୁରୀ ।

(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି ଉପରୋକ୍ତ ଲକ୍ଷଣ ଆପଣଙ୍କ ଠାରେ ଦେଖାଦେଉଛି ତେବେ ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।)