ମାଆ ବନିବାକୁ ଯାଉଛନ୍ତି କଟ୍ରିନା ! ଭିକ୍କି କହିଲେ ସତ କଥା
Advertisement
Article Detail0/zeeodisha/odisha1183105

ମାଆ ବନିବାକୁ ଯାଉଛନ୍ତି କଟ୍ରିନା ! ଭିକ୍କି କହିଲେ ସତ କଥା

 ଗତ ବର୍ଷ ଡିସେମ୍ବର ୯ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ  ଭିକ୍କି-କଟ୍ରିନା । ଏବେ ବିବାହ ପରେ କଟ୍ରିନାଙ୍କ ପ୍ରେଗନେନ୍ସି ଖବର ସାମ୍ନାକୁ ଆସିଛି । ଏହି ଖବର ଶୁଣି ତାଙ୍କ ଫ୍ୟାନ୍ ବହୁତ ଖୁସି ଅଛନ୍ତି । କଟ୍ରିନା ମାଆ ବନିବାକୁ ଯାଉଥିବା ନେଇ ଚର୍ଚ୍ଚା ସୋସିଆଲ ମିଡିଆରୁ ବି-ଟାଉନ ପର୍ଯ୍ୟନ୍ତ ହେଉଛି ।

ମାଆ ବନିବାକୁ ଯାଉଛନ୍ତି କଟ୍ରିନା ! ଭିକ୍କି କହିଲେ ସତ କଥା

ନୂଆଦିଲ୍ଲୀ: ବଲିଉଡର ପରଫେକ୍ଟ କପଲ  କଟ୍ରିନା କୈଫ  (Katrina Kaif) ଏବଂ ଭିକ୍କି କୌଶଲ  (Vicky Kaushal) । ଦୀର୍ଘ ସମୟ ଧରି ଉଭୟ ପରସ୍ପରକୁ ଡେଟ୍ କରୁଥିଲେ ଏବଂ ଗତ ବର୍ଷ ହିଁ ନିଜ ପ୍ରେମ ସମ୍ପର୍କକୁ ବିବାହର ନାଁ ଦେଇଛନ୍ତି ଏହି ପାୱାର କପଲ୍ । ଗତ ବର୍ଷ ଡିସେମ୍ବର ୯ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ  ଭିକ୍କି-କଟ୍ରିନା । ଏବେ ବିବାହ ପରେ କଟ୍ରିନାଙ୍କ ପ୍ରେଗନେନ୍ସି ଖବର ସାମ୍ନାକୁ ଆସିଛି । ଏହି ଖବର ଶୁଣି ତାଙ୍କ ଫ୍ୟାନ୍ ବହୁତ ଖୁସି ଅଛନ୍ତି । କଟ୍ରିନା ମାଆ ବନିବାକୁ ଯାଉଥିବା ନେଇ ଚର୍ଚ୍ଚା ସୋସିଆଲ ମିଡିଆରୁ ବି-ଟାଉନ ପର୍ଯ୍ୟନ୍ତ ହେଉଛି । ଏହି ଖବର ନେଇ ଚର୍ଚ୍ଚା ଅଧିକ ହେବାରୁ ଅଭିନେତା ତଥା କଟ୍ରିନାଙ୍କ ଭାବି ସ୍ୱାମୀ ଏନେଇ ମୁହଁ ଖୋଲିଛନ୍ତି  । ନିକଟରେ  ଭିକ୍କି କୌଶଲ ଏହି ଖବରର ସତ୍ୟାସତ୍ୟ ଜଣାଇଛନ୍ତି ।  

ଏହି କାରଣରୁ କଟ୍ରିନାଙ୍କ ପ୍ରେଗନେନ୍ସି ଖବର ସାମ୍ନାକୁ ଆସିଥିଲା 

ନିକଟରେ କଟ୍ରିନାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ସ୍ପଟ୍ କରାଯାଇଥିଲା । ଏହି ସମୟରେ ସେ ବହୁତ ଢିଲା ଡ୍ରେସ୍ ପିନ୍ଧିଥିଲେ । ପୂର୍ବରୁ କଟ୍ରିନା(Katrina Kaif)ଙ୍କ ଏୟାରପୋର୍ଟ ଲୁକ୍ ଖୁବ୍ ଭାଇରାଲ ହୁଏ । କଟ୍ରିନାଙ୍କ ଏୟାରପୋର୍ଟ ଲୁକକୁ ପସନ୍ଦ କରନ୍ତି ଫ୍ୟାନ୍ସ । ହେଲେ ନିକଟରେ ମୁମ୍ବାଇ ଏୟାରପୋର୍ଟରେ କଟ୍ରିନାଙ୍କ ଡ୍ରେସିଂ ସେନ୍ସ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କଟ୍ରିନା ବଡ଼ ଏବଂ ଢିଲା ଡ୍ରେସ ପିନ୍ଧିଥିବାର ନଜର ଆସିଥିଲା । ତାଙ୍କର ଏହି ଲୁକ୍ ଦେଖି ଲୋକେ ଅନୁମାନ କରିବାକୁ ଲାଗିଥିଲେ ଯେ କଟ୍ରିନା ପ୍ରେଗନେଣ୍ଟ ଅଛନ୍ତି ।ଏହାପରେ ଅଭିନେତ୍ରୀ କଟ୍ରିନା ୨ ମାସର ଗର୍ଭବତୀ ଥିବା ଖବର ସାମ୍ନାକୁ ଆସିଥିଲା ।

Also Read: ମହେଶ ବାବୁଙ୍କୁ କଡ଼ା ଜବାବ ଦେଲେ ସୁନୀଲ ସେଟ୍ଟୀ , କହିଲେ 'ବାପ୍ ହମେଶା ବାପ୍ ରହେଗା '

ଭିକ୍କିଙ୍କ ଟିମ୍ ମେମ୍ବର କହିଲେ ସତ କ'ଣ

ଏବେ ଭିକ୍କି କୌଶଲ(Vicky Kaushal)ଙ୍କ ସ୍ପୋକ୍ସ ପର୍ସନଙ୍କ ପକ୍ଷରୁ ଏନେଇ ପ୍ରତିକ୍ରିୟା ଶୁଣିବାକୁ ମିଳୁଛି । ଭିକ୍କିଙ୍କ ଟିମ୍ ପକ୍ଷରୁ କୁହାଯାଇଛି ଯେ , ଏହି ଖବର ପଛରେ କୌଣସି ସତ୍ୟତା ନାହିଁ । ପ୍ରେଗନେସ୍ସି ନେଇ ଚର୍ଚ୍ଚା ହେଉଥିବା ଖବର ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଗୁଜବ । ଏହି ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏପରିକି କଟ୍ରିନା ଏବଂ ଭିକ୍କିଙ୍କ ପୋଷ୍ଟରେ ଅନେକ ଫ୍ୟାନ୍ସ କମେଣ୍ଟ କରି ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଥିବାର ଦେଖିବାକୁ ମିଳିଛି ।

Also Read: KGF-2; ସାଉଥ କୋରିଆରେ ସ୍କ୍ରିନିଂ ହେଲା ୟଶଙ୍କ ଫିଲ୍ମ

 ଏକାଠି ଫିଲ୍ମରେ ନଜର ଆସିବେ ଭିକ୍କି-କଟ୍ରିନା

ବିବାହ ପରେ ଉଭୟ ଭିକ୍କି-କଟ୍ରିନା ନିଜ ନିଜ କର୍ମ କ୍ଷେତ୍ରକୁ ଫେରିଥିଲେ । ଉଭୟଙ୍କ ଅପକମିଂ ଫିଲ୍ମ ପାଇଁ ବ୍ୟସ୍ତ ହୋଇଯାଇଥିଲେ । ତେବେ ବିବାହ ପରେ କଟ୍ରିନା ସଲମାନ ଖାନଙ୍କ ସହ ଫିଲ୍ମ 'ଟାଇଗର ୩' (Tiger-3)ର ସୁଟିଂ କରିବାରେ ବ୍ୟସ୍ତ ଅଛନ୍ତି । ଏହା ବ୍ୟତୀତ କଟ୍ରିନାଙ୍କ ହାତରେ ଅନେକ ବଡ଼ ବଡ଼ ଫିଲ୍ମର ଅଫର ରହିଛି । ସେ ଜି ଲେ ଜରା ( Jee Le Zaraa)  , ମେରି କ୍ରିସମସ୍ (Merry Christmas ) , ଫୋନ ଭୂତ୍ (Phone Bhoot )ଭଳି ଫିଲ୍ମରେ ନଜର ଆସିବେ । ସେହିପରି ଭିକ୍କି କୌଶଲ ସାମ ବାହାଦୂର (Sam Bahadur )  , ଗୋବିନ୍ଦା ନାମ ମେରା (Govinda Naam Mera ), ଦ ଇମୋର୍ଟଲ ଅଶ୍ୱତ୍ଥାମା (The Immortal Ashwatthama) ରେ ନଜର ଆସିବେ ।